fbpx

(Video) ତପସ୍ୱିନୀ କହୁଛନ୍ତି ୧୭ ହଜାର ଦିଅ, ସୁମିତ କହୁଛନ୍ତି ଦେବିନି, କିଏ ଠିକ୍?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବ୍ରହ୍ମପୁରର ଚର୍ଚ୍ଚିତ ଦମ୍ପତି ତପସ୍ୱିନୀ ଦାଶ ଓ ସୁମିତ ସାହୁଙ୍କ ମାମଲା ସମାଧାନ ହେବା ବଦଳରେ ଦିନକୁ ଦିନ ଉଗ୍ରରୂପ ନେବାରେ ଲାଗିଛି । ତେବେ ଗତକାଲି ସୁମିତ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଗତ ୪ ତାରିଖରେ ଜିଲ୍ଲା ଜଜ୍ କୋର୍ଟ ଦେଇଥିବା ରାୟକୁ ଚ୍ୟାଲେଞ୍ଜ କରିଥିଲେ ସୁମିତ । ଯେତେବେଳେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବିବାଦ ଲାଗିଛି ସେ କ୍ଷେତ୍ରରେ ଦୁହିଁଙ୍କୁ ଏକାଠି ରହିବାକୁ ଜିଲ୍ଲା କୋର୍ଟ କିପରି ରାୟ ଶୁଣାଇଲେ ବୋଲି ସୁମିତଙ୍କ ଓକିଲ କହିଥିଲେ । ଏତେ ସମୟ ମଧ୍ୟରେ ୧୭ ହଜାର ଟଙ୍କା ଭରଣ ପୋଷ ନିମନ୍ତେ ଦେବାକୁ ନେଇ ମଧ୍ୟ ସୁମିତ ଅପିଲ କରିଥିଲେ । ସୁମିତଙ୍କ ପକ୍ଷରୁ ଉକ୍ତ ପିଟିସନ ଦାୟର ହେବା ପରେ ଏହି ସମସ୍ୟା ଆହୁରି ବଢ଼ିବ ବୋଲି ଅନୁମାନ କରାଯାଉଛି । ପ୍ରତ୍ୟେକ ମାସ ୧୦ ତାରିଖ ସୁଦ୍ଧା ସୁମିତ ତପସ୍ୱିନୀଙ୍କୁ ୧୭ ହଜାର ଟଙ୍କା ଦେବାକୁ ଜିଲ୍ଲା କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

ସୁମିତଙ୍କ ଘରେ ରହିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେବା ପରେ ଗତ ୬ ତାରିଖରେ ତପସ୍ୱିନୀ ନିଜ ଶ୍ୱଶୁର ଘରେ ପ୍ରବେଶ କରିଥିଲେ । ଅନ୍ୟପଟେ ମାସେ ସମୟ ପୂରଣ ହୋଇନଥିବାରୁ ଏହି ଅର୍ଥ ପ୍ରଦାନ କରାଯିବନି ବୋଲି ସୁମିତଙ୍କ ଓକିଲ କହିଥିଲେ । ତେବେ ୧୦ ତାରିଖ ସନ୍ଧ୍ୟା ସୁଦ୍ଧା ଏହି ଅର୍ଥ ନଦେଲେ କୋର୍ଟରେ ପିଟିସନ ଦାୟର କରିବେ ବୋଲି ତପସ୍ୱିନୀଙ୍କ ଓକିଲ ପୂର୍ବରୁ ସୂଚନା ଦେଇଥିଲେ । ୧୦ ତାରିଖ ସମୟ ଅତିକ୍ରାନ୍ତ କରିବା ପରେ ବି ସୁମିତଙ୍କ ପକ୍ଷରୁ ୧୭ ହଜାର ଟଙ୍କା ପ୍ରଦାନ କରାଯାଇନଥିବାରୁ ତପସ୍ୱିନୀ ଏକ ପିଟିସନ ଦାୟର କରିଥିବା ଜଣାପଡ଼ିଛି । ତେବେ ଆସନ୍ତା ୧୭ ଓ ୧୯ ତାରିଖରେ ଏହି ମାମଲାର ଶୁଣାଣି ରହିଥିବା ବେଳେ ପୁଣି ଦୁଇ ଦୁଇଟି କେସ୍ ଏହି ମାମଲାକୁ ଅଧିକ ସାଙ୍ଘାତିକ କରିଦେଇଛି ।

Get real time updates directly on you device, subscribe now.