fbpx

(Video) ଆରପାରିରେ ପୂର୍ବତନ ବିଧାୟକ ବିଜୟ ଜେନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତକାଲି ରାଜ୍ୟର ଜଣେ ପୂର୍ବତନ ମନ୍ତ୍ରୀ ଦୁର୍ଯ୍ୟୋଧନ ମାଝି ଓ ବରିଷ୍ଠ ଅଭିନେତା ମିହିର ଦାସଙ୍କ ପରଲୋକ ଘଟିଥିଲା । ଉକ୍ତ ଘଟଣା ରାଜ୍ୟବାସୀଙ୍କ ମନରୁ ନ ଲିଭୁଣୁ ଆଜି ପୁଣି ଏକ ଦୁଃସମ୍ବାଦ ଆସିଛି । ରାଜ୍ୟର ଜଣେ ପୂର୍ବତନ ବିଧାୟକଙ୍କ ଆଜି ପରଲୋକ ଘଟିଛି । ଏହାଫଳରେ ରାଜ୍ୟବାସୀଙ୍କ ଦୁଃଖ ଦୁଇଗୁଣ ହୋଇଯାଇଛି ।

ଖବରରୁ ଜଣାପଡ଼ିଛି ଯେ, ଗତକାଲି ରାତିରେ ପାରଳାଖେମୁଣ୍ଡିର ପୂର୍ବତନ ବିଧାୟକ ବିଜୟ ଜେନାଙ୍କ ହୃଦଘାତରେ ମୃତ୍ୟୁ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା । ପାରଳାଖେମୁଣ୍ଡି ନିକଟସ୍ଥ ଗୁରାଣ୍ଡିରେ ଥିବା ପୈତୃକ ଘରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଜଣେ ଲଢ଼ୁଆ ଚାଷୀନେତା ଭାବେ ସେ ବେଶ୍ ଜଣାଶୁଣା ଥିଲେ । ସେ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରୁ ସ୍ୱାଧୀନ ବିଧାୟକ ଭାବେ ଦୁଇ ଥର ନିର୍ବାଚିତ ହୋଇଥିଲେ । କିଛିଦିନ ଧରି ସେ ହୃଦରୋଗରେ ପୀଡ଼ିତ ହୋଇ ମେଡିକାଲରେ ଚିକିତ୍ସିତ ହେଉଥିଲେ । ତାଙ୍କର ମୃତ୍ୟୁରେ ରାଜ୍ୟର ଅନେକ ରାଜନେତା, ପ୍ରଶାସକ ଗଭୀର ଦୁଃଖ ବ୍ୟକ୍ତ କରିଛନ୍ତି ।

Get real time updates directly on you device, subscribe now.