ପରଦାରେ ଜ୍ୟାକିଙ୍କ ସହ ରୋମାନ୍ସ, ଅମିତାଭଙ୍କ ଫ୍ଲପ୍ ହିରୋଇନ୍‌, ସନ୍ନିଙ୍କ ସହ ଫିଲ୍ମ ପରେ ବଲିଉଡକୁ କଲେ ବାଏ ବାଏ

ଅନେକ ବଡ଼ ବଡ଼ କଳାକାରଙ୍କ ସହ ପରଦାରେ କରିଛନ୍ତି ରୋମାନ୍ସ

ମୁମ୍ବାଇ: ପରଦାରେ ତାଙ୍କ ଅଭିନୟ ସିନେମା ହଲରେ ତାଳିମାଡ଼ରୁ ଆରମ୍ଭ ହୁଏ। ନିଖୁଣ ଅଭିନୟ ସାଙ୍ଗକୁ ଚମତ୍କାର ଡ୍ୟାନ୍ସ ଦେଖି ପାଗଳ ହୁଅନ୍ତି ପ୍ରଶଂସକ। ଅନେକ ବଡ଼ ବଡ଼ କଳାକାରଙ୍କ ସହ ପରଦାରେ କରିଛନ୍ତି ରୋମାନ୍ସ। ହେଲେ ଏବେ ସିନେମା ଦୁନିଆର ଏକଦମ୍ ଗାଏବ ଏହି ଅଭିନେତ୍ରୀ।

ଆମେ କହୁଛୁ ଅଭିନେତ୍ରୀ ମିନାକ୍ଷୀ ଶେଷାଦ୍ରିଙ୍କ କଥା। ଯିଏ ଦମଦାର ଅଭିନୟ ସହ ଫିଲ୍ମରେ ଡ୍ୟାନ୍ସ ସହ ଲୋକଙ୍କ ହୃଦୟ ଜିତିଥିଲେ। ଅଭିନେତ୍ରୀ ତାଙ୍କ କ୍ୟାରିୟରରେ ସନ୍ନି ଦେୱଲ, ବିନୋଦ ଖାନ୍ନା, ରିଷି କପୁ. ଶତୁଘ୍ନ ସିହ୍ନାଙ୍କ ସହ କାମ କରି ହିଟ ଫିଲ୍ମ ଦେଇଛନ୍ତି। ଜ୍ୟାକି ଶ୍ରଫଙ୍କ ସହ କାମ ରାତାରାତି ବଦଳେଇ ଦେଇଥିଲା ଭାଗ୍ୟ।

ହେଲେ ଅମିତାଭଙ୍କ ସହ ଫ୍ଲପ୍ ଫିଲ୍ମ ପାଇଁ ତାଙ୍କୁ ଫ୍ଲପ୍ ନାୟିକା କୁହାଯାଉଥିଲା। ସନ୍ନି ଦେୱଲଙ୍କ ସହ ହିଟ୍ ଫିଲ୍ମ ଦେବା ପରେ ଅଭିନୟ ଦୁନିଆରୁ କୁଆଡେ ଗାଏବ ହୋଇଯାଇଥିଲେ।

ପେଣ୍ଟର ବାବୁର ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ। ଯାହା ପରଦାରେ ଫ୍ଲପ ପ୍ରମାଣିତ ହୋଇଥିଲା। କିନ୍ତୁ ଜ୍ୟାକି ଶ୍ରଫଙ୍କ ହିରୋ ଫିଲ୍ମ ପାଇଁ ରାତାରାତି ଅଭିନେତ୍ରୀଙ୍କ ଭାଗ୍ୟ ଚମକି ଉଠିଥିଲା।

ରାତାରାତି ମହଙ୍ଗା ଅଭିନେତ୍ରୀ ହୋଇଥିଲେ ଏହି ଅଭିନେତ୍ରୀ। ହେଲେ ଅମିତାଭ ବଚ୍ଚନଙ୍କ ସହ ଗଙ୍ଗା ଯମୁନା ଏବଂ ସରସ୍ୱତୀ ମିନାକ୍ଷୀଙ୍କୁ ଫ୍ଲପ୍ ନାୟିକାର ପ୍ରମାଣ ଦେଇଥିଲା।

ହେଲେ ପୁଣି ଥରେ ସନ୍ନି ଦେୱଲଙ୍କ ସହ ଫିଲ୍ମ ତାଙ୍କ ଭାଗ୍ୟକୁ ଉଦୟ କରିଥିଲା। ହେଲେ ତାପରେ ସେ ସିନେ ଦୁନିଆରୁ ଦୁରେଇ ଯାଇଥିଲେ।

ମୀନାକ୍ଷୀ ସନି ଦେଓଲଙ୍କ ସହିତ ଅନେକ ହିଟ୍ ଫିଲ୍ମ ମଧ୍ୟ ଦେଇଛନ୍ତି। କିନ୍ତୁ ୧୯୯୬ ମସିହାରେ ତାଙ୍କର ଏପରି ଏକ ଫିଲ୍ମ ସିନେମା ହଲ୍‌ରେ ଆସିଥିଲା, ଯାହାକୁ ତିଆରି ହେବାକୁ ୫ ବର୍ଷ ଲାଗିଥିଲା।

ଏହି ଫିଲ୍ମ ପାଇଁ ପ୍ରଥମେ ରବୀନାଙ୍କୁ କାଷ୍ଟ କରାଯାଇଥିଲା। କିନ୍ତୁ ଦଶ ଦିନର ସୁଟିଂ ପରେ, ରବୀନା ଫିଲ୍ମ ଛାଡି ଦେଇଥିଲେ ଏବଂ ଫିଲ୍ମଟି ମୀନାକ୍ଷୀ ଶେଷାଦ୍ରିଙ୍କୁ ଦିଆଯାଇଥିଲା।

ସନି ଦେଓଲ ତାଙ୍କ କ୍ୟାରିଅରରେ ଅନେକ ହିଟ୍ ଫିଲ୍ମରେ କାମ କରିଛନ୍ତି। କିନ୍ତୁ ୧୯୯୬ ମସିହାରେ ମୁକ୍ତିଲାଭ କରିଥିବା ‘ଘାତକ’ ଫିଲ୍ମଟି ବକ୍ସ ଅଫିସକୁ ହଲାଇ ଦେଇଥିଲା।

ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱ ରାଜକୁମାର ସନ୍ତୋଷୀ ନେଇଥିଲେ। ସନି ଦେଓଲ ଏବଂ ମୀନାକ୍ଷୀଙ୍କ ବ୍ୟତୀତ ଅମରୀଶ ପୁରୀ ଏବଂ ଡାନି ଡେଞ୍ଜୋଙ୍ଗପା ମଧ୍ୟ ଫିଲ୍ମରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଥିଲେ।

ଏହି ଫିଲ୍ମଟି ସେହି ସମୟର ଦ୍ୱିତୀୟ ସର୍ବାଧିକ ଆୟକାରୀ ଫିଲ୍ମ ପ୍ରମାଣିତ ହୋଇଥିଲା।

ଫିଲ୍ମଟି ମୀନାକ୍ଷୀଙ୍କ କ୍ୟାରିଅରର ଶେଷ ଫିଲ୍ମ ପ୍ରମାଣିତ ହୋଇଥିଲା। ଏହି ଫିଲ୍ମର ଅପାର ସଫଳତା ପରେ ମଧ୍ୟ ସେ ଅଭିନୟ ଜଗତକୁ ଅଲବିଦା କହିଥିଲେ। କାରଣ ଏହି ଫିଲ୍ମ ପରେ ସେ ବିବାହ କରିଥିଲେ ଏବଂ ଫିଲ୍ମ ଦୁନିଆକୁ ଅଲବିଦା କହିଥିଲେ।