fbpx
BSKY SKY
BSKY SKY

ମଣିପୁରରେ ଇଣ୍ଟରନେଟ ସେବା ଆରମ୍ଭ ହେବା ପରେ ପୁଣି ଭାଇରାଲ ହେବାରେ ଲାଗିଛି ଫଟୋ ଭିଡିଓ, ଏଠାରେ ପୁଣି ବଢିଲା ହିଂସା

BSKY

ଇମ୍ଫାଲ : ପୁଣି ବଢିଲା ମଣିପୁର ହିଂସା । ଏଠାରେ ଇଣ୍ଟରନେଟ ସେବା ଚାଲିବା ପରେ ପୁଣି ଦେଖିବାକୁ ମିଳିଛି ଭାଇରାଲ ଫଟୋ ଓ ଭିଡିଓ । ଯେଉଁଥିରେ ଦେଖିବାକୁ ମିଳିଛି ୨ ନିଖୋଜ ଛାତ୍ରୀଙ୍କୁ ଆତଙ୍କବାଦୀମାନେ ମାରିବା ପରେ ଫିଙ୍ଗିଥିବା ଦେଖିବାକୁ ମିଳିଛି । ଏହା ସହିତ ଜଙ୍ଗଲରେ ଦୁଇ ଉଗ୍ରବାଦୀ ଅସ୍ତ୍ରଶସ୍ତ୍ର ଧରି ବସିଥିବା ଦେଖିବାକୁ ମଳିଛି । ତେବେ ଯେଉଁ ଛାତ୍ରୀମାନଙ୍କୁ ହତ୍ୟା କରାଯାଇଛି ସେମାନେ ୬ ତାରିଖରୁ ନିଖୋଜ ଥିଲେ ।

କିନ୍ତୁ ଭିଡିଓ ଭାଇରାଲ ହେବା ପରେ ମଧ୍ୟ ଛାତ୍ରୀ ଦୁଇଜଣଙ୍କ ମୃତ ଦେହ ଏ ପର୍ଯ୍ୟନ୍ତ ଦେଖିବାକୁ ମିଳି ନାହିଁ । ଏହି ଘଟଣାରେ ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଣିପୁର ସରକାର କହିଛନ୍ତି । ତେବେ ହତ୍ୟା ହୋଇଥିବା ଛାତ୍ରୀ ଦୁଇଜଣ ଶେଷ ଥର ଜୁଲାଇ ମାସରେ ଏକ ଦୋକାନରେ ବସିଥିବା ସିସି ଟିଭି କ୍ୟାମେରାରେ ଦେଖିବାକୁ ମିଳିଥିଲା । ଏହା ପରେ ଦୁଇଜଣ ନିଖୋଜ ହୋଇଥିଲେ । ଏବେ ସେମାନଙ୍କ ଶବ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସୁରକ୍ଷା ଏକେନ୍ସି ଏବେ ସେମାନଙ୍କୁ ଖୋଜିବାରେ ଲାଗିଛି । ଛାତ୍ରୀ ଦୁଇଜଣଙ୍କ ଶବ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ମଣିପୁରରେ ସ୍ଥାନୀୟ ଲୋକ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ।

Get real time updates directly on you device, subscribe now.