fbpx

(Video)ପ୍ରଧାନମନ୍ତ୍ରୀ ଫେରିବା ପରେ ଫୁଲକୁଣ୍ଡ ବୋହି ନେଲେ ଲୋକେ: କହିଲେ, ମୋଦୀ ତ ଚାଲିଯାଇଛନ୍ତି, ଏସବୁ ଆଉ କ’ଣ ହେବ?

Advertisement

ଅଯୋଧ୍ୟା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭଗବାନ ରାମଙ୍କ ନଗରୀ ଅଯୋଧ୍ୟାରେ ଆଜି ବହୁ ପ୍ରକଳ୍ପର ଉଦଘାଟନ କରିଛନ୍ତି । ଅଯୋଧ୍ୟା ଧାମ ରେଳଷ୍ଟେସନ ଉଦଘାଟନ କରିବା ପରେ ପ୍ରଧାନମନ୍ତ୍ରୀ ୨ ଅମୃତ ଭାରତ ଓ ୬ ବନ୍ଦେ ଭାରତ ଟ୍ରେନକୁ ସବୁଜ ପତାକା ଦେଖାଇଛନ୍ତି। ସେହିପରି ଅପରାହ୍ନ ସମୟରେରେ ପ୍ରଧାନମନ୍ତ୍ରୀ ମହର୍ଷି ବାଲ୍ମୀକି ଅନ୍ତର୍ଜାତୀୟ ବିମାନବନ୍ଦର ଉଦଘାଟନ କରିଛନ୍ତି। ତେବେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତକୁ ନେଇ ସାରା ଅଯୋଧ୍ୟା ସୁସଜ୍ଜିତ ହୋଇଛି। ଚାରିଆଡେ ପରିସ୍କାର ପରିଚ୍ଛନ୍ନ, ଫୁଲ ଗଛ ସାଙ୍ଗକୁ ଫୁଲର ବର୍ଷା ହୋଇଛି।

ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଅଯୋଧ୍ୟା ରାସ୍ତାରେ ଏକ ରୋଡ ଶୋ କରିଥିଲେ। ତେବେ ପ୍ରଧାନମନ୍ତ୍ରୀ ଅଯୋଧ୍ୟା ଠାରୁ ହନୁମାନଗରୀ ଦେଇ ଲକ୍ଷ୍ନୌ- ଗୋରଖପୁର ରାଜପଥ ଦେଇ ନୂତନ ଭାବରେ ନିର୍ମିତ ରେଳ ଷ୍ଟେସନ ପର୍ୟ୍ୟନ୍ତ ଯାତ୍ରା କରିଥିଲେ। ଯେଉଁଠାରେ ରାସ୍ତାର ଉଭୟ ପାର୍ଶ୍ୱରେ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା। ଏହି ସମୟରେ ଲୋକମାନେ ତାଙ୍କ ଉପରେ ଫୁଲ ବର୍ଷା କରିଥିଲେ। ଅନ୍ୟପଟେ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ରାସ୍ତା କଡ଼ରେ ବହୁ ସଂଖ୍ୟକ ଫୁଳକୁଣ୍ଡ ଲଗାଯାଇଥିଲା। କିନ୍ତୁ ପ୍ରଧାନମନ୍ତ୍ରୀ ଯିବା ମାତ୍ରେ ଏହି ଫୁଲକୁଣ୍ଡକୁ ଘରକୁ ବୋହିନେବା ପାଇଁ ଲୋକଙ୍କ ମଧ୍ୟରେ ଏକ ପ୍ରତିଯୋଗିତା ଆରମ୍ଭ ହୋଇଥିଲା।

ତେବେ ପ୍ରଧାନମନ୍ତ୍ରୀ ମୋଦୀ ଯିବା ମାତ୍ରେ ସୁରକ୍ଷା ବ୍ୟବସ୍ଥାକୁ ହଠାଇ ଦିଆଯାଇଥିଲା। ଲୋକମାନେ ରାସ୍ତା କଡ଼ରେ ରଖାଯାଇଥିବା ଫୁଲକୁଣ୍ଡ ବୋହି ନେଇଥିବା ଦେଖିବାକୁ ମିଳିଥିଲା। ଅଳ୍ପ ସମୟ ମଧ୍ୟରେ ସେଠାରେ ଥିବା ଫୁଲକୁଣ୍ଡ ସବୁ ଶେଷ ହୋଇ ଯାଇଥିଲା। ଯେତେବେଳେ ଲୋକଙ୍କୁ ଏ ବିଷୟରେ ପଚରାଯାଇଥିଲା, ସେମାନେ କହିଥିଲେ ଯେ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ମୋଦୀ ତ ଚାଲିଯାଇଛନ୍ତି, ଏବେ ଏସବୁ କ’ଣ ହେବ, ଏହା ମୋଦିଙ୍କର, ସେମାନେ ଏହାକୁ ନେଇଯିବେ। ତେବେ ଏହାର ଭିଡିଓ ବର୍ତମାନ କୌତୁହଳ ଭାବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଦେଖିବାକୁ ମିଳୁଛି।

Get real time updates directly on you device, subscribe now.