fbpx

ସ୍ଥିତି ସ୍ୱାଭାବିକ ହେବା ପରେ ବାଲେଶ୍ୱର ସହରରୁ କର୍ଫ୍ୟୁ ହଟାଇଲା ପ୍ରଶାସନ; ଜିଲ୍ଲାପାଳ ଆଶିଷ ଠାକ୍‌ରେଙ୍କ ସୂଚନା

Advertisement

ବାଲେଶ୍ୱର: (ଓଡ଼ିଶା ଭାସ୍କର) ବାଲେଶ୍ୱର ସହରରୁ ହଟିଲା କର୍ଫ୍ୟୁ । ସ୍ଥିତି ସ୍ୱାଭାବିକ ହେବା ପରେ କର୍ଫ୍ୟୁ ହଟାଇଲା ପ୍ରଶାସନ । ସୂଚନା ଦେଲେ ବାଲେଶ୍ୱର ଜିଲ୍ଲାପାଳ ଆଶିଷ ଠାକ୍‌ରେ । ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳକୁ ନେଇ କର୍ଫ୍ୟୁ ଲାଗିଥିଲା । ଜୁନ୍ ଅଠର ତାରିକଖରେ ବାଲେଶ୍ୱରରେ ଗୋଷ୍ଠୀ ସଂଘର୍ଷ ଘଟଣାକୁ ନେଇ ପୂରା ସହରରେ କର୍ଫ୍ୟୁ ଲାଗିଥିଲା । ବାଲେଶ୍ୱର ପୌରାଞ୍ଚଳରେ ଅନିର୍ଦ୍ଦିଷ୍ଟ କାଳ ପାଇଁ କର୍ଫ୍ୟୁ ଜାରି କରିଥିଲା ପ୍ରଶାସନ । କର୍ଫ୍ୟୁ କଟକଣା ଯୋଗୁଁ ବନ୍ଦ ଥିଲା ଦୋକାନ ବଜାର ଓ ସ୍କୁଲ କଲେଜ ।

ଗତ ଜୁନ୍ ସତର ତାରିଖ ବିଳମ୍ବିତ ରାତିରେ ସହରର ଗୋଳାପୋଖରୀ, ମୋତିଗଞ୍ଜ, ସିନେମା ଛକ ଅଞ୍ଚଳକୁ ସଂଘର୍ଷ ଉଗ୍ର ରୂପ ନେଇଥିଲା। ଢେଲାପଥର, ବାଡ଼ି ଓ କାଚ ବୋତଲ ମାଡ଼ରେ ୫ ପୋଲିସ କର୍ମଚାରୀଙ୍କ ସମେତ ୧୦ ଜଣ ଅହତ ହୋଇଥିଲେ । ଘଟଣାସ୍ଥଳରେ ଅନେକ ଦୁଇଚକିଆ ଓ ଚାରିଚକିଆ ଗାଡ଼ି ସହ ଲୋକଙ୍କ ଘର ଆସବାବପତ୍ର ନଷ୍ଟ ହୋଇଥିଲା । 

Get real time updates directly on you device, subscribe now.