fbpx

ଦୁଇଦିନର ଦୁର୍ବଳ ପ୍ରଦର୍ଶନ ପରେ ପୁଣି ଚମକିଲା ଶେୟାର ମାର୍କେଟ୍: ସେନସେକ୍ସ ୨୫୭ ପଏଣ୍ଟ, ନିଫ୍ଟୀ ୧୭,୫୫୦ ଉପରେ

ନୂଆଦିଲ୍ଲୀ: ଗତ ଦୁଇଦିନ ଧରି ଭାରତୀୟ ଶେୟାର ବଜାର ଦୁର୍ବଳ ସ୍ତରରେ ରହିଥିଲା । ମାତ୍ର ଆଜି ବଜାରରେ ପଜିଟିଭ୍ ସାଇନ୍ ଦେଖିବାକୁ ମିଳିଛି । ଏହାର ପ୍ରଭାବ ଅଟୋ, ବ୍ୟାଙ୍କ, ମେଟାଲ, ଅଏଲ ଆଣ୍ଡ ଗ୍ୟାସ୍ ଷ୍ଟକ ଉପରେ ପଡ଼ିଛି । ଗ୍ଲୋବାଲ ସ୍ତରରେ ଦୁର୍ବଳ ପ୍ରଦର୍ଶନ ପରେ ବି ଘରୋଇ ମାର୍କେଟରେ ଲାଭ ଓ କ୍ଷତିର ଝଲକ ଦେଖିବାକୁ ମିଳିଥିଲା ।

ଆଜି ସେନସେକ୍ସ ୨୫୭.୪୩ ପଏଣ୍ଟ, ୦.୪୪ ପ୍ରତିଶତ, ୫୯,୦୩୧.୩୦ ଉଚ୍ଚରେ ରହିଥିଲା । ସେହିପିର ନିଫ୍ଟୀ ୮୬.୮୦ ପଏଣ୍ଟ, ୦.୫୦ ପ୍ରତିଶତ, ୧୭,୫୭୭.୫୦ରେ ବନ୍ଦ ହୋଇଥିଲା । ଏହା ଘରୋଇ ଅର୍ଥନୀତିକୁ ସୁବିଧାଜନକ ସ୍ଥିତିକୁ ନେଇଯାଇଥିଲା । ଜିଓଜିଟ ଫାଇନାନ୍ସିଆଲ ସର୍ଭିସେସର ରିସର୍ଚ୍ଚ ହେଡ୍ ବିନୋଦ ନେର ଏନେଇ ସୂଚନା ଦେଇଛନ୍ତି । ବର୍ତ୍ତମାନ ଗ୍ଲୋବାଲ ମାର୍କେଟ ଚାପରେ ରହିଥିବା ଜଣାପଡ଼ିଛି ।

ଘରୋଇ ବଜାରରେ ଅଟୋ, ବ୍ୟାଙ୍କ, ମେଟାଲ ସେକ୍ଟରରେ ଅଗ୍ରଗତି ଦେଖିବାକୁ ମିଳିଛି । ଏମଆଣ୍ଡଏମ, ଆଇଚର ମୋଟର୍ସ, ବଜାଜ ଫିନସର୍ଭ, ଟାଇଟନ କମ୍ପାନୀ, ଟାଟା ଷ୍ଟିଲ ନିଫ୍ଟୀରେ ବେନିଫିଟ୍ ପାଇଛନ୍ତି । କ୍ଷତି ସହିଥିବା କମ୍ପାନୀ ମଧ୍ୟରେ ଇନଫୋସିସ, ଟିସିଏସ, ଡିଭିସ ଲାବସ, ହଲ ଆଣ୍ଡ ଏଚସିଏଲ ଟେକ୍ନୋଲୋଜିର ନାମ ସାମିଲ ରହିଛି ।

ବିଏସଇର ୧୦୦ରୁ ଅଧିକ ଷ୍ଟକ୍ ୫୨ ସପ୍ତାହ ଧରି ଉଚ୍ଚରେ ରହିଛନ୍ତି । ସେଥିମଧ୍ୟରେ ପ୍ରିକୋଲ, ନ୍ୟୁ ଡେଲି ଟେଲିଭିଜନ, ହବଟାଉନ, ଭାରତ ଇଲେକ୍ଟ୍ରୋନିକ୍ସ, ଦୀପକ ଫର୍ଟିଲାଇଜର୍ସ ଓ ଅଦାନି ଟ୍ରାନ୍ସମିସନ ରହିଛନ୍ତି ।

Get real time updates directly on you device, subscribe now.