fbpx

ବ୍ୟକ୍ତିଙ୍କ ପାଇଁ ବିଷ ସମାନ ହୋଇଥାଏ ଏଭଳି ପରିସ୍ଥିତି: ଜାଣନ୍ତୁ କ’ଣ କହୁଛି ଚାଣକ୍ୟ ନୀତି

ଚାଣକ୍ୟ ନୀତି ଅନୁଯାୟୀ, ଜୀବନରେ କିଛି ପରିସ୍ଥିତି ଏମିତି ଆସେ ଯାହା ଆମର ଆତ୍ମ ସମ୍ମାନକୁ କ୍ଷତି ପହଞ୍ଚାଇଥାଏ । ଚାଣ୍ୟକ୍ୟଙ୍କ ଅନୂଯାୟୀ ଏହି ଅବସ୍ଥାକୁ ସାମ୍ନା କରିବା ବିଷ ପିଇବା ସହିତ ସମାନ। ଏପରି ପରିସ୍ଥିତିରେ ଆପଣ ନିଜକୁ କିପରି ସମ୍ଭାଳିବେ ଏନେଇ କହିଛନ୍ତି ଚାଣକ୍ୟନୀତି ।

  • କିଛି ଲୋକଙ୍କର ଏପରି ଅଭ୍ୟାସ ଅଛି ଯେ ସେମାନେ ଅନ୍ୟମାନଙ୍କୁ ଅପମାନିତ କରନ୍ତି । ଅପମାନକୁ ସହ୍ୟ କରିବା ବିଷ ସଦୃଶ  । ହୁଏତ ଥରେ ଏହାକୁ ସହ୍ୟ କରିହେବ । କିନ୍ତୁ ପ୍ରତ୍ୟେକ ଥର ସହ୍ୟ କରିବା ଆତ୍ମ ସମ୍ମାନକୁ କ୍ଷତି ପହଞ୍ଚାଇବା ସହିତ ସମାନ । ଏହାକୁ ଏଡ଼ାଇବାକୁ ଚେଷ୍ଟା କରନ୍ତୁ ।
  • ଚାଣକ୍ୟ କହିଛନ୍ତି ଯେ, ଜୀବନରେ ଅନେକ ଥର ଏପରି ପରିସ୍ଥିତି ଆସେ ଯେତେବେଳେ ଭୁଲ୍ ପାଇଁ ଅପମାନିତ ହେବାକୁ ପଡେ । କିନ୍ତୁ ଯଦି କୌଣସି ଦୋଷ ବିନା ନିଜର ଆତ୍ମ ସମ୍ମାନ ସହିତ ଆପୋଷ ବୁଝାମଣା କରିବାକୁ ପଡ଼େ । ତେବେ ପରିସ୍ଥିତି ଅତ୍ୟନ୍ତ ଦୁଃଖଦାୟକ ।
  • ଚାଣକ୍ୟ ନୀତି ଅନୁଯାୟୀ, ଯଦି କେହି ଆପଣଙ୍କୁ ବାରମ୍ବାର ଅପମାନିତ କରିବାକୁ ଚେଷ୍ଟା କରନ୍ତି, ତେବେ ଏହାକୁ ଆଦୌ ବରଦାସ୍ତ କରନ୍ତୁ ନାହିଁ  । ଏହି ପରିସ୍ଥିତି ଆପଣଙ୍କ ମନରେ ଦୁଃଖ ଦେଇପାରେ ଏବଂ ଏପରି ପରିସ୍ଥିତିରେ ଆପଣ ଆପଣଙ୍କର ଭବିଷ୍ୟତ କାର୍ଯ୍ୟ ଉପରେ ଧ୍ୟାନ ଦେଇପାରିନଥାନ୍ତି ।
  • ଅନେକ ଥର ଏପରି ଘଟଣା ଘଟେ ଯାହା ଏକ ଗଭୀର ଆଘାତ ଦେଇଥାଏ ଏବଂ ସବୁବେଳେ ମନରେ ରହିଥାଏ । ଏହି ଅବସ୍ଥା ମଧ୍ୟ ବିଷ ପରି ଅଟେ  । ଏଭଳି ପରିସ୍ଥିତିରେ ଦୂରେଇ ରହିବା ଉଚିତ୍ ।

Get real time updates directly on you device, subscribe now.