fbpx

ଗଣେଶ ଚତୁର୍ଥୀରେ ପୂରଣ ହେବ ସବୁ ମନୋସ୍କାମନା: ଗଣପତିଙ୍କୁ ଅର୍ପଣ କରନ୍ତୁ ଏହି ପ୍ରସାଦ

ଓଡିଶା ଭାସ୍କର: ଭାଦ୍ରବ ମାସରେ ଗଣେଶ ଚତୁର୍ଥୀକୁ ଭାରତରେ ଖୁବ ଧୂମଧାମରେ ପାଳନ କରାଯାଏ । ଚଳିତବର୍ଷ ଅଗଷ୍ଟ ୩୧ ତାରିଖରେ ଏହି ମହାପର୍ବର ମହା ତିଥି ରହିଛି । ତେବେ ଏହି ଦିନରେ ପ୍ରଭୁ ଗଜାନନ ଧରାପୃଷ୍ଠରେ ଅବତରଣ କରିବେ । ତେଣୁ ତାଙ୍କ ପରମ କୃପା ପ୍ରାପ୍ତି କରିବା ପାଇଁ ଭକ୍ତମାନେ ଲମ୍ବୋଦରଙ୍କୁ ତାଙ୍କର ପ୍ରିୟ ପ୍ରସାଦ ଅର୍ପଣ କରିପାରନ୍ତି ।

ହିନ୍ଦୁ ଧର୍ମର ଅଗ୍ରପୂଜ୍ୟ ହେଉଛନ୍ତି ପାର୍ବତୀ ନନ୍ଦନ ପ୍ରଭୁ ଶ୍ରୀ ଗଣେଶ । କୌଣସି ବି ମାଙ୍ଗଳିକ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ପ୍ରଥମେ ବିଘ୍ନବିନାଶନଙ୍କୁ ଅର୍ଘ୍ୟ ଦିଆଯାଏ । ଯେଉଁ ଘରେ ଗଜାନନଙ୍କ କୃପା ବର୍ଷିଥାଏ, ସେଠାରେ ସମସ୍ତ କାର୍ଯ୍ୟ ସଫଳତାର ଶିଖର ଛୁଏଁ । ତେବେ ଗଣେଶ ମହୋତ୍ସରେ ପ୍ରଭୁଙ୍କୁ ତାଙ୍କ ପ୍ରିୟ ଜିନିଷ ଭୋଗ ଲଗାଇଲେ ଆପଣଙ୍କର ବି ମନୋସ୍କାମନା ପୂର୍ଣ୍ଣ ହେବ ।

ପ୍ରଭୁ ଶ୍ରୀଗଣେଶଙ୍କର ସବୁଠୁ ପ୍ରିୟ ଖାଦ୍ୟ ହେଉଛି ମୋଦକ । ତେଣୁ ଏହି ମୋଦକ ପ୍ରଭୁଙ୍କ ନିକଟରେ ଅର୍ପଣ କରିପାରିବେ ଶ୍ରଦ୍ଧାଳୁ । ଦ୍ୱିତୀୟ ଦିନରେ ଗଜାନନଙ୍କୁ ମୋତିଚୂର ଲଡୁ ଭୋଗ ଲଗାନ୍ତୁ । ଆପଣଙ୍କ ମନୋସ୍କାମନା ନିଶ୍ଚୟ ପୂରଣ ହେବ । ଏହାବ୍ୟତୀତ ପ୍ରଭୁ ଲମ୍ବୋଦରଙ୍କୁ କଦଳୀ ମଧ୍ୟ ଖୁବ ପସନ୍ଦ । ତେଣୁ ଚତୁର୍ଥୀ ଦିନ ବାବା ଗଣପତିଙ୍କୁ କଦଳୀ ପ୍ରସାଦ ଅର୍ପଣ କରନ୍ତୁ । ଆପଣଙଙ୍କ ପରିବାର ଉପରେ ବାବାଙ୍କ କରୁଣା ଦୃଷ୍ଟି ନିଶ୍ଚୟ ପଡିବ । ଏକଦନ୍ତଙ୍କ ଜନ୍ମୋତ୍ସବ ପଞ୍ଚମ ଦିନରେ ବକ୍ରତୁଣ୍ଡଙ୍କୁ ଲହୁଣୀ ସହିତ କ୍ଷୀର ଭୋଗ ଲଗାଇ ପାରିବେ ।

ଷଷ୍ଠ ଦିନରେ ବାବାଙ୍କୁ ଶ୍ରୀଫଳ ନଡିଆ ଏବଂ ସପ୍ତମୀ ତିଥିରେ ବିଘ୍ନେଶ୍ୱରଙ୍କୁ ମେୱା ଲଡୁ ଅର୍ପଣ କରନ୍ତୁ । ଏଥିରେ ବାବା ପ୍ରସନ୍ନ ହୋଇ ଆପଣଙ୍କୁ ସମସ୍ତ ବିପଦରୁ ରକ୍ଷା କରିବେ । ଶାସ୍ତ୍ର ଅନୁସାରେ କ୍ଷୀରରେ ପ୍ରସ୍ତୁତ କଳାକନ୍ଦ ମଧ୍ୟ ସିଦ୍ଧି ବିନାୟକଙ୍କ ପ୍ରିୟ ଭୋଜନ । ତେଣୁ ଅଷ୍ଟମୀ ଦିନରେ ଏହାକୁ ଘରେ ପ୍ରସ୍ୁତ କରି ଗିରିଜାନନ୍ଦନଙ୍କୁ ଅର୍ପଣ କରନ୍ତୁ । ନବମୀ ତିଥିରେ କେସରରେ ନିର୍ମିତ ଶ୍ରୀଖଣ୍ଡ ମଧ୍ୟ ପ୍ରସାଦ ଲଗାଇପାରିବେ ।ତେବେ ପୂଜାର ଶେଷ ଦିନରେ ତଥା ବିସର୍ଜନ ସମୟରେ ମୂଷିକବାହନଙ୍କୁ ପ୍ରିୟର ମୋଦକ ସେବନ କରାଇ ତାଭ୍କ ଆଶୀର୍ବାଦ ଭିକ୍ଷା କରନ୍ତୁ ।

Get real time updates directly on you device, subscribe now.