fbpx

(Video) ତୁ ନିଜେ ଗୋଟେ ପାଗଳ, ଅନ୍ୟକୁ ପାଗଳ କାହିଁକି କରୁଛୁ: ସାମ୍ନାକୁ ଆସିଲା ଶ୍ୱେତା-ସୌମ୍ୟଜିତଙ୍କ ଶେଷ ଅଡିଓ କଲ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୁବନେଶ୍ୱରର ସଫ୍ଟୱେୟାର ଇଞ୍ଜିନିୟର ଶ୍ୱେତା ଉକ୍ରଳ କୁମାରୀଙ୍କ ଆତ୍ମହତ୍ୟା ଘଟଣା ଏବେ ସାରା ରାଜ୍ୟରେ ଚର୍ଚ୍ଚା ସୃଷ୍ଟି କରିଛି । ଶ୍ୱେତାଙ୍କ ବୟଫ୍ରେଣ୍ଡ ସୌମ୍ୟଜିତ ମହାପାତ୍ରଙ୍କୁ ପୂର୍ବରୁ ପୋଲିସ ନୋଟିସ ପଠାଇଥିବା ବେଳେ ୩୦୬ ଧାରା ଲଗାଇଥିଲା । ସୌମ୍ୟଜିତଙ୍କ ନାମରେ ଶ୍ୱେତାଙ୍କ ପରିବାର ଲୋକେ ଥାନାରେ ଏତଲା ଦାୟର କରିଥିଲେ । ତେବେ ଏହା ମଧ୍ୟରେ ସୌମ୍ୟଜିତ ଚନ୍ଦ୍ରଶେଖରପୁର ଥାନାରେ ହାଜର ହୋଇଛନ୍ତି । ସୌମ୍ୟଙ୍କୁ ପୋଲିସ ୧୭ଟି ପ୍ରଶ୍ନ ପଚାରିଥିବା ବେଳେ ପରେ ତାଙ୍କୁ ଛାଡ଼ି ଦିଆଯାଇଥିବା ଜଣାପଡ଼ିଛି ।

ତେବେ ଏହା ମଧ୍ୟରେ ସାମ୍ନାକୁ ଆସିଛି ଶ୍ୱେତା-ସୌମ୍ୟଜିତଙ୍କ ଲାଷ୍ଟ ଅଡିଓ କଲ୍ । ଶ୍ୱେତା- କ’ଣ ଇଏ ସୌମ୍ୟଜିତ । ସୌମ୍ୟଜିତ- ଯଦି ମୋ ବାପା-ମା’ଙ୍କ ପାଖକୁ କଲା ଗଲା.. । ଶ୍ୱେତା- ଠିକ୍ ଅଛି ମୁଁ କଲ୍ କରିବି ନାହିଁ । ତୁ ଶାଲା, ହାରାମି ମୋ ସହିତ ଗେମ୍ ଖେଳୁଛୁ ମୁଁ କ’ଣ ବୁଝି ପାରୁନି । ସୌମ୍ୟଜିତ- ମୋ ଜୀବନରୁ ଦୂରେଇ ଯାଆ । ଶ୍ୱେତା- କାହିଁକି ଦୂରେଇ ଯିବି ।

ସୌମ୍ୟଜିତ- ମୋ ମୁଣ୍ଡ ଖରାପ କରେନା । ନିଜର ତ ଜୀବନ ନଷ୍ଟ କରିସାରିଛୁ, ମୋ ଜୀବନ କାହିଁକି ନଷ୍ଟ କରୁଛୁ । ମୋତେ ଶାନ୍ତିରେ ରହିବାର ଅଛି । ଶ୍ୱେତା- କ’ଣ ନଷ୍ଟ କରିଦେଲି । ସୌମ୍ୟଜିତ- ମୁଁ ମନା କରୁଛି ପରା ମୋତେ କଲ୍ କର ନାହିଁ । ନିଜେ ତ ଗୋଟେ ପାଗଳ, ଅନ୍ୟକୁ କାହିଁକି ଏପରି କରୁଛୁ । ଶ୍ୱେତା- ମୁଁ ମାତ୍ର ଗୋଟିଏ କଲ୍ କରିଛି । ସୌମ୍ୟଜିତ- ଏକାଧିକ କଲ୍ କରିଛୁ ।

Get real time updates directly on you device, subscribe now.