fbpx

Uri ପରେ ତୃତୀୟ ଥର ପାଇଁ ଆର୍ମି ପୋଷାକରେ ପରଦାକୁ ଆସିବେ ଭିକି କୌଶଲ

ମୁମ୍ବାଇ : ବଲିଉଡର ଅଭିନେତା ଭିକି କୌଶଳ ଆଜିକାଲି ବହୁତ ବ୍ୟସ୍ତ ରହୁଛନ୍ତି । କିଛି ଦିନ ପୂର୍ବରୁ ତାଙ୍କ ଫିଲ୍ମ ‘ଦ ଗ୍ରେଟ ଇଣ୍ଡିଆନ ଫ୍ୟାମିଲି’ ରିଲିଜ ହୋଇଥିଲା । ଏବେ ଖୁବଶିଘ୍ର ତାଙ୍କର ଆଉ ଏକ ଫିଲ୍ମ ପରଦାକୁ ଆସିବ । ଫିଲ୍ମଟିର ନାମ ହେଉଛି ‘ସ୍ୟାମ ବାହାଦୁର’ । ତେବେ ଏହି ଫିଲ୍ମରୁ ଭିକି କୌଶଲଙ୍କ ଏକ ପୋଷ୍ଟର ସାମ୍ନାକୁ ଆସିଛି । ଏବେ ଅଭିନେତା ଏହି ଫିଲ୍ମର ପ୍ରମୋସନରେ ଲାଗିଛନ୍ତି । ୧୪ ଅକ୍ଟୋବରରେ ଏହି ଫିଲ୍ମର ଟିଜର ମଧ୍ୟ ରିଲିଜ କରାଯିବ । ଯାହାକୁ ଦେଖିବା ପରେ ଆପଣ ମଧ୍ୟ ଅନୁମାନ କରିପାରିବେ ଫିଲ୍ମଟି କିପରି ହୋଇଛି । ଏହି ଫିଲ୍ମରେ ଭିକି କୌଶଲ ଆର୍ମି ଅଫିସର ଭୂମିକାରେ ନଜରକୁ ଆସିବେ । ଏହା ପୂର୍ବରୁ ମଧ୍ୟ ଏହି ଅଭିନେତାଙ୍କୁ ୨ ଥର ଆର୍ମି ଅଫିସରର ରୋଲ ଦିଆଯାଇଛି ।

‘ଉରୀ- ଦ ସର୍ଜିକାଲ ଷ୍ଟ୍ରାଇକ’ ରେ ଭିକି କୌଶଲ ଜଣେ ଆର୍ମି ଅଫିସର ଭୂମିକାରେ ଅଭିନୟ କରିଥିଲେ । ଫଲ୍ମରେ ତାଙ୍କ ନାମ ମେଜର ବିହାନ ଥିଲା । ଯିଏ ସର୍ଜିକାଲ ଷ୍ଟାଇକର ହେଡ ଥିଲେ । ଫିଲ୍ମରେ ତାଙ୍କର ପାଖାପାଖି ଥିବା ମୋହିତ ରେନ ଯିଏ ମେଜର କରଣଙ୍କ ଭୂମିକାରେ ଥିଲେ । ଏହି ଫିଲ୍ମର ଡାଇଲଗ ପାଇଁ ଭିକି ଦର୍ଶକମାନଙ୍କର ପସନ୍ଦରେ ଆସିଥିଲେ ।

‘ରାଜି’ରେ ଏହି ଫିଲରେ ସେ ଭାରତୀୟ ସେନା ଭୂମିକାରେ ନଥିଲେ କିନ୍ତୁ ସେ ଆର୍ମି ଅଫିସର ଭୂମିକାରେ ନଜରକୁ ଆସିଥିଲେ । ଏଥିରେ ସେ ପାକିସ୍ତାନୀ ସେନାର ଅଫିସର ଭୂମିକାରେ କାମ କରିଥିଲେ । ଏଥିରେ ତାଙ୍କୁ ପାକିସ୍ତାନୀ ଆର୍ମି ପୋଷାକ ପିନ୍ଧିବାର ସୁଯୋଗ ମିଳିଥିଲା । ଏହି ଫିଲ୍ମରେ ତାଙ୍କ ସହ ଆଲିଆ ଭଟ୍ଟ ଲିଡ ରୋଲରେ ଥିଲେ । ଏଥିରେ ସେ ସ୍ପାଇ ଏଜେଣ୍ଟର ଅଭିନୟ କରିଥିଲେ ।

‘ସୋମ ବାହାଦୁର’ରେ ମଧ୍ୟ ଭିକି କୌଶଲ ଭାରତୀୟ ସେନା ପୋଷାକରେ ଦେଖିବାକୁ ମିଳିବେ । ଏହି ଫିଲ୍ମରେ ଭିକି ଫିଲ୍ଡ ମାର୍ଶାଲ ସୋମ ମାନେକଶଁଙ୍କ ଭୂମିକାରେ ନଜରକୁ ଆସିବେ । ଏହି ଫିଲ୍ମ ମଧ୍ୟ ରିଏଲ ଲାଇଫ କ୍ୟାରେକଟର ଉପରେ ଆଧାରିତ । ୧୪ ଅକ୍ଟୋବରରେ ଏହା ଟିଜର ରିଲିଜ କରାଯିବ । ଭାରତ- ପାକିସ୍ତାନ ମ୍ୟାଚ ମଧ୍ୟରେ ଏହାର ଟିଜର ରିଲିଜ କରାଯିବ ।

Get real time updates directly on you device, subscribe now.