fbpx

ଅବିଶ୍ୱସନୀୟ ଟ୍ୟାଲେଣ୍ଟ! ୧୬ ବର୍ଷର ଝିଅ ୧୦୦ କୋଟି ମୂଲ୍ୟ ବିଶିଷ୍ଟ କମ୍ପାନୀର ମାଲିକାଣୀ

ନୂଆଦିଲ୍ଲୀ: ଜୀବନରେ ବିଭିନ୍ନ କ୍ଷେତ୍ରରେ ସଫଳତାର ଶୀର୍ଷରେ ପହଞ୍ଚିବାକୁ ବର୍ଷ ବର୍ଷ ସମୟ ଲାଗିଯାଇଥାଏ । ଏଥିପାଇଁ ଅଧିକାଂଶ ଲୋକଙ୍କୁ ଅସୀମ ଧୈର୍ଯ୍ୟ ସ୍ୱୀକାର କରିବାକୁ ପଡ଼ିଥାଏ । ତେବେ ଅନେକ ସମୟରେ ଅଳ୍ପ ବୟସରୁ କିଛି ଯୁବକ, ଯୁବତୀ ସଫଳତାର ଉଚ୍ଚ ସିଡ଼ିକୁ ସ୍ପର୍ଶ କରିବାକୁ ସକ୍ଷମ ହୋଇଥାନ୍ତି । ସେମାନଙ୍କର ସଫଳତା ବିଷୟରେ ଶୁଣିଲେ ସହଜରେ ବିଶ୍ୱାସ କରିହୁଏ ନାହିଁ ।

ଏପରି ଭାବେ ଜଣେ ଭାରତୀୟ ଝିଅ ନିଜର ଅସାଧାରଣ ପ୍ରତିଭା ବଳରେ ଆଜି ବହୁ ଉଚ୍ଚରେ ପହଞ୍ଚି ପାରିଛନ୍ତି । ସେ ହେଉଛନ୍ତି ପ୍ରାଞ୍ଜଳି ଆୱସ୍ଥି । ପ୍ରାଞ୍ଜଳି ମାତ୍ର ୧୬ ବର୍ଷ ବୟସରେ ଏକ ୧୦୦ କୋଟି ଟଙ୍କା ଟଙ୍କା ବିଶିଷ୍ଟ ଏକ କୃତ୍ରିମ ବୁଦ୍ଧିମତା (ଏଆଇ) ଷ୍ଟାର୍ଟଅପ ଛିଡ଼ା କରିପାରିଛନ୍ତି । ତାଙ୍କର ଷ୍ଟାର୍ଟଅପର ନାମ ହେଉଛି ‘ଡେଭଲ.ଏଆଇ’ । ଗତ ବର୍ଷ ପ୍ରାଞ୍ଜଳି ତାଙ୍କର ନୂଆ ଷ୍ଟାଟଅର୍ପ ଆରମ୍ଭ କରିଥିଲେ ।

ବର୍ତ୍ତମାନ ପ୍ରାଞ୍ଜଳିଙ୍କର ଷ୍ଟାଟଅପର ମୂଲ୍ୟ ୧୦୦ କୋଟି ଟଙ୍କାରେ ପହଞ୍ଚି ସାରିଥିବା ବେଳେ ତାଙ୍କ ଅଧିନରେ ୧୦ ଜଣ କାମ କରୁଛନ୍ତି । ତେବେ ନିଜ ସଫଳତାର ସମସ୍ତ ଶ୍ରେୟ ପ୍ରାଞ୍ଜଳି ତାଙ୍କର ବାପାଙ୍କୁ ଦେଇଛନ୍ତି । ମାତ୍ର ୭ ବର୍ଷ ବୟସରେ ସେ କୋଡିଂ ଶିକ୍ଷା ଆରମ୍ଭ କରିଥିବା ବେଳେ ୧୧ ବର୍ଷ ବୟସରେ ସେ ଭାରତରୁ ଆମେରିକାର ଫ୍ଲୋରିଡ଼ାକୁ ଚାଲିଯାଇଥିଲେ । ଏହାପରେ ତାଙ୍କ ପାଇଁ ବିଶ୍ୱସ୍ତରୀୟ ସୁଯୋଗ ସୃଷ୍ଟି ହୋଇଥିଲା ଓ ସେ କମ୍ପ୍ୟୁଟର ସାଇନ୍ସ କ୍ଲାସ ଓ କମ୍ପିଟିଟିଭ ମାଥ ପ୍ରୋଗ୍ରାମ ଆରମ୍ଭ କରିଦେଇଥିଲେ । ୧୩ ବର୍ଷ ବୟସରେ ସେ ଚାଟଜିପିଟି-୩ ବେଟାରେ ଇଣ୍ଟର୍ଣ୍ଣଶିପ୍ ଆରମ୍ଭ କରିଥିଲେ ।

Get real time updates directly on you device, subscribe now.