fbpx

ପନିପରିବା ପରେ ଏବେ ମସଲାର ଦାମରେ ଲାଗିବ ନିଆଁ : ଜୀରାର ଦାମ ଭାଙ୍ଗିଲା ରେକର୍ଡ

Advertisement

ନୂଆଦିଲ୍ଲୀ : ପରିବା ପରେ ବର୍ତ୍ତମାନ ମସଲାର ଦାମରେ ନିଆଁ ଲାଗିବାର ଆଶଙ୍କା କରାଯାଉଛି । ଗତବର୍ଷ ତୁଳନାରେ ଚଳିତବର୍ଷ କିଛି ମସଲାର ଦାମରେ ଦ୍ୱିଗୁଣ ବୃଦ୍ଧି ପାଇବାର ଦେଖିବାକୁ ମିଳିଛି । ଏଥିମଧ୍ୟରୁ ସବୁଠାରୁ ଅଧିକ ଜୀରାର ଦାମରେ ବୃଦ୍ଧି ହୋଇଛି । ଗତମାସରେ ଏହାର ଖୁଚୁରା ମୂଲ୍ୟ ବାର୍ଷିକ ପ୍ରାୟ ୭୫% ବୃଦ୍ଧି ପାଇଛି । ପନିପରିବା ପରେ ବର୍ତ୍ତମାନ ମହଙ୍ଗା ମସଲା ଲୋକଙ୍କ ଖାଦ୍ୟର ସ୍ୱାଦକୁ ନଷ୍ଟ କରିପାରେ । ପ୍ରତ୍ୟେକ ଜିନିଷରେ ଦାମ ବଢିବାର କାରଣ ମୌସୁମୀ ବୋଲି କୁହାଯାଉଛି ।

ବିଶେଷଜ୍ଞଙ୍କ ଅନୁସାରେ, ଖରାପ ପାଗ ପରିସ୍ଥିତି ଯୋଗୁଁ ଏବଂ ଉତ୍ପାଦନର ôହାସ ହେତୁ ମସଲାର ମୂଲ୍ୟ ବୃଦ୍ଧି ପାଇଛି । ସ୍ଥିତି ଗମ୍ଭୀର ଥିବାରୁ ଦାମରେ ପରିବର୍ତ୍ତନ ଆସନ୍ତା ବର୍ଷ ପର୍ଯ୍ୟନ୍ତ ନ ହେବାର ଆଶଙ୍କା କରାଯାଉଛି । ବିଶେଷକରି ଜୀରାର ମୂଲ୍ୟ ôହାସ ପାଇବାର ଦେଖାଯାଉ ନାହିଁ । ଜୀରା ବର୍ଷରେ ଥରେ ମାତ୍ର ଉତ୍ପାଦନ କରାଯାଏ ଏବଂ ଏହି ବର୍ଷ ପାଖାପାଖି ୩୦ ରୁ ୪୦ ପ୍ରତିଶତ ପର୍ଯ୍ୟନ୍ତ ଚାଷ କରାଯାଇଛି । ଏହି ବର୍ଷ ଆରମ୍ଭରୁ ହିଁ ଜୀରାର ମୂଲ୍ୟ ଲଗାତାର ବଢିବାରେ ଲାଗିଛି । ଜୁନ ୧୯କୁ ଗୁଜୁରାଟର ମେହସାଣା ଜିଲ୍ଲାର ଉଝା କୃଷି ଉତ୍ପାଦନ ବଜାରରେ ସମିତି ମଣ୍ଡିରେ ୫୦,୦୦୦ ଟଙ୍କା ପ୍ରତି କ୍ୱିଣ୍ଟାଲରେ ରହିଛି । ପରବର୍ତ୍ତୀ ସମୟ ଜୁଲାଇ ୧୮ରେ ୬୦,୦୦୦ ଟଙ୍କା ପ୍ରତି କ୍ୱିଣ୍ଟାଲ ସ୍ତରକୁ ଛୁଇଁଛି । ଅଧିକାରୀଙ୍କ ଅନୁସାରେ, ଜୀରା ଉତ୍ପାଦନ ୨୦୧୯-୨୦ ରେ ୯.୨ ଲକ୍ଷ ଟନରୁ ଖସି ୨୦୨୦-୨୧ରେ ୭.୯୫ ଲକ୍ଷ ଟନ ଏବଂ ୨୦୨୧-୨୨ରେ ୭.୨୫ ଲକ୍ଷ ଟନ ହୋଇଯାଇଛି ।

ଏହି ମାସରେ ଜୀରା ଇଣ୍ଡିଆନ କାଉନସିଲ ଫର ରିସର୍ଚ ଅନ ଇଣ୍ଟରନେଶନାଲ ଇକୋନୋମିକ ରିଲେଶ୍ନସ ରିପୋର୍ଟ ଅନୁସାରେ, ଗୁଜୁରାଟ ଏବଂ ରାଜସ୍ଥାନ ଯାହା ଭାରତର ଜୀରା ଉତ୍ପାଦନରେ କ୍ରମଶଃ ୫୫.୮% ଏବଂ ୪୩.୯% ର ଯୋଗଦାନ କରେ । ଏହି ରାଜ୍ୟରେ ମାର୍ଚ୍ଚ-ଏପ୍ରିଲ-ମଇ ରେ ଅଧିକ ବର୍ଷା ରେକର୍ଡ କରାଯାଇଛି ।

Get real time updates directly on you device, subscribe now.