fbpx

ଇଂଲଣ୍ଡକୁ ହରାଇ ବିଶ୍ଵ ଟେଷ୍ଟ ଚାମ୍ପିଅନଶିପ୍ ଟେବୁଲରେ ଅଷ୍ଟ୍ରେଲିଆର ଲମ୍ବ ଡିଆଁ, ଖସିଲେ ଭାରତ-ପାକିସ୍ତାନ

ନୂଆଦିଲ୍ଲୀ : ନୂଆ ଅଧିନାୟକ ପାଟ୍ କମିନ୍ସଙ୍କ ନେତୃତ୍ଵରେ ଅଷ୍ଟ୍ରେଲିଆ କ୍ରିକେଟ୍ ଦଳ ଆସେସ ସିରିଜ୍ର ପ୍ରଥମ ମ୍ୟାଚ୍ରେ ଇଂଲଣ୍ଡକୁ ୯ ଓ୍ଵିକେଟ୍ରେ ମାତ୍ ଦେଇଛି। ବ୍ରିସବେନରେ ଖେଳାଯାଇଥିବା ମ୍ୟାଚ୍ର ଚତୁର୍ଥ ଦିନରେ ଇଂଲଣ୍ଡ ଦ୍ଵିତୀୟ ଇନିଂସରେ ୨୯୭ ରନରେ ଅଲଆଉଟ୍ ହେବା ପରେ ଅଷ୍ଟ୍ରେଲିଆ ସମ୍ମୁଖରେ ଥିଲା ୨୦ ରନର ବିଜୟ ଲକ୍ଷ୍ୟ। ଜବାବରେ ଅଷ୍ଟ୍ରେଲିଆ ଗୋଟିଏ ଓ୍ଵିକେଟ୍ ହରାଇ ୯ ଓ୍ଵିକେଟ୍ରେ ବିଜୟ ହାସଲ କରିଛି। ଏହି ବିଜୟ ସହ ଅଷ୍ଟ୍ରେଲିଆ ସିରିଜ୍ରେ ୧-୦ରେ ଅଗ୍ରଣୀ ହାସଲ କରିଛି। ଅଷ୍ଟ୍ରେଲିଆ ପକ୍ଷରୁ ଦ୍ଵିତୀୟ ଇନିଂସରେ ନାଥନ ଲିୟନ ୪ ଓ୍ଵିକେଟ୍ ନେଇଛନ୍ତି। ଏହି ବିଜୟ ସହ ଅଷ୍ଟ୍ରେଲିଆ ବିଶ୍ଵ ଟେଷ୍ଟ ଚାମ୍ପିଅନଶିପର ପଏଣ୍ଟ ଟେବୁଲ୍ରେ ଲମ୍ବ ଡିଆଁ ମାରିଛି। ଦଳ ଭାରତ ଓ ପାକିସ୍ତାନକୁ ପଛରେ ପକା ସିଧାସଳଖ ଦ୍ଵିତୀୟ ସ୍ଥାନରେ ପହଞ୍ଚିଛି।
ପଏଣ୍ଟ ଟେବୁଲ୍ରେ ଶୀର୍ଷରେ ରହିଛି ଶ୍ରୀଲଙ୍କା। ଦଳର ପରସେଣ୍ଟଟେଜ୍ ଅଫ ପଏଣ୍ଟ ଅଷ୍ଟ୍ରେଲିଆ ସହ ଯୁଗ୍ମ ସମାନ ରହିଛି। ମାତ୍ର ଅଷ୍ଟ୍ରେଲିଆର ପଏଣ୍ଟ କମ ରହିଛି। ଭାରତର ସର୍ବାଧିକ ୪୨ ପଏଣ୍ଟ ଥିଲେ ମଧ୍ୟ ଚତୁର୍ଥରେ ରହିଛି। ଭାରତ ତଳେ ଓ୍ଵେଷ୍ଟଇଣ୍ଡିଜ, ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ କ୍ରମଶଃ ୧୨, ୧୪ ଏବଂ ୪ ପଏଣ୍ଟ ପାଇଛନ୍ତି।

Get real time updates directly on you device, subscribe now.