fbpx

ଅଲିମ୍ପିକ୍ସରେ ନିଜର ପ୍ରଥମ ସ୍ୱର୍ଣ୍ଣ ଜିତି ଟେନିସ ଜଗତରେ ଛାଇ ଗଲେ ନୋବାକ, ଟେନିସର ଗ୍ରାଣ୍ଡସ୍ଲାମଠୁ ଅଲିମ୍ପିକ୍ସ ସ୍ୱର୍ଣ୍ଣ, ଏବେ ସବୁ କିଛି ତାଙ୍କ ପାଖେ…

ଓଡିଶା ଭାସ୍କର: ନୋବାକ ଜୋକୋବିଚ ଟେନିସ ନାମକ ଖେଳକୁ ସାର୍ଥକ କରି ଦେଇଛନ୍ତି । ଟେନିସ ଜଗତର ସବୁକିଛି ଏବେ ତାଙ୍କ ମୁଣିରେ । ଗ୍ରାଣ୍ଡସ୍ଲାମଠୁ ଆରମ୍ଭ କରି ଏଟିପି ଟୁର ଟାଇଟଲ ପର୍ଯ୍ୟନ୍ତ ସବୁକିଛି ତାଙ୍କ ପାଖରେ ଥିଲା । ମାତ୍ର ଅଲିମ୍ପିକ୍ସ ସ୍ୱର୍ଣ୍ଣର ଅଭାବ ରହିଥିଲା । ଯାହା ଦୀର୍ଘ ଦିନ ପରେ ସଫଳ ହୋଇଛି । ତାଙ୍କ ଟେନିସ କ୍ୟାରିଅରରେ ଏବେ ଅଲିମ୍ପିକ୍ସ ଗୋଲ୍ଡ ମଧ୍ୟ ସାମିଲ ହୋଇଯାଇଛି ।

କହିରଖୁ, ଗତକାଲି ପ୍ୟାରିସ ଅଲିମ୍ପିକ୍ସର ଫାଇନାଲରେ ନୋବାକଙ୍କ ଟକ୍କର ହୋଇଥିଲା କାର୍ଲୋସ ଅବକାରାଜଙ୍କ ସହ । ଯିଏ ନିକଟରେ ତାଙ୍କୁ ଫ୍ରେଞ୍ଚ ଓପନରେ ମାତ ଦେଇଥିଲେ । ରୋମାଞ୍ଚଭରା ଫାଇନାଲ ମ୍ୟାଚକୁ ଜୋକୋବିଚ ୭-୬(୩), ୭-୬(୨) ସେଟରେ ସିଧାସଳଖ ଜିତି ନେଇଥିଲେ । ଯାହା ମଧ୍ୟ ଅଲିମ୍ପିକ୍ସରେ ଟେନିସ ଜଗତର ଏକ ସ୍ୱରଣୀୟ ରେକର୍ଡ । ଆଲକାରାଜ ଓ ଜୋକୋବିଚଙ୍କ ମଧ୍ୟରେ ହୋଇଥିବା ଏହି ଘମାଘୋଟ ଲଢେଇରେ ଜୋକୋବିଚଙ୍କୁ ବାଜି ମାରିବା ମଧ୍ୟ ବେଶ୍ କଷ୍ଟ ହୋଇଥିଲା । ମାତ୍ର ଶେଷରେ ଜୋକୋବିଚ ଆଲକାରାଜଙ୍କୁ ପରାସ୍ତ କରି ଐତିହାସିକ ବିଜୟ ହାସଲ କରିଛନ୍ତି ।

କହିରଖୁ, ଜୋକୋବିଚଙ୍କ ଟେନିସ କ୍ୟାରିଅରରେ ପୁରୁଷଙ୍କ ରେକର୍ଡଭରା ୨୪ ଗ୍ରାଣ୍ଡସ୍ଲାମ ଟାଇଟଲ ସାମିଲ ରହିଛି । ତଥା କୌଣସି ବି ପୁରୁଷ କିମ୍ବା ମହିଳାଙ୍କ ଦ୍ୱାରା ର‌୍ୟାଙ୍କିଙ୍ଗରେ ଅଧିକ ସପ୍ତାହ ବିତେଇବାର ଅଭୂଲା ରେକର୍ଡ ମଧ୍ୟ ସାମିଲ ରହିଛି । ମାତ୍ର ସେ ଅଲିମ୍ପିକ୍ସରେ କେବେ ସ୍ୱର୍ଣ୍ଣ ଜିତି ନ ଥିଲେ । ଗତକାଲି ତାହା ଜିତି ନୋବାକ ଜୋକୋବିଚ ଟେନିସକୁ ସାଫଲ୍ୟ କରିଛନ୍ତି । ଏହା ପୂର୍ବରୁ ଜୋକୋବିଚ ୨୦୦୮ ମସିହାରେ ଅଲିମ୍ପିକ୍ସରେ କାଂସ୍ୟ ଜିତିଥିଲେ ।

Get real time updates directly on you device, subscribe now.