fbpx

ହାଡଭଙ୍ଗା ଶୀତ ପରେ ଏବେ ଏହିସବୁ ରାଜ୍ୟରେ ହେବ ବର୍ଷା, IMD ଜାରି କଲେ ଚେତାବନୀ

ନୂଆଦିଲ୍ଲୀ: ବର୍ତ୍ତମାନ ଦେଶରେ ଶୀତ ଲହରୀ ଜାରି ରହିଛି । ଏହାରି ଭିତରେ କେନ୍ଦ୍ରୀୟ ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡ ମୁତାବକ, ରାଜଧାନୀ ଦିଲ୍ଲୀରେ ବାୟୁର ଗୁଣବତ୍ତା ରବିବାର ଦିନ ବହୁଖ ଖରାପ ବୋଲି କହିଥିଲେ । ଏହା ବ୍ୟତୀତ ଭାରତୀୟ ପାଣିପାଗ ବିଭାଗ ଦିଲ୍ଲୀ ସମେତ କିଛି ରାଜ୍ୟରେ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛନ୍ତି । ଆସନ୍ତା ୫ ଦିନ ଭିତରେ ବିଭିନ୍ନ ରାଜ୍ୟରେ ବର୍ଷା ହେବାର ଆଶଙ୍କା ରହିଛି । ଏହି ସମୟର ଶୀତ କମିବ ଓ ପାଗ କୋହଲା ରହିବ ।

ଆଇଏମଡି ପକ୍ଷରୁ ମିଳିଥିବା ସୂଚନା ମୁତାବକ, ପଞ୍ଜାବ, ଓଡ଼ିଶା, ଦିଲ୍ଲୀ, ୟୁପି, ମଧ୍ୟପ୍ରଦେଶ, ବିହାର ଓ ତ୍ରିପୁରାର କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହିତ କୋହଲା ପାଗ ରହିବ । ଏହାର ପ୍ରଭାବ ଆଜି ଦେଖିବାକୁ ମିଳିଛି । ଓଡ଼ିଶାରେ ମଧ୍ୟ ଶୀତର ପ୍ରକୋପ ପୂର୍ବାପେକ୍ଷା କମ୍ ରହିଛି । ୨୭ ତାରିଖରେ ଓଡ଼ିଶାରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.