ଓମିକ୍ରନ ପାଇଁ ୟେଲୋ ୱାର୍ଣ୍ଣିଂ: ଦିଲ୍ଲୀ ଓ ମୁମ୍ବାଇରେ ଭଙ୍ଗାରୁଜା

ନୂଆଦିଲ୍ଳୀ: ଦିଲ୍ଲୀ ଏବଂ ମୁମ୍ବାଇରେ ଲଗାତାର ସଂକ୍ରମଣ ବଢ଼ିଚାଲିଛି । ଉଭୟ କରୋନା ସଂକ୍ରମଣ ଏବଂ ଓମିକ୍ରନ ବଢ଼ିବାରୁ ଦିଲ୍ଲୀରେ ୟେଲୋ ଆଲର୍ଟ ଜାରି ହୋଇଛି । ଉକ୍ତ ୟେଲୋ ଆଲର୍ଟ ଅଧୀନସ୍ଥ ଦିଲ୍ଲୀରେ କଟକଣା ଅତ୍ୟନ୍ତ କଡ଼ାକଡ଼ି କରାଯାଇଛି । କିନ୍ତୁ ଦିଲ୍ଲୀରେ କିଛି ଲୋକ ଏହାକୁ ବିରୋଧ କରିଛନ୍ତି ।

ପ୍ରତିବାଦକାରୀମାନେ ଏମବି ରୋଡରେ ଏକ ଡିଟିସି ବସ ଭଙ୍ଗାରୁଜା କରିଛନ୍ତି । ସରକାରୀ ପରିବହନ ବ୍ୟବସ୍ଥାରେ ୫୦ ପ୍ରତିଶତ କ୍ଷମତାରେ ବସ ଚାଲିବା ପାଇଁ ନିଦେ୍ର୍ଧଶାବଳୀ ଜାରି ହୋଇଛି । ଏହି ନିଦେ୍ର୍ଧଶାବଳୀ ଅନୁସାରେ ଡିଟିଏସ ବସରେ ଅନୁମତି ଅନୁଯାୟୀ ଯାତ୍ରୀ ବସିବା ପରେ ଅନ୍ୟ ଯାତ୍ରୀମାନଙ୍କୁ ଅନୁମତି ମିଳିନଥିଲା । ତେଣୁ କିଛି ଲୋକ ଏହାର ବିରୋଧ କରି ଏମ ବି ରୋଡ ବନ୍ଦ କରିଥିଲେ ଏବଂ ଓଟିବିସି ବସ୍ ଭଙ୍ଗାରୁଜା କରିଥିଲେ ।