fbpx
BSKY
BJD MC SKY
BJD MS SKY

ପୁଣି ଭାରତ-ପାକିସ୍ତାନ ଲଢେଇ: ମେ ୨୩ ତାରିଖରେ ଏସିଆ କପ ହକି ଟୁର୍ଣ୍ଣାମେଣ୍ଟରେ ହେବ ମ୍ୟାଚ

ନୂଆଦିଲ୍ଲୀ: ଆସନ୍ତା ଏସିଆ କପ ହକି ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଚମ୍ପିଆନ ଭାରତକୁ ଭେଟିବାକୁ ଯାଉଛି ପାକିସ୍ତାନ । ମାର୍ଚ୍ଚ ୨୩ ତାରିଖରୁ ଆରମ୍ଭ ହୋଇ ଜୁନ ୧ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । ତେବେ ଟୁର୍ଣ୍ଣାମଣ୍ଟେର ପ୍ରଥମ ଦିନରେ ହିଁ ଭାରତ-ପାକିସ୍ତାନ ଭଳି ଏକ ଦମଦାର ମ୍ୟାଚ ଖେଳାଯିବ । ପୁଲ ଏ’ରେ ଜାପାନ, ପାକିସ୍ତାନ ଏବଂ ଇଣ୍ଡୋନେସିଆ ସହିତ ସ୍ଥାନ ପାଇଛି ଟିମ ଇଣ୍ଡିଆ । ସେହିପରି ପୁଲ ବି’ ରେ କୋରିଆ, ମାଲେସିଆ, ଓମାନ ଏବଂ ବାଂଲାଦେଶ ରହିଛନ୍ତି ।

ପାକିସ୍ତାନ ବିପକ୍ଷରେ ପ୍ରଥମ ମ୍ୟାଚ ଖେଳିବା ପରେ ମାର୍ଚ୍ଚ ୨୪ ତାରିଖରେ ଦ୍ୱିତୀୟ ଏବଂ ଶେଷ ପୁଲ ମ୍ୟାଚରେ ୨୬ ତାରିଖରେ ଇଣ୍ଡୋନେସିଆକୁ ଭେଟିବ ଭାରତ । ତେବେ ଉଭୟ ପୁଲରୁ ଶୀର୍ଷରେ ଥିବା ୨ଟି ଟିମ ପରବର୍ତ୍ତୀ ରାଉଣ୍ଡରେ ପହଞ୍ଚିବ । ତେବେ ଜୁନ ୧ ତାରିଖରେ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଖେଳାଯିବ । ଭାରତ ଏବଂ ପାକିସ୍ତାନ ୩ ଥର ଲେଖାଏଁ ଏସିଆ କପ ଜିତିଥିବା ବେଳେ ଦକ୍ଷିଣ କୋରିଆ ୪ ଥର ଏହି ଟ୍ରଫି ହାସଲ କରିଛି ।

Get real time updates directly on you device, subscribe now.