fbpx

ଏସିଆ କପ ‘ହାଇବ୍ରିଡ ମଡେଲ’ରେ ପୁଣି ପାକିସ୍ତାନର ଚାଲବାଜି: ବାରମ୍ବାର ନିଷ୍ପତ୍ତି ବଦଳାଉଛି PCB

ନୂଆଦିଲ୍ଲୀ: ଏସିଆ କପ୍-୨୦୨୩ କୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ଲାଗି ରହିଛି ଦ୍ୱନ୍ଦ୍ୱ । ପାକିସ୍ତାନ କ୍ରିକେଟ ବୋର୍ଡର ସର୍ତ୍ତ ଅନୁସାରେ, ଏହି ଟୁର୍ଣ୍ଣାମେଣ୍ଟ ହାଇବ୍ରିଡ ମଡେଲରେ ଖେଳାଯିବାକୁ ନିଷ୍ପତ୍ତି ନିଆଯାଇଛି । ହାଇବ୍ରିଡ ମଡେଲକୁ ସମସ୍ତ ଦଳର ଅନୁମତି ମିଳିବା ପରେ ଏସିଆ କପ୍ ପାଇଁ ସୂଚୀ ଘୋଷଣା ହୋଇଛି । ୩୧ ଅଗଷ୍ଟରୁ ଆରମ୍ଭ ହେଉଥିବା ବେଳେ ଟୁର୍ଣ୍ଣାମେଣ୍ଟର ୪ଟି ମ୍ୟାଚ ପାକିସ୍ତାନରେ ଏବଂ ବାକି ୯ଟି ମ୍ୟାଚ ଶ୍ରୀଲଙ୍କାରେ ଖେଳାଯିବ ବୋଲି ଘୋଷଣା କରିଥିଲା ଏସିସି । କିନ୍ତୁ ପୁଣିଥରେ ଏହି ନିଷ୍ପତ୍ତି ଉପରେ ପାକିସ୍ତାନ ପଲଟି ମାରିଛି । ଏସିଆ କ୍ରିକେଟ ପରିଷଦ(ଏସିସି)ର ବୈଠକରେ ଆଉ ଏକ ବଡ଼ ଦାବି କରିବାକୁ ଯାଉଛି ପାକିସ୍ତାନ କ୍ରିକେଟ ବୋର୍ଡ ।

ଆସନ୍ତାକାଲି ରବିବାର ଏସିଆ କପ୍ ଟୁର୍ଣ୍ଣାମେଣ୍ଟକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣର୍ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଏହି ବୈଠକରେ ପାକିସ୍ତାନ ଟୁର୍ଣ୍ଣାମେଣ୍ଟକୁ ନେଇ ପୁଣି ଏକ ଜିଦ୍ ଧରିପାରେ । ହାଇବ୍ରିଡ ମଡେଲ ଅନୁସାରେ, ପାକିସ୍ତାନରେ ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ ୪ଟି ମ୍ୟାଚ ଖେଳାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ତେବେ ପିସିବି ଏଥିରେ ପରିବର୍ତ୍ତନ କରି ଅଧିକ ମ୍ୟାଚ ଆୟୋଜନ କରିବା ପାଇଁ ଜିଦ୍ କରିପାରେ । ଟୁର୍ଣ୍ଣାମେଣ୍ଟ ପାଇଁ ଫାଇନାଲ ସୂଚୀ ଘୋଷଣା ହୋଇ ନଥିବା ବେଳେ ଆୟୋଜକ ଭାବରେ ଅଧିକ ମ୍ୟାଚ ପାଇ ନ ପାରେ ପାକିସ୍ତାନ । ତେବେ ଶ୍ରୀଲଙ୍କାରେ ବର୍ଷା ଯୋଗୁଁ ପାକିସ୍ତାନକୁ ଅଧିକ ମ୍ୟାଚ ଆୟୋଜନ କରିବାର ସୁଯୋଗ ଦେବା ପ୍ରସଙ୍ଗ ଏସିସି ବୈଠକରେ ଉଠାଇବ ବୋଲି କହିଛ ପିସିବି । ପାକିସ୍ତାନ କ୍ରିକେଟ ବୋର୍ଡର ଅଧ୍ୟକ୍ଷ ନଜମ ସେଠୀ ଏସିଆ କପ୍ ଟୁର୍ଣ୍ଣାମେଣ୍ଟ ପାଇଁ ‘ହାଇବ୍ରିଡ ମେଡଲ’ ପ୍ରସ୍ତାବ ଦେଇଥିବା ବେଳେ ଏହାକୁ ଭାରତ ସମେତ ଅନ୍ୟ ସମସ୍ତ ଦେଶ ମଧ୍ୟ ସ୍ୱୀକାର କରିଛନ୍ତି ।

ଏହି ଟୁର୍ଣ୍ଣାମେଣ୍ଟରେ ଭାରତ-ପାକିସ୍ତାନ ମ୍ୟାଚର ଆୟୋଜନ ଦାମ୍ବୁଲାରେ ହୋଇପାରେ । ରିପୋର୍ଟ ଅନୁସାରେ, ଲାହୋର ବ୍ୟତୀତ ମୁଲତାନ ଏବଂ ଅନ୍ୟ ସ୍ଥାନରେ ମଧ୍ୟ ଏସିଆ କପର ବିଭିନ୍ନ ମ୍ୟାଚ ଆୟୋଜନ କରିବାକୁ ଚାହୁଁଛି ପାକିସ୍ତାନ । ତେବେ ଏସିସି ବୈଠକରେ ଟୁର୍ଣ୍ଣାମେଣ୍ଟକୁ ନେଇ ଶେଷ ନିଷ୍ପତ୍ତି ହେବାକୁ ଥିବା ବେଳେ ପାକିସ୍ତାନକୁ ୪ରୁ ଅଧିକ ମ୍ୟାଚ ଆୟୋଜନ କରିବାର ସୁଯୋଗ ମିଳିବା ନେଇ ଆଶାବାଦୀ ରହିଛନ୍ତି ବୋର୍ଡର ଅଧିକାରୀ ।

Get real time updates directly on you device, subscribe now.