fbpx

ରଡ-ସିମେଣ୍ଟ ଦାମରେ ପୁଣି ହେଲା ପରିବର୍ତ୍ତନ: ଜାଣି ନିଅନ୍ତୁ ନୂଆ ରେଟ

ନୂଆଦିଲ୍ଲୀ: ଘର ତିଆରି ସ୍ୱପ୍ନ ପୂରଣ କରିବା ପାଇଁ ଲୋକମାନେ ବର୍ଷ ବର୍ଷ ପର୍ଯ୍ୟନ୍ତ ପ୍ରସ୍ତୁତି କରିଥାନ୍ତି । ସବୁକିଛି ପ୍ରସ୍ତୁତି ଶେଷ କରିବା ସମୟରେ ବର୍ଦ୍ଧିତ ଦର ବନିଯାଏ ଏକ ବିରାଟ ଅସୁବିଧା । ଯାହା ପାଇଁ ଅନେକ ଲୋକଙ୍କର ନିଜ ସ୍ୱପ୍ନର ଘର ତିଆରି କରିବାରେ ଖୁବ ବିଳମ୍ବ ହୋଇଥାଏ । ଏମିତିକି କିଛି ଲୋକଙ୍କ ସ୍ୱପ୍ନ ଭାଙ୍ଗି ଦିଏ ଏହି ଆକାଶଛୁଆଁ ଦର । କିନ୍ତୁ ଏବେ ଆଉ ସେମିତି କିଛି ହେବନି । ସମସ୍ତଙ୍କ ଘର କରିବାର ସ୍ୱପ୍ନ ସାକାର ହେବ ।

ଗତ ମାର୍ଚ୍ଚ-ଏପ୍ରିଲ ସମୟରେ ଘର ତିଆରି କରିବାର ଉପକରଣ ଗୁଡିକର ଦାମ ଖୁବ ଅଧିକ ରହିଥିଲା । ତେବେ ଧିରେ ଧିରେ ଏହି ରେଟରେ ସାମାନ୍ୟ ହ୍ରାସ ଦେଖିବାକୁ ମିଳିଛି । ଚଳିତ ମାସର ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଲଗାତାର ଭାବେ ହ୍ରାସ ପାଇଛି ରଡ ସିମେଣ୍ଟ ଦର । ସାରିଆ କଥା ଦେଖିବାକୁ ଗଲେ ଏହାର ଦାମ ପାଖାପାଖି ଅଧା ହୋଇଯାଇଥିଲା । ତେବେ ଗତ ଦିନେ ୨ ଦିନ ହେଲା ପୁଣିଥରେ ଏହାର ଦାମରେ ବୃଦ୍ଧି ହେଉଥିବା ପରିଲକ୍ଷିତ ହେଉଛି । ଗୋଟିଏ ଦିନରେ ସାରିଆ ଅନେକ ଜାଗାରେ କିଲୋ ପିଛା ୧୦୦୦ ଟଙ୍କା ପର୍ଯ୍ୟନ୍ତ ପହଞ୍ଚିଛି । ସିମେଣ୍ଟ ରେଟ ମଧ୍ୟ ପ୍ୟାକେଟ ପ୍ରତି ୧୦-୨୦ଟଙ୍କା ବଢିଥିବା ଦେଖା ଦେଇଛି । ଏହା ଭିତରେ ପୁଣି ଥରେ ଘର ନିର୍ମାଣ ସାମଗ୍ରୀର ଦର ବଢିବା ନେଇ ଅନୁମାନ କରାଯାଉଛି । ତେବେ ଏମିତି ହେଲେ ଘର ତିଆରି କରିବାରେ ବିଳମ୍ବ କରୁଥିବା ଲୋକମାନଙ୍କ ପାଇଁ ଅସୁବିଧା ହୋଇପାରେ ।

ତେବେ ୨-୩ ମାସ ତୁଳନାରେ ଏବେ ବି ରଡ ଦାମ ପାଖାପାଖି ଅଧାରେ ହିଁ ରହିଛି । ଏହି ସପ୍ତାହରେ ରଡ ଟନ ପିଛା ୧୧୦୦ ଟଙ୍କା ବୃଦ୍ଧି ପାଇଛି । ମାର୍ଚ୍ଚରେ ଅନେକ ସ୍ଥାନରେ ଟନ ପିଛା ୮୫ ହଜାର ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲା । ତେବେ ଗତ ସପ୍ତାହରେ ଏଥିରେ ହ୍ରାସ ପାଇ ୪୪ହଜାର ପ୍ରତି ଟନରେ ପହଞ୍ଚିଥିଲା । ବ୍ରାଣ୍ଡେଡ ରଡ ଦାମ ମଧ୍ୟ ୮୦-୮୫ ହଜାର ପ୍ରତି ଟନ ରହିଛି । ଏହା ଗତ ମାର୍ଚ୍ଚ-ଏପ୍ରିଲରେ ୧ ଲକ୍ଷ ଟଙ୍କା ପ୍ରତି ଟନ ଅତିକ୍ରମ କରିଥିଲା । ମ

Get real time updates directly on you device, subscribe now.