fbpx

ପୁଣି ଖାକିରେ ଦାଗ; ଗୁଣିଗାରେଡି ଆଳରେ ୧୫ବର୍ଷର ନାବାଳିକାକୁ ଦୁଷ୍କର୍ମ କରି ହୋମଗାର୍ଡ ଗିରଫ

ମୟୁରଭଂଜ: (ଓଡ଼ିଶା ଭାସ୍କର) ପୁଣି ଖାକିରେ ଲାଗିଲା ଦାଗ, ଗୁଣିଗାରେଡି ଆଳରେ୧୫ ବର୍ଷର ନାବାଳିକାକୁ ଦୁଷ୍କର୍ମ କରି ଗିରଫ ହେଲେ ହୋମଗାର୍ଡ । ସମାଜ ଯେତେ ଆଗକୁ ଗଲେ ମଧ୍ୟ ଅନ୍ଧବିଶ୍ବାସ ଗୁଣିଗାରେଡି ବିବାଦ ପିଛା ଛାଡୁନାହିଁ। ଅପରାଧୀ ଓ ଶୋଷଣକାରୀ ଗୋଷ୍ଠୀ, ଆଦିବାସୀ ଅଧ୍ୟୁଷିତ ଗରିବ ଗ୍ରାମାଞ୍ଚଳକୁ କବଳିତ ଏମିତି କରି ରଖିଛନ୍ତି ଯେ ଇଜ୍ଜତମହତ, ଧନସମ୍ପତ୍ତି ଠାରୁ ଆରମ୍ଭ କରି ଜୀବନ ନେବା ପାଇଁ ମଧ୍ୟ ପଛାଉ ନାହାନ୍ତି। ଏମିତି ଏକ ଖବର ଆସିଛି, ଗୁଣିଗାରେଡି ଅଳରେ ଲୁଟ୍ ଓ ଦୁଷ୍କର୍ମ କରି ଜଣେ ହୋମ୍ ଗାଡ୍ ଗିରଫ ହୋଇଛନ୍ତି । ଗିରଫ ହାବିଲଦାର ଜଣକ ହେଉଛନ୍ତି ଜାମଦା ଥାନାରେ କାର୍ଯ୍ୟରତ ଗୁଳତା ଗ୍ରାମର ଦେବାନନ୍ଦ ପାତ୍ର ବୋଲି ଜଣାପଡିଛି। ଘଟଣାରୁ ଯାହା ଜଣାପଡିଛି ମୟୂରଭଞ୍ଜ ସିମାନ୍ତ ଅଞ୍ଚଳ ତଥା ଝାରଖଣ୍ଡରୁ ଏକ ଦମ୍ପତି ଝାଡାଫୁଙ୍କା ପାଇଁ ଗତ ୧୧ତାରିଖ ବୁଧବାର ଦିନ ଗୁଳତା ଗ୍ରାମର ଗୁଣି ଅଭିଯୁକ୍ତ ଦେବାନନ୍ଦ ପାତ୍ରଙ୍କ ଘରକୁ ଆସିଥିଲେ । ଏହାପରେ ଗୁଣି ଦେବାନନ୍ଦ ଏକ ନାବାଳିକା ଦ୍ଵାରା ଦ୍ଵିପ ପ୍ରଜଳନ ଦ୍ଵାରା ଶରିର ଠିକ୍ ହେଇଯିବ ବୋଲି କହିଥିଲେ।

ଏହା ପରଦିନ ଦମ୍ପତି ତାଙ୍କ ପନ୍ଦର ବର୍ଷୀୟା ନାବାଳିକା ଭାଣିଜିକୁ ଦେବାନନ୍ଦ ପାଖକୁ ଆଣିଥିଲେ। ପରେ ଦେବାନନ୍ଦ ରାତିରେ ଏକ ନିଛାଟିଆ ଅସ୍ଵସ୍ତ ଗଛ ମୂଳକୁ ନେଇ ନାବାଳିକାକୁ ଦୁଷ୍କର୍ମ କରିଥିବା କହିଛି ନାବାଳିକା। ଦୁଷ୍କର୍ମ କରିବା ପରେ ନାବାଳିକା ଜଣକୁ ଏକଥା ବାହାରେ କହିଲେ ପାଗେଳି ହୋଇଯିବ ନଚେତ୍ ମରିଯିବ ବୋଲି ଭୟଭୀତ କରିଥିଲେ । ପରେ ନାବାଳିକା ଜଣକ ସବୁକଥା ନିଜ ପରିବାର ଲୋକଙ୍କୁ କରିଥିଲେ। ଏକଥା ଶୁଣିବା ପରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହି ଘଟଣାକୁ ବାହୁବଳୀ ଗୃହରକ୍ଷୀ ନିଜର ଖାକି ପୋଷାକର ଭୟ ଦେଖାଇ ଘଟଣାକୁ ଚପାଇ ଦେବାକୁ ଚେଷ୍ଟା କରିଥିଲେ ମଧ୍ୟ ତାଙ୍କୁ ଗିରଫ କରାଯାଇଛି। ଅପରପକ୍ଷରେ ଏହି ଗୃହରକ୍ଷୀ ଜଣକ ଦିର୍ଘ ଦିନରୁ ଏହିପରି ଗୁଣିଗାରେଡି କରି ଲୋକଙ୍କୁ ଠକୁଥିବା ସହିତ ନିଜର ଏହି ଅପରାଧିକ କାର୍ଯ୍ୟକଳାପ ଚଳାଇଥିଲେ ବୋଲି ଚର୍ଚ୍ଚା ଜୋର ଧରିଛି। ଜଣେ ଖାକି ପୋଷାକଧାରୀଙ୍କ ଏପରି କାର୍ଯ୍ୟକୁ ଜିଲ୍ଲା ବ୍ୟାପି ଘୋର ନିନ୍ଦା କରିବା ସହିତ ଉକ୍ତ ଗୃହରକ୍ଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ଜୋର ଧରିଛି।

Get real time updates directly on you device, subscribe now.