fbpx

Record Alert! ୮ଟି ଛକା ସହ ୧୧ ବଲରେ ଅର୍ଦ୍ଧଶତକ: ଭାଙ୍ଗିଲେ ଯୁବରାଜଙ୍କ ରେକର୍ଡ

ନୂଆଦିଲ୍ଲୀ: ୨୦୦୭ ଟି-୨୦ ଏବଂ ଦିନିକିଆ ବିଶ୍ୱକପ ୨୦୧୧ର ସୁପରଷ୍ଟାର ଯୁବରାଜ ସିଂହଙ୍କ ବିଶ୍ୱ ରେକର୍ଡ ଏବେ ପଛରେ ପଡ଼ିଯାଇଛି । ବିସ୍ଫୋରକ ଇନିଂସ ଖେଳି ଯୁବରାଜଙ୍କ ସର୍ବଶ୍ରେଷ୍ଠ ଇନିଂସର ରେକର୍ଡକୁ ନିଜ ନାମରେ କରିଛନ୍ତି ଜଣେ୍ ଯୁବ କ୍ରିକେଟର । ୨୦୦୭ ଟି-୨୦ ବିଶ୍ୱକପରେ ଯୁବରାଜଙ୍କ ଦ୍ରୁତ ଅର୍ଦ୍ଧଶତକ ରେକର୍ଡକୁ ଆଜି ନିଜ ନାମରେ କରିଛନ୍ତି ଜୁନିୟର କ୍ରିକେଟର । ମାତ୍ର ୧୧ଟି ବଲରେ ୮ଟି ଛକା ସହ ଅର୍ଦ୍ଧଶତକ ହାସଲ କରିବା ସହିତ ଯୁବରାଜଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି ଏହି ଷ୍ଟାର ଖେଳାଳି ।

ବିସିସିଆଇର ଘରୋଇ ମୁସ୍ତାକ ଅଲୀ ଟ୍ରଫିରେ ୪ ବର୍ଷ ପରେ କମବ୍ୟାକ କରି ଏଭଳି କାରନାମା କରି ଦେଖାଇଛନ୍ତି ଆଶୁତୋଷ ଶର୍ମା । ବିସ୍ଫୋରକ ଅର୍ଦ୍ଧଶତକ ସହ ଯୁବରାଜଙ୍କ Fastest Fifty ରେକର୍ଡକୁ ନିଜ ନାମରେ କରିଛନ୍ତି ଏହି ଷ୍ଟାର କ୍ରିକେଟର । ଅରୁଣାଚଳ ପ୍ରଦେଶ ବିପକ୍ଷରେ ଖେଳା ଯାଉଥିବା ମ୍ୟାଚରେ ରେଲୱେ ଦଳ ପ୍ରଥମେ ବ୍ୟାଟିଂ କରି ୫ ୱିକେଟରେ ୨୪୬ ରନ୍ ସଂଗ୍ରହ କରିଥିଲା । ଏହି ମ୍ୟାଚରେ ଉପେନ୍ଦ୍ର ଯାଦବ ମାତ୍ର ୫୧ ବଲରେ ୬ ଚୌକା ଏବଂ ୯ଟି ଛକା ସହ ୧୦୯ ରନର ବିସ୍ଫୋରକ ଇନିଂସ ଖେଳିଛନ୍ତି । ଏହାପରେ ଆଶୁତୋଷ ମଧ୍ୟ ଏକ ଦମଦାର ଅର୍ଦ୍ଧଶତକ ହାସଲ କରିଛନ୍ତି । ଏହି ଅର୍ଦ୍ଧଶତକ ସହ ସେ ଟି-୨୦ କ୍ରିକେଟରେ ଦ୍ରୁତ ଅର୍ଦ୍ଧଶତକ ହାସଲ କରିଥିବା ଖେଳାଳିଙ୍କ ତାଲିକାରେ ଯୁବରାଜଙ୍କୁ ପଛରେ ପକାଇ ଶୀର୍ଷକୁ ପହଞ୍ଚିଛନ୍ତି । ମାତ୍ର ୧୧ ବଲରେ ୮ଟି ଛକା ସହ ଏହି ଅର୍ଦ୍ଧଶତକ ହାସଲ କରିଛନ୍ତି ଆଶୁତୋଷ ।

ଟିମ ଇଣ୍ଡିଆର ପୂର୍ବତନ ଷ୍ଟାର କ୍ରିକେଟର ଯୁବରାଜ ସିଂହ ୨୦୦୭ ଟି-୨୦ ବିଶ୍ୱକପରେ ମାତ୍ର ୧୧୨ଟି ବଲରେ ଅର୍ଦ୍ଦଶତକ ହାସଲ କରିଥିଲେ । ଆଶୁତୋଷ ଏହି ରେକର୍ଡକୁ ଭାଙ୍ଗି ଦ୍ରୁତ ଅର୍ଦ୍ଧଶତକ ହାସଲ କରିବାରେ ସର୍ବଶ୍ରେଷ୍ଠ ବ୍ୟାଟର ପାଲଟିଛନ୍ତି । ଏହାବ୍ୟତୀତ ଏସିଆନ୍ ଗେମ୍ସରେ ନେପାଳର ବ୍ୟାଟ୍ସମ୍ୟାନ ଡି.ଏସ ଆରୀ ମାତ୍ର ୯ ବଲରେ ଏହି କାରନାମା କରି ଦେଖାଇଛନ୍ତି ।

Get real time updates directly on you device, subscribe now.