fbpx

ଏସୀୟ କ୍ରୀଡ଼ାର ପଦକ ବିଜେତାଙ୍କୁ ପୁରସ୍କାର ରାଶି ଘୋଷଣା କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ

ଓଡ଼ିଶା ଭାସ୍କର: ହାଙ୍ଗଜୋ ଏସୀୟ କ୍ରୀଡ଼ାରେ ଭାରତର ପଦକ ବିଜେତାଙ୍କ କଠିନ ପରିଶ୍ରମକୁ ସ୍ୱୀକୃତି ଦେବା ସହ ଆଗକୁ ବଢିବା ପାଇଁ ଉତ୍ସାହିତ କରିବା ପାଇଁ ପୁରସ୍କାର ରାଶି ଘୋଷଣା କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ମଙ୍ଗଳବାର ଦିନ ଏସୀୟ କ୍ରୀଡ଼ା ପଦକ ବିଜେତାଙ୍କ ସହ ଆଲୋଚନା କରି ଏହି ଘୋଷଣା କରିଛନ୍ତି ରାଜନାଥ । ସ୍ୱର୍ଣ୍ଣ ପଦକ ବିଜେତାଙ୍କୁ ୨୫ ଲକ୍ଷ ଟଙ୍କା, ରୌପ୍ୟ ପଦକ ବିଜେତାଙ୍କୁ ୧୫ ଲକ୍ଷ ଟଙ୍କା ଏବଂ କାଂସ୍ୟ ପଦକ ଜିତିଥିବା ଖେଳାଳିଙ୍କୁ ୧୦ ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ କରିବ ପ୍ରତିରକ୍ଷା ମନ୍ତ୍ରଣାଳୟ । ଏଥର ଏସୀୟ କ୍ରୀଡ଼ାରେ ଆମେ ମୋଟ ୧୦୭ ପଦକ ଜିତିଛୁ। ଶେଷ ଥର ପାଇଁ ୨୦୧୮ ଏସୀୟ କ୍ରୀଡ଼ାରେ ଆମେ ୭୦ ପଦକ ଜିତିଥିଲୁ। ଦେଖିବାକୁ ଗଲେ ୭୦ ପଦକରୁ ୧୦୭ ପଦକ ପର୍ଯ୍ୟନ୍ତ ଆମେ ପ୍ରାୟ ୫୦% ବୃଦ୍ଧି ହୋଇଛି ।

ଏଥର ଏସୀୟ କ୍ରୀଡ଼ା ପୂର୍ବରୁ ମଧ୍ୟ ପଦକକୁ ନେଇ ଆମର ସ୍ଲୋଗାନ ଥିଲା, ‘ଏଥର ୧୦୦ ପାର’। ଆଜି ଭାରତ ଚଳିତ ଏସୀୟ କ୍ରୀଡ଼ାରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ୧୦୭ ପଦକ ଆଣିଛି। ୨୦୨୨ ଏସୀୟ କ୍ରୀଡ଼ାରେ କ୍ରିକେଟ୍ (ପୁରୁଷ ଓ ମହିଳା) ଏବଂ କବାଡି (ପୁରୁଷ ଓ ମହିଳା) ସମେତ ବିଭିନ୍ନ କ୍ରୀଡ଼ାରେ ଭାରତର ଆଧିପତ୍ୟ ଦେଖିବାକୁ ମିଳିଥିଲା। ଫାଇନାଲରେ ଶ୍ରୀଲଙ୍କାକୁ ପରାସ୍ତ କରି ମହିଳା କ୍ରିକେଟ୍ ଦଳ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ଆଫଗାନିସ୍ତାନ ବିପକ୍ଷ ଫାଇନାଲ୍ ମୁକାବିଲା ପରେ ପୁରୁଷ କ୍ରିକେଟ୍ ଦଳ ମଧ୍ୟ ସ୍ୱର୍ଣ୍ଣ ପଦକ (ଉନ୍ନତ ଟି-୨୦ ମାନ୍ୟତା ଆଧାରରେ) ହାସଲ କରିଛି। କବାଡିରେ ଭାରତୀୟ ମହିଳା ଦଳ ଚାଇନିଜ୍ ତାଇପେକୁ ପରାସ୍ତ କରି ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ପୁରୁଷ ଦଳ ନାଟକୀୟ ଫାଇନାଲରେ ଇରାନକୁ ପଛରେ ପକାଇ ସ୍ୱର୍ଣ୍ଣ ପଦକ ହାସଲ କରିଛି।

Get real time updates directly on you device, subscribe now.