fbpx

ପାକିସ୍ତାନରେ ପୁଣି ଦୁଇଜଣ ଆତଙ୍କବାଦୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ବିଗତ ଦିନରେ ପାକିସ୍ତାନରେ ଅନେକ ଆତଙ୍କବାଦୀଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଥିଲା । ଏହା ମଧ୍ୟରେ ପୁଣି ଦୁଇଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି । ଉତ୍ତର-ପଶ୍ଚିମ ପାଖତୁନଖ୍ୱା ରାଜ୍ୟର ଉତ୍ତର ୱାଜିରସ୍ତାନରେ ଏହି ଅଘଟଣ ଘଟିଥିବା ମିଲିଟାରୀ ସୂତ୍ରରୁ ଜଣାପଡ଼ିଛି । ସୁରକ୍ଷା ବଳଙ୍କ ସହିତ ମୁହାଁମୁହିଁରେ ଦୁଇଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିଲା । ପାକିସ୍ତାନ ଆର୍ମିର ମିଡ଼ିଆ ୱିଙ୍ଗ ଇଣ୍ଟର-ସର୍ଭିସ ପବ୍ଲିକ ରିଲେସନ୍ସ (ଆଇଏସପିଆର) ପକ୍ଷରୁ ଏନେଇ ଏକ ବୟାନ ଜାରି କରାଯାଇଛି ।

ସୁରକ୍ଷା ବଳଙ୍କ ସହିତ ମୁହାଁମୁହିଁରେ ଦୁଜଣ ଆତଙ୍କବାଦୀ ପ୍ରାଣ ହରାଇଥିଲେ । ପ୍ରାଣ ହରାଇଥିବା ଆତଙ୍କବାଦୀମାନେ ଉକ୍ତ ଅଞ୍ଚଳରେ ବିଭିନ୍ନ ଆତଙ୍କବାଦୀ କାର୍ଯ୍ୟକଳାପରେ ସାମିଲ ଥିଲୋ । ସେମାନଙ୍କ ଠାରୁ ବିପୁଳ ମାତ୍ରାରେ ହତିଆର ଓ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି । ଅନ୍ୟ ଆତଙ୍କବାଦୀଙ୍କୁ ଠାବ କରିବା ପାଇଁ ଅଭିଯାନ ଚାଲିଛି । ଦକ୍ଷିଣ ଏସୀୟ ଦେଶରୁ ଆତଙ୍କବାଦ ସମାପ୍ତ କରିବା ପାଇ ପାକିସ୍ତାନୀ ସେନା ପ୍ରୟାସ ଜାରି ରଖିଥିବା ଆଇଏସପିଆର ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.