ଏଜେଣ୍ଟ ସାଜି ପାକିସ୍ତାନକୁ ଦେଉଥିଲେ ଗନନଯାନ ପ୍ରକଳ୍ପର ଗୁପ୍ତ ତଥ୍ୟ, ବାନ୍ଧିଲା ଏଟିଏସ୍

ଲକ୍ଷ୍ନୌ,୧୪ା୩:  ଉତ୍ତର ପ୍ରଦେଶ ଆଗ୍ରାରୁ ଦୁଇ ଆଇଏସଆଇ ଏଜେଣ୍ଟ ଗିରଫ ହୋଇଛନ୍ତି ।  ପାକିସ୍ତାନର ଗୁଇନ୍ଦା ଏଜେନ୍ସିକୁ ଗନନଯାନ ପ୍ରକଳ୍ପର ତଥ୍ୟ ପଠାଉଥିଲେ  । ୟୁପି ଏଟିଏସ୍ ଆଗ୍ରାରୁ ଫିରୋଜାବାଦ ଗୋଳାବରୁଦ ଫ୍ୟାକ୍ଟ୍ରିର ଚାର୍ଜ ମ୍ୟାନ୍ ରବୀନ୍ଦ୍ର କୁମାର ଏବଂ ତାଙ୍କ ସାଥିଙ୍କୁ ବାନ୍ଧିଛି । ରବୀନ୍ଦ୍ର ଆଇଏସଆଇ ପାଇଁ ଗୁଇନ୍ଦାଗିରି କରି ଏବଂ ପାକିସ୍ତାନରେ ବସିଥିବା ଏଜେଣ୍ଟକୁ ଫ୍ୟାକ୍ଟ୍ରି ସହିତ ଜଡିତ ଗୋପନୀୟ ତଥ୍ୟ ପଠାଉଥିଲେ।

‘ନେହା ଶର୍ମା’ ନାଁରେ ଆଇଏସଆଇ ମହିଳା ଏଜେଣ୍ଟ ଫେସବୁକରେ ଏକ ଫେକ୍ ଆକାଉଣ୍ଟ ଖୋଲି ଫ୍ୟାକ୍ଟ୍ରିର ଚାର୍ଜ ମ୍ୟାନ୍ ରବୀନ୍ଦ୍ର କୁମାରଙ୍କୁ ହନିଟ୍ରାପ୍ ଜାଲରେ ଫସାଇଥିଲା । ୟୁପି ଏଟିଏସ ପଚରାଉଚରା ବେଳେ ମହିଳା ଜଣଙ୍କ ନିଜକୁ ପାକିସ୍ତାନର ଗୁଇନ୍ଦା ଏଜେଣ୍ଟ ବୋଲି ମାନିଛି । ସେପଟେ ରବୀନ୍ଦ୍ର ଟଙ୍କା ଲୋଭରେ ଦେଶଦ୍ରୋହୀ କାର୍ଯ୍ୟ କରିଛି । ଅର୍ଡିନାନ୍ସ ଫ୍ୟାକ୍ଟ୍ରିର ପ୍ରତିଦିନର ପ୍ରଡକ୍ସନ ରିପୋର୍ଟ, ସ୍କ୍ରିନିଂ କମିଟିର ଗୋପନୀୟ ଚିଠି, ଡ୍ରୋନ୍ ଏବଂ ଗଗନଯାନ ପ୍ରୋଜେକ୍ଟ ସହିତ ଜଡ଼ିତ ସମସ୍ତ ତଥ୍ୟ ପାକିସ୍ତାନକୁ ପଠାଉଥିଲା ।

ଚାର୍ଜ ମ୍ୟାନ୍ ରବୀନ୍ଦ୍ର କୁମାରଙ୍କ ମୋବାଇଲରୁ ଗୋଳାବାରୁଦ ଫ୍ୟାକ୍ଟ୍ରିର ବରିଷ୍ଠ ଅଧିକାରୀ, ୫୧ ଗୋରଖା ରାଇଫଲ୍ସ ଅଧିକାରୀ ଏବଂ ଲଜିଷ୍ଟିକ୍ସ ଡ୍ରୋନର ଟ୍ରାଏଲ୍ ସହିତ ଜଡ଼ିତ କାଗଜପତ୍ର ଜବତ ହୋଇଛି । ଅଭିଯୁକ୍ତ ହ୍ବାଟ୍ସଆପ୍ ଜରିଆରେ ଗୋପନୀୟ ତଥ୍ୟ ସେୟାର କରୁଥିଲା । ପୂରା ମାମଲାକୁ ଗୁରୁତର ସହ ନେଇ ଯାଞ୍ଚ ଚଳାଇଛି ଏବଂ ଏଥିରେ ସମ୍ପୃକ୍ତ ଅନ୍ୟ ଏଜେଣ୍ଟଙ୍କ ବାବଦରେ ଖୋଳତାଡ଼ କରୁଛି ୟୁପି ଏଟିଏସ ।