କେରଳ ଷ୍ଟୋରୀ ପରି ସତ କାହାଣୀ, ଧର୍ମ ପରିବର୍ତ୍ତନ କରାଇ ସାଙ୍ଗ ନେଇଗଲା କଶ୍ମୀର, ଆଉ ତାପରେ…

ଆଗ୍ରାରୁ ଧର୍ମାନ୍ତରୀକରଣର ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି।

ଉତ୍ତର ପ୍ରଦେଶ: ଆଗ୍ରାରୁ ଧର୍ମାନ୍ତରୀକରଣର ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯଦି ଆପଣ ‘ଦି କେରଳ ଷ୍ଟୋରି’ ଫିଲ୍ମ ଦେଖିଛନ୍ତି, ତେବେ ଆପଣ ଏହି ମାମଲାକୁ ଆହୁରି ଭଲ ଭାବରେ ବୁଝିପାରିବେ। ଫିଲ୍ମର କାହାଣୀ ସତ ସତିକା ଘଟିଛି ବାସ୍ତବ ଜୀବନରେ।

ସଦର ଥାନା ଅଞ୍ଚଳର ଏକ ପଞ୍ଜାବୀ ପରିବାରର ଜଣେ ୩୩ ବର୍ଷୀୟା ଝିଅ (ଅମିନା) ଜମ୍ମୁ-କାଶ୍ମୀରର ସାଇମା ଓରଫ ଖୁସ୍ୱୁଙ୍କୁ ଭେଟିଥିଲେ। ସାଇମା ଜୀବନ ବିଜ୍ଞାନ ପଢ଼ିବା ପାଇଁ ଆଗ୍ରା ଆସିଥିଲେ।

ଉଭୟଙ୍କ ମଧ୍ୟରେ ବନ୍ଧୁତା ହୋଇଥିଲା। ଏହି ସମୟରେ ସାଇମା ପଞ୍ଜାବୀ ଝିଅର ବ୍ରେନୱାସ୍ କରି ତାଙ୍କୁ ୨୦୨୧ ମସିହାରେ ଜମ୍ମୁ-କାଶ୍ମୀର ନେଇଯାଇଥିଲେ। ଶ୍ରୀନଗର ଯାଉଥିବା ସମୟରେ ଏକ ଭୂସ୍ଖଳନ ହୋଇଥିଲା। ପୋଲିସ ତାଙ୍କୁ ଉଧମପୁରରେ ଟ୍ରାକ୍ କରି ଆଗ୍ରା ଆଣିଥିଲା।

ଆଗ୍ରାରେ କେରଳ ଷ୍ଟୋରି ଭଳି ଏକ ମାମଲା: କିନ୍ତୁ ଘରକୁ ଆସିବା ପରେ, ଅମିନାଙ୍କ ଆଚରଣ ସମ୍ପୂର୍ଣ୍ଣ ବଦଳି ଯାଇଥିଲା। ୩୩ ବର୍ଷୀୟା ଝିଅ ତାଙ୍କ ଘରେ ପୂଜାକୁ ବିରୋଧ କରିବା ଆରମ୍ଭ କଲେ।

ଘରେ ଥିବା ଦେବୀ-ଦେବୀଙ୍କ ଫଟୋ ହଟାଇବା ଆରମ୍ଭ କଲେ। ଇସ୍‌ଲାମ ବିଷୟରେ କଥାବାର୍ତ୍ତା କରିବା ଆରମ୍ଭ କଲେ। ଝିଅର ଘର ଆଗରେ ଏକ ମସଜିଦ ନିର୍ମାଣ କରାଯାଇଛି। ଯେଉଁଠାରେ ସେ ସକାଳ ମାତ୍ରେ ଉଠି ନମାଜ କରିବାକୁ ଲାଗିଲେ।

ଧର୍ମ ପରିବର୍ତ୍ତନ କରି ଅମିନା ହୋଇଥିବା ଯୁବତୀ ତାଙ୍କ ସାନ ଭଉଣୀଙ୍କ ମଧ୍ୟ ବ୍ରେନ ୱାସ୍ କରାଇଥିଲେ। ଘରେ ରହିବା ସମୟରେ ତାଙ୍କ ୧୮ ବର୍ଷୀୟ ସାନ ଭଉଣୀ ଧର୍ମ ବଦଳାଇବାକୁ ଉସକାଉଥିଲେ।
ସେ ତାଙ୍କୁ ଏକ ଭଲ ଜୀବନଶୈଳୀ ଏବଂ ଟଙ୍କା ପ୍ରଲୋଭନ ଦେଖାଇ ତାଙ୍କ କଥାରେ ଫସାଇ ଦେଇଥିଲେ। ମାର୍ଚ୍ଚ ୨୦୨୫ ରେ ସେ ତାଙ୍କୁ ନିଜ ସହିତ ନେଇଯାଇଥିଲେ।

ଉଭୟ ଭଉଣୀ ୪୦୦୦ ଟଙ୍କା ଏବଂ ପ୍ରମାଣପତ୍ର ସହିତ ଘରୁ ବାହାରି ଆସିଥିଲେ। କେହି ଯେମିତି ତାଙ୍କୁ ଖୋଜିଲେ ପାଇବେନି ତେଣୁ ସେ ମୋବାଇଲ୍ ମଧ୍ୟ ଛାଡ଼ି ଦେଇଥିଲେ। ପରିବାର ମାର୍ଚ୍ଚ ୨୦୨୫ ରେ ସଦର ଥାନାରେ ଏନେଇ ରିପୋର୍ଟ ଦାଖଲ କରିଥିଲେ। ଝିଅମାନଙ୍କ ବାପା ଅନିଲ ଦାବି କରିଛନ୍ତି ଯେ ଝିଅମାନଙ୍କୁ କାଶ୍ମୀର ନେଇଯିବା ଏବଂ ସେମାନଙ୍କୁ ଧର୍ମାନ୍ତରିତ କରାଇ ବିବାହ କରାଇବାର ଯୋଜନା କରାଯାଇଥିଲା।

କିନ୍ତୁ ପରିବାରର ସତର୍କତା ଏବଂ ପୋଲିସର ସହାୟତାରେ ଦୁଇ ଭଉଣୀ ବଡ଼ ବିପଦରୁ ରକ୍ଷା ପାଇଛନ୍ତି। ଏହି କାହାଣୀ ‘ଦି କେରଳ ଷ୍ଟୋରି’ ଫିଲ୍ମର ଗୋଟିଏ କଥା ମନେ ପକାଏ। ଯେଉଁଥିରେ ଜଣେ ମୁସଲିମ ଝିଅ ତିନି ଜଣ ବନ୍ଧୁଙ୍କୁ ପ୍ରଲୋଭିତ କରି ଧର୍ମାନ୍ତରୀକରଣ କରିବାକୁ ବାଧ୍ୟ କରୁଥିଲା।

ବର୍ତ୍ତମାନ ଲୋକେସନ୍ ଟ୍ରେସିଂ, କଲ୍ ରେକର୍ଡ ଏବଂ ସ୍ଥାନୀୟ ପୋଲିସ ସହାୟତାରେ, ଦୁଇ ଭଉଣୀଙ୍କୁ ଆଗ୍ରାରେ ସୁରକ୍ଷିତ ଭାବେ ଧରାଯାଇଛି। ବର୍ତ୍ତମାନ ଉଭୟ ପୋଲିସ ହେପାଜତରେ ଅଛନ୍ତି ଏବଂ ସେମାନଙ୍କୁ ନିୟମିତ ଭାବରେ କାଉନସେଲିଂ କରାଯାଉଛି।

ପୋଲିସ କହିଛି ଯେ ସାନ ଝିଅର ନାମ ଜୋୟା ରଖାଯାଇଛି। ଉଭୟ ଭଉଣୀ କୋଲକାତାରେ ଇସଲାମ ଧର୍ମ ପ୍ରଚାର କରୁଥିଲେ। ଉଭୟ ଭଉଣୀଙ୍କ ବିବାହ ପାଇଁ ପ୍ରସ୍ତୁତି ଚାଲିଥିଲା। ଆଗ୍ରା ପୋଲିସ ଉଭୟ ଝିଅଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରିଛି। ବର୍ତ୍ତମାନ ଘଟଣାର ତଦନ୍ତ କରାଯାଉଛି।