fbpx

(Video) ଲୋକସଭାରେ ରାହୁଲ ଗାନ୍ଧୀ ଏପରି କ’ଣ କହିଲେ, ଯେଉଁଥିପାଇଁ ମଝିରେ PM ମୋଦୀଙ୍କୁ ସିଟରୁ ଉଠିବାକୁ ପଡିଲା

Advertisement

ନୂଆଦିଲ୍ଲୀ: ଲୋକସଭାରେ ବିରୋଧୀ ନେତା ରାହୁଲ ଗାନ୍ଧୀ ସୋମବାର ଦିନ ଭାଷଣ ଦେଇଛନ୍ତି । ଏହାରି ମଧ୍ୟରେ ସେ ହିନ୍ଦୁ ସମାଜକୁ ହିଂସା ସହ ଯୋଡି ଏପରି କଥା କହିଛନ୍ତି ଯେ, ଉତ୍ତେଜନା ସୃଷ୍ଟି ହୋଇଛି। ଏ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଝିରେ ଛିଡା ହେବାକୁ ପଡିଲା ।

ରାହୁଲ ଗାନ୍ଧୀ କହିଛନ୍ତି ଯେ, ‘ହିନ୍ଦୁସ୍ତାନର ଇତିହାସରେ ତିନୋଟି ମୌଳିକ ବିଚାର ରହିଛି । ମୋଦୀ ନିଜ ଭାଷଣରେ ଗୋଟିଏ ଦିନ କହିଥିଲେ ଯେ, ହିନ୍ଦୁସ୍ତାନ କାହା ଉପରେ ଆକ୍ରମଣ କରିନାହିଁ, କାରଣ ଏହି ଦେଶ ଅହିଂସାର ଦେଶ ଅଟେ । ଏହି ଦେଶ ଡରୁଥିବା ଦେଶ ନୁହେଁ । ଆମ ସମସ୍ତ ମହାପୁରୁଷମାନେ ଅହିଂସା କଥା କହିଛନ୍ତି । ଡରକୁ କିପରି ଛାଡିବାକୁ ହେବ ସେହି ବିଷୟରେ କହିଛନ୍ତି । ଅନ୍ୟ ପକ୍ଷରେ ଶିବାଜୀ କହିଛନ୍ତି ଯେ, ଡରନି, ଡରାଅନି, ଅଭୟ ମୁଦ୍ରା ଦେଖାନ୍ତି । ଅହିଂସା କଥା କୁହନ୍ତି । ତ୍ରିଶୁଳକୁ ଭୂମିରେ ପୋତି ଦିଅନ୍ତି । ଯେଉଁ ଲୋକ ନିଜକୁ ନିଜେ ହିନ୍ଦୁ କୁହନ୍ତି ସେମାନେ ୨୪ ଘଣ୍ଟା ହିଂସା. ହିଂସା, ହିଂସା । ଘୃଣା-ଘୃଣା-ଘୃଣା । ଅସତ୍ୟ-ଅସତ୍ୟ-ଅସତ୍ୟ । ଆପଣ ହିନ୍ଦୁ ହିନ୍ଦୁ ହିଁ ନୁହନ୍ତି ।’ ରାହୁଲ ଗାନ୍ଧୀଙ୍କ ଏପରି କହିବା ପରେ ବିରୋଧୀ ଦଳର ସାଂସଦ ଉତ୍ତ୍ୟକ୍ତ ହୋଇ ଛିଡା ହୋଇଗଲେ ଏବଂ ଆପତ୍ତି କରିବା ଆରମ୍ଭ କଲେ । ଏହାପରେ ରାହୁଲ ଗାନ୍ଧୀ କହିଛନ୍ତି ଯେ, ହିନ୍ଦୁ ଧର୍ମରେ ସ୍ପଷ୍ଟ ଭାବେ ଲେଖାଯାଇଛି ଯେ, ସତ୍ୟ ସହ ଛିଡା ହେବା ଆବଶ୍ୟକ । ସତ୍ୟରୁ ପଛକୁ ହଟିବା ଆବଶ୍ୟକ ନୁହେଁ । ସତ୍ୟଠାରୁ ଡରିବା ଆବଶ୍ୟକ ନୁହେଁ । ଅହିଂସା ଆମର ପ୍ରତୀକ ଅଟେ ।

ରାହୁଲ ଗାନ୍ଧୀଙ୍କ ବିବୃତ୍ତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ସିଟରୁ ଉଠିଗଲେ । ସେ କହିଲେ, ‘ଏହି ବିଷୟ ବହୁତ ଗମ୍ଭୀର । ସାରା ହିନ୍ଦୁ ସମାଜକୁ ହିଂସକ କହିବା ଗମ୍ଭୀର ବିଷୟ । ଏହାକୁ ନେଇ ରାହୁଲ ଗାନ୍ଧୀ କହିଲେ, ନା.. ନା.. ପିଏମ ନରେନ୍ଦ୍ର ସାରା ହିନ୍ଦୁ ସମାଜ ନୁହେଁ । ବିଜେପି ସାରା ହିନ୍ଦୁ ସମାଜ ନୁହେଁ, ଆରଏସଏସ ପୁରା ହିନ୍ଦୁ ସମାଜ ।’

Get real time updates directly on you device, subscribe now.