fbpx

AI କହିବ କେବେ ହେବ ମୃତ୍ୟୁ, ବୈଜ୍ଞାନିକ ପ୍ରସ୍ତୁତ କଲେ ସ୍ୱତନ୍ତ୍ର ମଡେଲ୍‌

ନୂଆଦିଲ୍ଲୀ: ମାନବ ଯେତେ ଯେତେ ବିକାଶ ପଥରେ ଅଗ୍ରସର ହେଉଛି ଏହାର ପରିଣାମ ସେତେ ସେତେ ଭୟଙ୍କର ହୋଇଯାଉଛି । ଭୟାନକ ଏଇଥିପାଇଁ କି ଯେଉଁ ଜିନିଷ ମଣିଷକୁ ଅଛପା ଥିଲା ତାହା ଏବେ ତାକୁ ଜଣାପଡିବାକୁ ଲାଗିଲାଣି । ଆପଣ କହିବେ ଏହା ତ ଏକ ଭଲ କଥା କାରଣ ମଣିଷ ପାଖରେ ଆଉ କିଛି ଅଛପା ରହିବ ନାହିଁ । କିନ୍ତୁ ସତ ହେଉଛି କିଛି ରାଜ କେବଳ ରାଜ ହୋଇ ରହିଲେ ସମାଜ ପାଇଁ ଭଲ ହୋଇଥାଏ ଯେପରିକି ବ୍ୟକ୍ତିର ମୃତ୍ୟୁର ସମୟ । କିନ୍ତୁ ବୈଜ୍ଞାନିକମାନେ AI ପରିଚାଳିତ ଏପରି ଏକ ମଡେଲ୍ ପ୍ରସ୍ତୁତ କରିଛନ୍ତି ଯାହା ମଣିଷ ଠାରୁ ତଥ୍ୟ ନେଇ ଭବିଷ୍ୟ ବିଷୟରେ ସଠିକ୍ ସୂଚନା ଦେବ । ଏଥିରେ ତା’ର ମୃତ୍ୟୁ ସମୟ ବିଷୟରେ ବି ଜଣାପଡିବ ।

ଏହି ଏଆଇ ମଡେଲର ନାମ ରହିଛି Life2vec ଯାହାକୁ ଅତ୍ୟଧିକ ଡାଟା ସହାୟତାରେ ପ୍ରସ୍ତୁତ କରାଯାଇଛି । ଓ ଏହା ଜରିଆରେ ଭବିଷ୍ୟତ ବିଷୟରେ ସବୁ କଥା ସ୍ପଷ୍ଟ ହୋଇଯିବ । ଏହାକୁ ଡେନମାର୍କ ଓ ଆମେରିକାର ବୈଜ୍ଞାନିକମାନେ ମିଳିତ ଭାବରେ ପ୍ରସ୍ତୁତ କରିଛନ୍ତି । ଏହି ମଡେଲକୁ ପ୍ରଥମେ ୬୦ ଲକ୍ଷ ଡେନିଶ ଲୋକଙ୍କ ଡାଟା ଦିଆଯାଇଥିଲା । ଯେପରିକି ଜନ୍ମ ତାରିଖ, ସ୍କୁଲ, ଶିକ୍ଷା, ସାଲାରୀ, ହାଉସିଂ ଓ ସ୍ୱାସ୍ଥ୍ୟ । ଏହି ଆଧାରରେ ଏଆଇ ମଡେଲ ଅନୁମାନ ଲଗାଇବ କି ଆଗକୁ କ’ଣ ଘଟିବ ।

ଏହାର ନିର୍ମାତା କହିଛନ୍ତି ଏହି ଆଧାରରେ ଲୋକଙ୍କୁ ସେମାନଙ୍କ ମୃତ୍ୟୁ ବିଷୟରେ ବି ଜଣାପଡିଯିବ । ଏହି ମଡେଲକୁ ୩୫ରୁ ୬୫ ବର୍ଷର ଲୋକଙ୍କ କ୍ଷେତ୍ରରେ ପରୀକ୍ଷଣ କରାଯାଇଛି । ଏହି ମଡେଲ୍ ୭୮% ସଠିକ୍ ଉତ୍ତର ରଖିଥିଲା କି କିଏ ମରିବ ଓ କିଏ ଜୀଇଁବ । ଟେକ୍ନିକାଲ ୟୁନିଭରସିଟି ଅଫ୍ ଡେନମାର୍କରେ ଆରମ୍ଭ ହୋଇଥିବା ଏହି ପ୍ରୋଜେକ୍ଟର ରିସର୍ଚ୍ଚ ଟିମର ନେତୃତ୍ୱ ନେଇଥିଲେ ପ୍ରଫେସର ସୁନେ ଲିମେନ୍ । ସେ କହିଛନ୍ତି କି ଏହି ମଡେଲକୁ ଡେନମାର୍କ ଡାଟା ଆଧାରରେ ପ୍ରସ୍ତୁତ କରାଯାଇଛି । ତେଣୁ ଏହା ଅନ୍ୟ ଦେଶର ଡାଟା ସଠିକ୍ ଯାଞ୍ଚ କରିପାରିବ କି ନା ସେ ନେଇ ସନ୍ଦେହ ରହିଛି ।

Get real time updates directly on you device, subscribe now.