PM Modi France Visit: ଅନ୍ୟ ଟେକ୍ନୋଲୋଜି ଠାରୁ ଅଲଗା AI, ସତର୍କ ରହିବା ଜରୁରୀ କହିଲେ ମୋଦୀ

ପ୍ୟାରିସରେ AI ସମ୍ମିଳନୀ । ଭାରତର AI ମିଶନର ଲକ୍ଷ୍ୟ ହେଉଛି ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲିବା କହିଲେ ମୋଦୀ ।

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ୟାରିସରେ ଏଆଇ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି । ଏହି ସମୟରେ, ସେ AI ର ଆବଶ୍ୟକତା ଏବଂ ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ପ୍ରଯୁକ୍ତିବିଦ୍ୟା ସମ୍ପର୍କରେ ଭାରତ କ’ଣ ନୂଆ ପଦକ୍ଷେପ ନେଉଛି ସେନେଇ ସମ୍ବୋଧିତ କରିଛନ୍ତି ।

ସମ୍ମିଳନୀରେ ସାମିଲ ହୋଇଥିଲେ 100 ଦେଶ-   ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଚାଚାକିରି ଛଡ଼ାଇ ନେଇପାରେ ବୋଲି ଆଶଙ୍କାକୁ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ ଖାରଜ କରିଛନ୍ତି । ଏହି ସମ୍ମିଳନୀରେ ପ୍ରାୟ 100 ଟି ଦେଶର ରାଷ୍ଟ୍ରମୁଖ୍ୟମାନେ ଅଂଶଗ୍ରହଣ କରିଥିଲେ । ଏହି ସମ୍ମିଳନୀରେ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ AI ଆମର ଜୀବନ ଏବଂ ସମାଜକୁ ପରିବର୍ତ୍ତନ କରୁଛି ।

AI ଅନ୍ୟ ପ୍ରଯୁକ୍ତିବିଦ୍ୟା ଠାରୁ ଭିନ୍ନ । ଏହା ହଜାର ହଜାର ଜୀବନକୁ ପରିବର୍ତ୍ତନ କରିପାରିବ । ସମାଜ ଏବଂ ସୁରକ୍ଷା ପାଇଁ କୃତ୍ରିମ ବୁଦ୍ଧିମତା ବହୁତ ଗୁରୁତ୍ୱପୂର୍ଣ୍ଣ ।

AI ପାଇଁ ଯିବନି ଚାକିରି- ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ , AIର ଉର୍ଜା ଉପରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି । ଏହା ମାଧ୍ୟମରେ ନିଯୁକ୍ତି ସଙ୍କଟ ପ୍ରତି ମଧ୍ୟ ଧ୍ୟାନ ଦେବାକୁ ପଡିବ । AI ନୂତନ ନିଯୁକ୍ତି ସୃଷ୍ଟି କରିବ । ଏହା ମାନବ ସଭ୍ୟତାର ଏକ ନୂତନ ସଂହିତା ସୃଷ୍ଟି କରୁଛି ।

ଇତିହାସ ସାକ୍ଷୀ ଯେ ପ୍ରଯୁକ୍ତିବିଦ୍ୟା କେବେ ଚାକିରି ଛଡ଼ାଇ ନେଇନାହିଁ । ଭାରତର AI ମିଶନର ଲକ୍ଷ୍ୟ ହେଉଛି ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲିବା। ଭାରତର AI ମିଶନ୍ ବହୁତ ପ୍ରଭାବଶାଳୀ।