fbpx

ଏଡସରେ ପୀଡ଼ିତ ଖୁଡ଼ୀ ରଚିଲେ ଷଡ଼ଯନ୍ତ୍ର: ନାବାଳକ ପୁତୁରା ସହ ରଖିଲେ ଶାରୀରିକ ସମ୍ପର୍କ, ପରେ ହୋଇଗଲା ଏପରି କାଣ୍ଡ

ନିକଟରେ ଏପରି ଏକ ଖବର ସାମ୍ନାକୁ ଆସିଛି, ଯେଉଁଥିରେ ପୁତୁରା ପାଇଁ ଷଡ଼ଯନ୍ତ୍ର ରଚିଥିବା ଖୁଡ଼ୀଙ୍କ ବିଷୟରେ ଖୁଲାସା ହୋଇଛି । ଖବର ମୁତାବକ, ଏଡ଼ସରେ ସଂକ୍ରମିତ ମହିଳା ନିଜ ପୁତୁରା ସହ ଶାରୀରିକ ସମ୍ପର୍କ ରଖିଛନ୍ତି, ଯାହାଦ୍ୱାରା ସେ ତାଙ୍କୁ ବି ରୋଗୀ କରିପାରିବେ । ଏହି ମାମଲା ଉତ୍ତରାଖଣ୍ଡର ଉଧମାସିଂହ ନଗର ଜିଲ୍ଲାର ରୁଦ୍ରପୁରରୁ ସାମ୍ନାକୁ ଆସିଛି ।

ସେଠାରେ ୨୩ ବର୍ଷୀୟ ଜଣେ ମହିଳା ନିଜ ଦେଢ଼ଶୂରଙ୍କ ନାବାଳିକ ପୁଅକୁ ଫସାଇ ତାଙ୍କ ସହ ଯୌନ ସମ୍ପର୍କ ରଖିଥିଲେ । ମହିଳା ଜଣକ ଏଚଆଇଭି ପଜିଟିଭ ଥିବା କାରଣରୁ ସେ ନିଜ ଦେଢ଼ଶୂରଙ୍କ ପୁଅକୁ ଏଥିରେ ସଂକ୍ରମିତ କରିବାକୁ ଚାହୁଁଥିଲେ । ମହିଳାଙ୍କ ସ୍ୱାମୀ ମଧ୍ୟ ଏଚଆଇଭି ପଜିଟିଭ ଥିଲେ । ଚିକିତ୍ସା ସମୟରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା ।

ଖବର ମୁତାବକ, ରୁଦ୍ରପୁର ଟ୍ରାଞ୍ଜିଟ୍ କ୍ୟାମ୍ପରେ ରହୁଥିବା ମହିଳା ନିଜ ଗାଁର ପିଲିଭିତ ପୁରନପୁର ଯାଇଥିଲେ । ସେଠାରେ ତାଙ୍କ ପୁତୁରା ମଧ୍ୟ ଉପସ୍ଥିତ ଥିଲେ । ମହିଳା ଜଣକ ପୁଅକୁ ଫସାଇ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ । କିଛି ଦିନ ପରେ ଯେବେ ଯୁବକ ଜଣକ ପରିବାର ଲୋକଙ୍କ ସହ ଟ୍ରାଞ୍ଜିଟ୍ କ୍ୟାମ୍ପକୁ ଆସିଥିଲେ, ସେବେ ମହିଳା ତାଙ୍କ ସହ ପୁଣି ସମ୍ପର୍କ ରଖିଥିଲେ । ଖୁଡ଼ୀ ଏଚଆଇଭି ପଜିଟିଭ ଥିବା ଜାଣିବା ପରେ ଯୁବକଙ୍କ ପାଦ ତଳୁ ମାଟି ଖସିଥିଲା । ପକ୍ସୋ ଆକ୍ଟ ଅଧିନିୟମ ଅନୁସାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୋଲିସ ।

ଏହି ମାମଲା ସାମ୍ନାକୁ ଆସିବା ପରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ଯୁବକଙ୍କ ପରିବାର ଲୋକଙ୍କ କହିବା ମୁତାବକ, ଅଭିଯୁକ୍ତ ଖୁଡ଼ୀ ତାଙ୍କ ପୁଅର ଜୀବନ ଖରାପ କରିବା ଉଦ୍ଦେଶ୍ୟରେ ସମ୍ବନ୍ଧ ରଖିଥିଲା । ଅନ୍ୟପଟେ ଏହି ଘଟଣା ବିଷୟରେ ଜଣାପଡିବା ପରେ ପଡୋଶୀ ଲୋକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଥିଲେ ।

 

Get real time updates directly on you device, subscribe now.