fbpx

ଏମ୍ସ ଭୁବନେଶ୍ୱର ପକ୍ଷରୁ ପୁଣି ନିଯୁକ୍ତି: ଆରମ୍ଭ ହେଲା ଆବେଦନ, ଅଗଷ୍ଟ ୧୬ରେ ସରିବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନିଯୁକ୍ତି ସନ୍ଧାନରେ ରହିଥିବା ସମସ୍ତ ଆଶାୟୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ଅଖିଳ ଭାରତୀୟ ଚିକିତ୍ସା ବିଜ୍ଞାନ ପ୍ରତିଷ୍ଠାନ (ଏମ୍ସ), ଭୁବନେଶ୍ୱର ପକ୍ଷରୁ ନିକଟରେ କିଛି ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଏବେ ଆସିଛି ପୁଣି ଏକ ସୁଯୋଗ । ଜୁନିୟର ରେସିଡେଣ୍ଟସ (ନନ ଆକାଡେମିକ) ପଦରେ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ । ସାକ୍ଷାତକାର ଜରିଆରେ ଏହି ଯୋଗ୍ୟ ପ୍ରାର୍ଥୀଙ୍କୁ ଚୟନ କରାଯିବ । ଅନଲାଇନ୍ (ଗୁଗଲ ଫର୍ମ) ଜରିଆରେ ପ୍ରାର୍ଥୀଙ୍କୁ ଏଥିପାଇଁ ଆବେଦନ କରିବାକୁ ପଡ଼ିବ । ଅଗଷ୍ଟ ୧୬ରୁ ଅନଲାଇନରେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଅଗଷ୍ଟ ୧୬ ଆବେଦନର ଅନ୍ତିମ ତାରିଖ ରହିଛି । ଚୁକ୍ତିଭିତ୍ତିକ ଭାବେ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ । ଏହି ନିଯୁକ୍ତିର ସର୍ତ୍ତାବଳୀ, ବୟସ, ଶିକ୍ଷାଗତ ଯୋଗ୍ୟତା, ବେତନ ବାବଦରେ ସବିଶେଷ ତଥ୍ୟ ଜାଣିବା ପାଇଁ ପ୍ରାର୍ଥୀମାନେ ଏମ୍ସର ଅଫିସିଆଲ ୱେବସାଇଟ https://aiimsbhubaneswar.nic.in/କୁ ପରିଦର୍ଶନ କରିପାରିବେ ।

Get real time updates directly on you device, subscribe now.