ଦେବଦୂତ ସାଜିଲେ ଏମ୍ସର ୫ ଡାକ୍ତର: ଉଡ଼ନ୍ତା ଫ୍ଲାଇଟରେ ୨ ବର୍ଷର ଝିଅର କଲେ ସଫଳ ହାର୍ଟ ସର୍ଜରୀ

ନୂଆଦିଲ୍ଲୀ: ରବିବାର ସନ୍ଧ୍ୟାରେ ବାଙ୍ଗାଲୋରରୁ ଦିଲ୍ଲୀ ଯାଉଥିବା ଏକ ବିମାନରେ ଏକ ଚମତ୍କାର ଘଟଣା ଘଟିଥିଲା । ଖବର ମୁତାବକ, ସେଥଇରେ ଥିବା ୨ ବର୍ଷର ବାଳିକାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା ଏବଂ ସେହି ବିମାନରେ ଯାତ୍ରା କରୁଥିବା ୫ ଡାକ୍ତର ସେଠାରେ ଥିବା ଝିଅକୁ ଚିକିତ୍ସା କରିଥିଲେ ।ଏମ୍ସର ଡାକ୍ତରମାନଙ୍କର ଏହି ଚମତ୍କାର ଯୋଗୁଁ ୨ ବର୍ଷର୍ୀୟା ଝିଅର ଜୀବନ ବଞ୍ଚିଗଲା, ଏହା କିପରି ହେଲା ଆସନ୍ତୁ ଜାଣିବା ।

ତେବେ ରବିବାର ସନ୍ଧ୍ୟାରେ ବାଙ୍ଗାଲୋରରୁ ଭିସ୍ତାରାର ୟୁକେ-୮୧୪ ବିମାନ ଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା । ଚଳନ୍ତା ବିମାନରେ ଜରୁରୀକାଳୀନ କଲ୍ ଘୋଷଣା କରାଯାଇଥିଲା । ସିଆନୋଟିକ୍ ରୋଗରେ ପୀଡିତ ଜଣେ ୨ ବର୍ଷର ବାଳିକା ଚେତାଶୂନ୍ୟ ହୋଇପଡିଥିଲେ । ଫ୍ଲାଇଟରେ ହିଁ ଝିଅଟିର ଅବସ୍ଥା ବିଗିଡି ଯାଇଥିଲା, ଏହାରି ମଧ୍ୟରେ ତାଙ୍କର ପଲ୍ସ ଗାଏବ୍ ଥିଲା ଏବଂ ହାତ ଏବଂ ଗୋଡ ମଧ୍ୟ ଥଣ୍ଡା ହୋଇଗଲା । ଯେତେବେଳେ ଜରୁରୀକାଳୀନ କଲ୍ ନିଆଗଲା, ବିମାନରେ ଉପସ୍ଥିତ ଥିବା ଏମ୍ସ ଡାକ୍ତରମାନେ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ ।

ସେଠାରେ ଉପସ୍ଥିତ ଥିବା ଡାକ୍ତରମାନେ ଝିଅର ସି.ପି.ଆର. ଆରମ୍ଭ କରିଥିଲେ ଏବଂ ସେମାନଙ୍କ ପାଖରେ ଥିବା ଜିନିଷ ସହିତ କାମ କରିଥିଲେ । ଏହି ସମୟରେ ଉଡ଼ାଣରେ ଏକ ଆଇଭି କାନନୁଲା ଦିଆଯାଇଥିଲା ଏବଂ ଡାକ୍ତରମାନେ ଜରୁରୀକାଳୀନ ପ୍ରକ୍ରିୟା ଆରମ୍ଭ କରିଥିଲେ । ଏହି ଚିକିତ୍ସା ସମୟରେ ଝିଅଟିକୁ ହୃଦ୍ଘାତ ଆସିଥିଲା, ଯାହାଫଳରେ ସମସ୍ୟା ବଢ଼ିଗଲା ଏବଂ ପରେ ଏଇଡି ବ୍ୟବହୃତ ହେଲା । ଏହି ସମୟରେ ଡାକ୍ତରମାନେ ପ୍ରାୟ ୪୫ ମିନିଟ୍ ପର୍ଯ୍ୟନ୍ତ ଝିଅର ଚିକିତ୍ସା କରିଥିଲେ ।

ଏହି ସମୟରେ ଡାକ୍ତରମାନଙ୍କ ପାଖରେ ଯାହା ବି ସରଞ୍ଜାମ ଥିଲା, ସେଥିରେ ସେମାନେ ଝିଅର ଜୀବନ ବଞ୍ଚାଇଥିଲେ । ୪୫ ମିନିଟ୍ ଚିକିତ୍ସିତ ହେବା ପରେ ବିମାନଟି ନାଗପୁରକୁ ପଠାଯାଇଥିଲା ଏବଂ ଏଠାରେ ଶିଶୁ ବିଶେଷଜ୍ଞଙ୍କୁ ନିଯୁକ୍ତ କରାଯାଇଥିଲା । ଝିଅର ଅବସ୍ଥା ଏବେ ବିପଦମୁକ୍ତ ରହିଛି । ତେବେ ସିଆନୋଟିକ୍ ଏକ ସାଂଘାତିକ ରୋଗ । ଯଦି ଏହାର ଠିକ ସମୟରେ ଚିକିତ୍ସା କରା ନ ଯାଏ, ତେବେ ପୀଡିତାଙ୍କ ମୃତ୍ୟୁ ହେବାର ଆଶଙ୍କା ରହିଛି ।