fbpx

ଏଆର ରେହମାନଙ୍କ ଗୀତରେ ଏୟାର ହୋଷ୍ଟେସଙ୍କ ଜବରଦସ୍ତ ଡାନ୍ସ, ଭାଇରାଲ ହେଉଛି ଭିଡିଓ

ନୂଆଦିଲ୍ଲୀ: ଉଡାଜାହାଜରେ ଯାତ୍ରୀଙ୍କ ଯତ୍ନ ନେବା ପାଇଁ ଏୟାର ହୋଷ୍ଟେସମାନେ ରହିଥାନ୍ତି । ଏୟାର ହୋଷ୍ଟେସଙ୍କ କାମ ଦେଖିବାକୁ ସରଳ ହୋଇଥିଲେ ମଧ୍ୟ ଏହା ଏତେ ସହଜ ନୁହେଁ । ସେମାନେ ସବୁବେଳେ ଯାତ୍ରୀଙ୍କ ଆରାମ ବିଷୟରେ ଚିନ୍ତା କରିଥାନ୍ତି । ତେବେ ଗମ୍ଭୀର ଦେଖାଯାଉଥିବା ଏହି ଏୟାର ହୋଷ୍ଟେସମାନେ ମଧ୍ୟ ଖୁବ ଖୁସ ମିଜାଜର ହୋଇଥାନ୍ତି । ଆଉ ଏଭଳି ଜଣେ ଏୟାର ହୋଷ୍ଟେସଙ୍କ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

ସୋସିଆଲ ମିଡିଆରେ ସ୍ପାଇସ ଜେଟର କ୍ୟାବିନ କ୍ରୁ ଉମା ମିନାକ୍ଷୀଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ମିନାକ୍ଷୀ ଖାଲି ବିମାନରେ ଏଆର ରେହମାନଙ୍କ ଗୀତରେ ଜବରଦସ୍ତ ଡାନ୍ସ କରୁଥିବାର ଦେଖାଯାଉଛନ୍ତି । ତାଙ୍କର ଗୀତ ସହ ତାଳରେ କରୁଥିବା ଡାନ୍ସକୁ ଲୋକଙ୍କୁ ଖୁବ ପସନ୍ଦ ଆସୁଛି ଯାହା ଭାଇରାଲ ହେବାରେ ମଧ୍ୟ ଲାଗିଛି । ଏହି ଭିଡିଓକୁ ଏପର୍ଯ୍ୟନ୍ତ ୨ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି । ଏହାଛଡ଼ା ମୀନାକ୍ଷୀ ନିଜ ସାଥୀ କ୍ରୁ ମେମ୍ବରଙ୍କ ସହ ମଧ୍ୟ ଭିଡିଓ କରି ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ପୂର୍ବରୁ ମଧ୍ୟ ଏହିଭଳି ଇଣ୍ଡିଗୋ ବିମାନର ଜଣେ ଏୟାର ହୋଷ୍ଟେସଙ୍କ ଡାନ୍ସ ଭିଡିଓ ଖୁବ ଲୋକପ୍ରିୟ ହୋଇଥିଲା ।

 

View this post on Instagram

 

A post shared by Uma Meenakshi (@yamtha.uma)

Get real time updates directly on you device, subscribe now.