fbpx

ମଝି ଆକାଶରେ ଉଡୁଥିବା ବିମାନରେ ହାଇଡ୍ରୋଲିକ ତ୍ରୁଟି, ଭୟଭୀତ ଅବସ୍ଥାରେ 140 ଯାତ୍ରୀ, ତାପରେ..

ନୂଆଦିଲ୍ଲୀ: ମଝି ଆକାଶରେ ଉଡୁଥିବା ବିମାନ । ହଠାତ୍ ଦେଖାଗଲା ତ୍ରୁଟି । ଫଳରେ 2 ଘଣ୍ଟା ଯାଏଁ ବିମାନଟି ଲ୍ୟାଣ୍ଡ ନକରି ମଝି ଆକାଶରେ ଚକର କାଟୁଥିବା ଦେଖାଯାଇଥିଲା । ବିମାନରେ 140ଜଣ ଯାତ୍ରୀ ରହିଥିବାବେଳେ ଯାତ୍ରୀଙ୍କ ମଧୟରେ ଭୟର ବାତାବରଣ ଦେଖାଯାଇଥିଲା । ତେବେ ପାଇଲଟ ଜଣକ ଚମତ୍କାରିତା ଭାବେ ବିମାନକୁ ସୁରକ୍ଷିତ ଲ୍ୟାଣ୍ଡ କରାଇବାରେ ସକ୍ଷମ ହୋଇଛନ୍ତି ।

ସୂଚନା ଅନୁସାରେ, ଆଜି ସନ୍ଧ୍ୟା ୫.୪୩ରେ ଏୟାର ଇଣ୍ଡିଆ ଏକ୍ସପ୍ରେସର AXB 613 ବିମାନ ତାମିଲନାଡୁର ତ୍ରିଚି ଏୟାରପୋର୍ଟରୁ ଶାରଜା ଅଭିମୁଖେ ଉଡ଼ାଣ ଭରିଥିଲା । ବିମାନରଟି ୧୪୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ମଝି ଆକାଶରେ ଥିବା ବେଳେ ଘଟିଥିଲା ଅଘଟଣ । ବିମାନର ହାଇଡ୍ରୋଲିକ ତ୍ରୁଟି ହୋଇଥିବା ପାଇଲଟ ଜାଣିବାକୁ ପାଇଥିଲେ। ଲ୍ୟାଣ୍ଡିଂ ଗିୟର, ବ୍ରେକ ଓ ଫ୍ଲାପ୍ସ ଆଦି ହାଇଡ୍ରୋଲିକ ତ୍ରୁଟି ଯୋଗୁ କାମ କରିବା ବନ୍ଦ କରିଦେଇଥାଏ। ବିମାନରେ ହାଇଡ୍ରୋଲିକ ତ୍ରୁଟି ଯୋଗୁଁ ଲ୍ୟାଣ୍ଡିଂ ରିୟରରେ ସମସ୍ୟା ଦେଖାଯାଇଥିଲା । ହେଲେ ପାଇଲଟ ଜଣକ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଲ୍ୟାଣ୍ଡିଂ କରାଇନଥିଲେ। କିନ୍ତୁ ସୌଭାଗ୍ୟବଶତଃ ବିମାନଟି ଲ୍ୟାଣ୍ଡିଂ କରିବା ବେଳେ ଗିୟର ମାକ୍ କରିଥିଲା । ଏଥିଯୋଗୁଁ ପାଇଲଟ ସୁରକ୍ଷିତ ଭାବେ ବିମାନକୁ ଅବତରଣ କରିଥିଲେ ।

Get real time updates directly on you device, subscribe now.