fbpx

ଏୟାର ଇଣ୍ଡିଆ କ୍ରୁ’ ମେମ୍ବରଙ୍କ ପାଇଁ ପ୍ରସ୍ତୁତ ହେଲା ନୂଆ ଡ୍ରେସ କୋଡ଼: ଦେଖନ୍ତୁ କିପରି ରହିଛି ଡିଜାଇନ

ନୂଆଦିଲ୍ଲୀ: ଭାରତର ବହୁ ପ୍ରସିଦ୍ଧ ବିମାନ ସେବା ଏୟାର ଇଣ୍ଡିଆର କ୍ରୁ’ ମେମ୍ବରଙ୍କ ପାଇଁ ପ୍ରସ୍ତୁତ ହୋଇଛି ନୂତନ ଡ୍ରେସ କୋଡ଼ । ତେବେ ସେମାନଙ୍କ ୟୁନିଫର୍ମରେ ଗ୍ଲାମରର ସ୍ପର୍ଶ ଦେଇଛନ୍ତି ଜଣାଶୁଣା ଡ୍ରେସ ଡିଜାଇନର ମନୀଷ ମଲହୋତ୍ରା। ବାସ୍ତବରେ ସେ ଏୟାର ଇଣ୍ଡିଆର ପାଇଲଟ କ୍ରୁ’ଙ୍କର ଡ୍ରେସକୋଡ଼ ଡିଜାଇନ କରିଛନ୍ତି। ଏୟାର ଇଣ୍ଡିଆ ଏହାର ପାଇଲଟ ଏବଂ କ୍ରୁ ମେମ୍ବରଙ୍କ ପାଇଁ ଏହି ଡ୍ରେସକୋଡ଼ କାର୍ୟ୍ୟକାରୀ କରିଛି।

ବରିଷ୍ଠ ମହିଳା କ୍ୟାବିନ କ୍ରୁ’ଙ୍କ ପାଇଁ ପର୍ପଲ-ଟୁ-ବର୍ଗଣ୍ଡି ରଙ୍ଗର ଓମ୍ବ୍ରେ ଶାଢ଼ୀ ପ୍ରସ୍ତୁତ କରାଯାଇଛି ଯାହାକୁ ବାଇଗଣୀ ରଙ୍ଗର ବ୍ଲେଜର ସହିତ ପିନ୍ଧାଯିବ । ଏହା ସହିତ ଜୁନିଅର ମହିଳା କ୍ୟାବିନ କ୍ରୁ’ମାନେ ନାଲି ବ୍ଲେଜର ସହିତ ନାଲି-ବାଇଗଣୀ ରଙ୍ଗର ଶାଢ଼ୀ ପିନ୍ଧିବେ । କକପିଟ କ୍ରୁ’ଙ୍କ ପାଇଁ ପୋଷାକ ଏକ ଭିସ୍ତା-ପ୍ରେରିତ ପ୍ରିଣ୍ଟ୍ ସହିତ କ୍ଲାସିକ୍ କଳା ଡବଲ୍-ବ୍ରେଷ୍ଟେଡ଼ ସୁଟ୍ ରହିଛି । ମନୀଷ ମଲହୋତ୍ରା କହିଛନ୍ତି ଯେ ଏହି ପୋଷାକ ଡିଜାଇନରେ ଭାରତର ବିବିଧ ସଂସ୍କୃତି ଏବଂ ପରମ୍ପରାକୁ ପ୍ରତିଫଳିତ କରିବା ସହିତ ଏହାକୁ ଏକ ଆଧୁନିକ ଲୁକ ଦେବା ତାଙ୍କର ମୂଳ ଉଦ୍ଦେଶ୍ୟ ।

ପ୍ରସ୍ତୁତ ହୋଇଥିବା ଶାଢ଼ୀକୁ ଆରାମଦାୟକ ପ୍ଲାଜୋ ପ୍ୟାଣ୍ଟ ସହିତ ମଧ୍ୟ ପିନ୍ଧାଯାଇପାରିବ । ଏୟାରଲାଇନ୍ସ ଏକ ପ୍ରେସ ବିଜ୍ଞପ୍ତିରେ କହିଛି ଯେ ମହିଳା କ୍ୟାବିନ କ୍ରୁ’ଙ୍କୁ ସେମାନଙ୍କ ପସନ୍ଦର ଡ୍ରେସ କୋଡ଼ ଷ୍ଟାଇଲ ବାଛିବା ପାଇଁ ସମ୍ପୂର୍ଣ୍ଣ ସ୍ୱାଧୀନତା ଦିଆଯାଇଛି । ମହିଳା କ୍ୟାବିନ କ୍ରୁ’ଙ୍କ ୟୁନିଫର୍ମରେ କମ୍ପ୍ଲିକେଟେଡ଼ ୱିଣ୍ଡୋ ପ୍ୟାଟର୍ଣ୍ଣ(ଏୟାର ଇଣ୍ଡିଆର ନୂତନ ଲୋଗୋ ଆଇକନ୍) ଦେଖିବାକୁ ମିଳିବ ।

ତେବେ ଏୟାର ଇଣ୍ଡିଆର ନିଜର ପ୍ରଥମ ଏୟାରବସ୍ ଇ୩୫୦ର ସେବା ଆରମ୍ଭ କରିବାକୁ ଯାଉଛି । ତେବେ ଏହି ଦିନ ହିଁ କ୍ରୁ’ ମେମ୍ବରଙ୍କ ପାଇଁ ପ୍ରସ୍ତୁତ ହୋଇଥିବା ଏହି ନୂତନ ୟୁନିଫର୍ମକୁ ମଧ୍ୟ ଲାଗୁ କରାଯିବା ନେଇ ଯୋଜନା କରିଛି ଏୟାରଇଣ୍ଡିଆ ।

Get real time updates directly on you device, subscribe now.