fbpx
BSKY SKY
BSKY SKY

ଜାମ୍ମୁ କାଶ୍ମୀରବାସୀଙ୍କୁ ଆଉ ଏକ ଖୁସି ଖବର ଦେଲେ ମୋଦୀ, ଶ୍ରୀନଗରକୁ ଚାଲିବ ବନ୍ଦେ ଭାରତ

BSKY

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାମ୍ମୁ କାଶ୍ମୀରକୁ ଆଉ ଏକ ବଡ ଉପହାର ଦେଇଛନ୍ତି । ଏବେ ଏହି କେନ୍ଦ୍ର ଶାସିତ ପ୍ରଦେଶରେ ବି ବନ୍ଦେ ଭାରତ ଟ୍ରେନ୍ ଚାଲିବ । କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାର ଜାମ୍ମୁ କାଶ୍ମୀରକୁ ପୁଣି ଏକ ଉପହାର ସ୍ୱରୂପ ଉଦ୍ଦମପୁରରୁ ଶ୍ରୀନଗର ମଧ୍ୟରେ ବନ୍ଦେ ଭାରତ ଟ୍ରେନ୍ ଚଳାଚଳ ଲାଗି ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ ଏ ବିଷୟରେ ସୂଚନା ଦେଇ କହିଛନ୍ତି ଉଦ୍ଦମପୁର-ଶ୍ରୀନଗର ବାରମୂଳା ରେଳ ଲିଙ୍କ ପରିଯୋଜନାରେ ଏବେ ବନ୍ଦେ ଭାରତ ଟ୍ରେନ୍ ଚଳାଚଳ କରିବ ।

ଜାମ୍ମୁ କାଶ୍ମୀରକୁ ଏହା ହେବ କେନ୍ଦ୍ର ସରକାରଙ୍କର ୪୯ତମ ବନ୍ଦେ ଭାରତ ଏକ୍ସପ୍ରେସ୍ ଆବଣ୍ଟନ । ଜାମ୍ମୁ ଓ ବାରମୂଳା ମଧ୍ୟରେ ରେଳପଥ ନିର୍ମାଣ କାର୍ଯ୍ୟ ସରିବା ମାତ୍ରେ ବନ୍ଦେ ଭାରତ ଟ୍ରେନ ବାରମୂଳାକୁ ଦେଶର ଅନ୍ୟ ଭାଗ ସହ ସଂଯୁକ୍ତ କରିଦେବ । ଉଦ୍ଦମପୁର ସାଂସଦ ଓ କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ ଏ ବିଷୟରେ ସୂଚନା ଦେବା ସହ ଏଥିପାଇଁ ପ୍ରଧାନମନ୍ତ୍‌ରୀ ଓ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Get real time updates directly on you device, subscribe now.