fbpx
BJD SKY
BJD SKY

ଏୟାର ଇଣ୍ଡିଆର ବଡ଼ ନିଷ୍ପତ୍ତି, କର୍ମଚାରୀଙ୍କୁ ଏହି ଯୋଜନାରେ ମିଳିବ ନିଶ୍ଚିତ ରାଶି

BJD

ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ଏହାର କର୍ମଚାରୀଙ୍କ ପାଇଁ ବଡ଼ ଘୋଷଣା କରିଛି । କମ୍ପାନୀ ଏବେ କର୍ମଚାରୀଙ୍କୁ ଭଲ୍ୟୁଣ୍ଟାରୀ ରିଟାୟାରମେଣ୍ଟ ସ୍କିମ(ଭିଆରଏସ) ବିକଳ୍ପ ଉବଲବ୍ଧ କରାଇଛି । ଯଦି କେହି କର୍ମଚାରୀ ୫୫ ବର୍ଷ ରୁ ଅଧିକ କିମ୍ବା ସେମାନେ ଲଗାତାର ୨୦ ବର୍ଷ ପର୍ଯ୍ୟନ୍ତ କମ୍ପାନୀ ସହ କାମ କରିଛନ୍ତି । ତେବେ ସେ ଏହି ବିକଳ୍ପକୁ ବାଛିପାରିବେ ।

ଏୟାର ଇଣ୍ଡିଆର ମାଲିକାନା ଟାଟା ଗ୍ରୁପ୍ ପାଖକୁ ଆସିବା ପରେ ଅନେକ ବଡ଼ ପରିବର୍ତ୍ତନ ହୋଇଛି । ଆଉ ଏବେ କମ୍ପାନୀ ଘୋଷଣା କରିଛି ଯେ ନିର୍ଦ୍ଧାରିତ ସମୟ ମଧ୍ୟରେ କର୍ମଚାରୀ ଭିଆରଏସ ପାଇଁ ଆବେଦନ କରିବେ ତାଙ୍କୁ ଏକ ନିଶ୍ଚିତ ରାଶି ପ୍ରଦାନ କରାଯିବ । ଘୋଷଣା ଅନୂଯାୟୀ ଯଦି କେହି କର୍ମଚାରୀ ୧ ଜୁନ୍ ୨୦୨୨ ରୁ ୩୧ ଜୁଲାଇ ୨୦୨୨ ମଧ୍ୟରେ ଭିଆରଏସ ଆବେଦନ କରୁଛନ୍ତି ତେବେ ରିଟାୟରମେଣ୍ଟ ପରେ ତାଙ୍କୁ ଏହି ନିଶ୍ଚିତ ରାଶି ମିଳିବ ଏହା ସହ ତାଙ୍କୁ ଅତିରିକ୍ତି ପ୍ରୋତ୍ସାହନ ମଧ୍ୟ ମିଳିବ ।

ସୂଚନାଯୋଗ୍ୟ, ଟାଟା ଗ୍ରୁପ୍ ଫେୃବଆରୀ ୨୭ ରେ ଏୟାର ଇଣ୍ଡିଆକୁ ନିଜ ହାତକୁ ନେଇଥିଲା ଏବଂ ଅଧ୍ୟକ୍ଷ ପଦରେ ଏନ ଚନ୍ଦ୍ରଶେଖରଙ୍କୁ ଦାୟିତ୍ୱ ମିଳିଥିଲା । ସେ ଲଗାତାର କମ୍ପାନୀକୁ ପୁଣି ଥରେ ସଫଳ କରିବା ପାଇଁ ପରିବର୍ତ୍ତନ ଉପରେ ଧ୍ୟାନ ଦେଉଛନ୍ତି ।

Get real time updates directly on you device, subscribe now.