fbpx

କୋଟି କୋଟି ଟଙ୍କା ଖର୍ଚ୍ଚ କରିବା ପରେ ବି ସଫା ହୋଇନଥିଲା ସହରର ଜଳ, ଯାହାକୁ ସମ୍ଭବ କଲା ଲକ୍-ଡାଉନ୍

କରୋନା ଯୋଗୁଁ ସାରା ଦେଶରେ ଲକ୍-ଡାଉନ୍ ଲାଗୁ ହୋଇଛି । ଲୋକମାନେ ଘରେ ବନ୍ଦୀ ହୋଇ ରହିଥିବା ବେଳେ ଯାନବାହନ ଓ କାରଖାନା ସମ୍ପୂର୍ଣ୍ଣ ଠପ୍ ହୋଇପଡିଛି । ଯଦିଓ ଲକ୍-ଡାଉନ୍ ପ୍ରଭାବରେ ଲୋକମାନେ ଆର୍ଥିକ କ୍ଷତି ସହୁଛନ୍ତି, ହେଲେ ଏହାର କିଛି ସକରାତ୍ମକ ପ୍ରଭାବ ପରିବେଶ ଉପରେ ପଡିଛି । ଦେଶର ସମସ୍ତ ସହରର ବାୟୁ ସଫା ହୋଇଛି । ସେହିପରି ପଞ୍ଜାବର ସଙ୍ଗରୁରର ବାୟୁ ଓ ପାଣିକୁ ସଫା କରିଛି ଲକ୍-ଡାଉନ୍ । ଏଥିରେ ସ୍ଥାନୀୟ ଲୋକଙ୍କ ଖୁସି କହିଲେ ନସରେ ।

ତେବେ ଏଠାରେ ସମସ୍ତ ଶିଳ୍ପ କାରଖାନା ବନ୍ଦ ହେବାରୁ ଅନେକ ସ୍ଥାନରେ ପାଣି ସ୍ୱଚ୍ଛ ହୋଇଛି । ଲୋକମାନେ ଶାନ୍ତିରେ ନିଶ୍ୱାସ ନେଉଛନ୍ତି । ଦୀର୍ଘଦିନ ଧରି ନଦୀରେ ବିଷାକ୍ତ ରାସାୟନିକ ସମୃଦ୍ଧ ଜଳ ପ୍ରବାହିତ କାରଣରୁ ଅନେକ ପ୍ରକାର ରୋଗ ବ୍ୟାପିଯାଇଥିଲା । କୋଟି କୋଟି ଟଙ୍କା ଖର୍ଚ୍ଚ କରି ମଧ୍ୟ ପାଣିରେ ସ୍ୱଚ୍ଛତା ଆସୁନଥିଲା । ଲକ୍-ଡାଉନ୍ କାରଣୁ ତାହା ସମ୍ଭବ ହୋଇଥିବାରୁ ଲୋକେ ଖୋଲା ଓ ନିର୍ମଳ ପବନରେ ନିଶ୍ୱାସ ନେଉଛନ୍ତି ।

Get real time updates directly on you device, subscribe now.