ଓଡିଶା ଭାସ୍କର: ଦିନକୁ ଦିନ ଖରା ବଢି ବଢି ଯାଉଛି। ଖରାରୁ ବର୍ତ୍ତିବା ପାଇଁ ଲୋକେ ଆଉ ବାହାରକୁ ପାଦ ବି କାଢୁନାହାନ୍ତି। ସବୁବେଳେ ଏସି ଲଗେଇ ବସୁଛନ୍ତି। କିନ୍ତୁ ସମସ୍ତଙ୍କ ପକ୍ଷରେ ଏସି ଲଗାଇବା ସମ୍ଭବପର ନୁହେଁ। ଏମିତିବି ଲୋକ ଅଛନ୍ତି ସେମାନେ କେବଳ କୁଲର ଆଉ ପଙ୍ଖାରେ ନିଜ ଘରେ କଷ୍ଟେମଷ୍ଟେ ରହୁଛନ୍ତି। ଆଉ ସବୁବେଳେ ଭାବୁଛନ୍ତି ଯେ କେତେବେଳେ କିଛି ଅଫର ଘୋଷଣା ହେବ ଏବଂ ଏସି ରେଟ କମିଲେ ଆମେ କିଣିବୁ। ଆପଣ ବି ଏମିତି କିଛି ଅଫରର ଅପେକ୍ଷାରେ ଅଛନ୍ତି କି? ତେବେ ଆଉ ଅପେକ୍ଷା କରିବାକୁ ପଡ଼ିବନି। କାହିଁକି ନା ଆମାଜନ ଦେଉଛି ବମ୍ପର ଅଫର।
ଏହି ଅଫରରେ ଆପଣ ଏସି, କୁଲର ଏବଂ ପଙ୍ଖା ନିମନ୍ତେ ପାଇବେ ୫୦ ପ୍ରତିଶତ ରିହାତି ଏବଂ ସ୍ପ୍ଲିଟ ଏସିରେ ପାଇବେ ୫୩% ରିହାତି। LG ୧ ଟନର ୪ଷ୍ଟାର ଏସି ଏବଂ ଡୁଆଲ ଇନଭର୍ଟର ସ୍ପ୍ଲିଟ ଏସି ଆପଣ ୫୦% ରିହାତିରେ କିଣିପାରିବେ। Daikin ୦.୮ ଟନ ୩ ଷ୍ଟାର ସ୍ପ୍ଲିଟ ଏସିକୁ ଆପଣ ୩୧% ରିହାତିରେ ପାଇପାରିବେ। ଯାହାର ବଜାର ମୂଲ୍ୟ ହେଉଛି ୩୭,୪୦୦ ଟଙ୍କା।
ସେହିପରି Godrej ୧ଟନ ୫ଷ୍ଟାର ବିଶିଷ୍ଟ କନଭର୍ଟେବଲ କୁଲିଙ୍ଗ ଇନଭର୍ଟର ସ୍ପ୍ଲିଟ ଏସିକୁ ୩୨% ରିହାତି ବଜାରରେ ବିକ୍ରି କରାଯାଉଛି। ଯାହାର ବଜାର ମୂଲ୍ୟ ହେଉଛି ୪୮,୯୯୦ ଟଙ୍କା କିନ୍ତୁ ଗ୍ରାହକମାନେ ଏହି ଏସିକୁ ୩୩,୪୯୦ ଟଙ୍କା ଦେଇ କିଣିପାରିବେ।
Panasonic ୧.୫ ଟନ୍ ୫ ଷ୍ଟାର୍ ୱାଇଫାଇ ଇନଭର୍ଟର ସ୍ମାର୍ଟ ସ୍ପ୍ଲିଟ୍ ଏସି ଆମାଜନରେ୨୯% ରିହାତିରେ କ୍ରୟ କରାଯାଇପାରିବ । ଏହି ଏସିର ପ୍ରକୃତ ମୂଲ୍ୟ ୬୩,୪୦୦ ଟଙ୍କା ବୋଲି କୁହାଯାଉଛି, କିନ୍ତୁ ଅଫର ଅନୁଯାୟୀ ଏହାକୁ ୪୪,୯୯୦ ଟଙ୍କାରେ କିଣାଯାଇପାରିବ।