fbpx

ପୁରୀ ସିପସରୁବାଲିରେ ନିର୍ମାଣ ହେବ ବିମାନବନ୍ଦର, ଚିହ୍ନଟ ହେଲା ଜାଗା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁରୀ ସିପସରୁବାଲିରେ ନିର୍ମାଣ ହେବ ବିମାନବନ୍ଦର । ଏହି ବିମାନବନ୍ଦର ୧ ହଜାର ଏକର ଜମିରେ ପ୍ରତିଷ୍ଠା ହେବାକୁ ଥିବା ବେଳେ ଏଥିପାଇଁ ଜାଗା ଚିହ୍ନଟ ହୋଇଛି । ଭୁବନେଶ୍ୱରରୁ ପୁରୀକୁ ୬ ଥାକିଆ ଏକ୍ସପ୍ରେସ ହାଇୱେ ସଂଯୋଗ କରିବ । ଏୟାରପୋର୍ଟ ଅଥରଟି ଅଫ୍ ଇଣ୍ଡିଆ ସହିତ ରାଜ୍ୟ ସରକାର ଆଲୋଚନା ଜାରି ରଖିଛନ୍ତି । ତେବେ ପୁରୀରେ ବିମାନବନ୍ଦର ତିଆରି କରିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ଜାନୁଆରି ୧ ତାରିଖରେ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଥିଲେ । ମୁଖ୍ୟମନ୍ତ୍ରୀ ବିମାନବନ୍ଦରର ନାମ ଶ୍ରୀ ଜଗନ୍ନାଥ ବିମାନବନ୍ଦର ରଖିବାକୁ ପ୍ରସ୍ତାବ ପୂର୍ବରୁ ଦେଇଛନ୍ତି ।

ସୂଚନାଯୋଗ୍ୟ, ଗତକାଲି ଠାରୁ ପୁରୀରେ ବିମାନବନ୍ଦର ପ୍ରତିଷ୍ଠା ପାଇଁ ଏୟାରପୋର୍ଟ ଅଥରଟି ଅଫ୍ ଇଣ୍ଡିଆର ୪ ଜଣିଆ ଟିମ୍ ପୁରୀ ଆସିଥିଲେ । ସେମାନଙ୍କ ସହିତ ପୁରୀ ଜିଲ୍ଲାପାଳ ଓ ଉପଜିଲ୍ଲାପାଳ ବିମାନବନ୍ଦର ପାଇଁ ସ୍ଥାନ ବୁଲି ଦେଖିଥିଲେ । ସିପସରୁବାଲିରେ ଜାଗା ଦେଖିବା ପରେ ରାଜ୍ୟ ସରକାରଙ୍କ ସହିତ ଏହି କେନ୍ଦ୍ରୀୟ ଟିମ ଆଲୋଚନା କରିଛନ୍ତି ।

Get real time updates directly on you device, subscribe now.