(Video) ମୁହଁକୁ ମେକଅପ୍ରେ ପୋତିଥିଲେ, ଏୟାରପୋର୍ଟରେ ଚିହ୍ନିପାରିଲାନି ମେସିନ, ଦେଖନ୍ତୁ ଆଗକୁ କ’ଣ ଘଟିଲା
ଭିଡିଓ ଭାଇରାଲ: ମେକଅପ ନେଇଥିବାରୁ ଫେସ୍ ରିଡ୍ କରିପାରିଲାନି ଏୟାରପୋର୍ଟ ମେସିନ
ନୂଆଦିଲ୍ଲୀ: ବର୍ତ୍ତମାନ ଏକ ଭିଡିଓ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି। ଏଥିରେ ଯୁବତୀ ଜଣକ ନିଜ ମୁହଁରେ ଏତେ ପରିମାଣରେ ମେକଅପ ଲଗାଇଥିଲେ ଯେ, ଏୟାରପୋର୍ଟର ଫେଓ ରେକଗନାଇଜେସନ ମେସିନ ତାଙ୍କୁ ଚିହ୍ନିବାକୁ ମନା କରିଦେଇଥିଲା।
ପାସପୋର୍ଟର ଫୋଟୋ ମୁହଁ ସହ ମିଶି ନଥିଲା। ଏଥିପାଇଁ ଯୁବତୀ ନିଜ ମୁହଁରୁ ବାଧ୍ୟ ହୋଇ ମେକଅପ ଛଡାଉଛନ୍ତି। ଏହି ଭିଡିଓ ସୋସିଆଲ ମିଡିଆରେ ବର୍ତ୍ତମାନ ଖୁବ ଭାଇରାଲ ହେବାରେ ଲାଗିଛି।
ଭିଡିଓରେ ନଜର ଆସିଛି ଯେ, ଜଣେ ଯୁବତୀ ଏୟାରପୋର୍ଟରେ ସିକ୍ୟୁରିଟି ଚେକ ପାଇଁ ନିଜ ପାଳି ପାଇଁ ଅପେକ୍ଷା କରିଛନ୍ତି। ଯେତେବେଳେ ସେ ମେସିନ ପାଖକୁ ଯାଇଛନ୍ତି, ସେହି ସମୟରେ ମେସିନ ତାଙ୍କ ମୁହଁ ପାସପୋର୍ଟର ଫଟୋ ସହ ମ୍ୟାଚ କରିପାରିଲାନି। କାରଣ ମହିଳାଙ୍କ ମୁହଁରେ ଏତେ ପରିମାଣର ମେକଅପ ଲାଗିଥିଲା ଯେ, ତାଙ୍କ ମୁହଁ ଲୁଚିଯାଇଥିଲା।
ସିକ୍ୟୁରିଟି ଅଧିକାରୀ ମହିଳାଙ୍କୁ ଅନୁରୋଧ କରିଥିଲେ ଯେ, ସେ ମେକଅପ ଛଡାଇ ଦିଅନ୍ତୁ। ସେ ମେକଅପ୍ ଛଡାଇବା ପରେ ସେଠାରେ ଉପସ୍ଥିତ ଥିବା ଲୋକେ ତାଙ୍କୁ ଦେଖି ଖୁବ ଜୋରରେ ହସିବାକୁ ଲାଗିଛନ୍ତି।
View this post on Instagram