ଭୁବନେଶ୍ୱର : ଦେଶର ସବୁଠାରୁ ଲୋକପ୍ରିୟ ଟେଲିକମ୍ କମ୍ପାନୀମାନଙ୍କ ମଧ୍ୟରୁ ଏୟାରଟେଲ୍ ଅନ୍ୟତମ । ଏୟାରଟେଲ ନିଜ ଗ୍ରାହକଙ୍କ ପାଇଁ ଅନେକ ପ୍ରିପେଡ୍ ପ୍ଲାନ୍ ଦେଇଥାଏ । ଯଦି ଆପଣ ଜଣେ ଏୟାରଟେଲ୍ ୟୁଜର ତେବେ ଆପଣଙ୍କ ପାଇଁ ଆସିଛି ଏକ ଖୁସି ଖବର । କମ୍ପାନୀ ନିଜର ପୋର୍ଟଫୋଲିଓରେ ୩ଟି ନୂଆ ପ୍ରିପେଡ଼ ପ୍ଲାନ୍ ଯୋଡ଼ିଛି । ନୂଆ ପ୍ରିପେଡ ପ୍ଲାନ୍ ସେହି ୟୁଜରମାନଙ୍କ ପାଇଁ ଲାଭଦାୟକ ଯେଉଁମାନେ ଇଣ୍ଟରନେଟ ଅଧିକ ବ୍ୟବହାର କରନ୍ତି ନାହିଁ । ନୂଆ ପ୍ଲାନରେ ୟୁଜରମାନେ ପ୍ରତିଦିନ ୧ GB କିମ୍ବା ୧.୫ GB ହାଇ ସ୍ପିଡ୍ ଡାଟା ପାଇବେ । ଆସନ୍ତୁ ଜାଣିବା ଏହି ନୂଆ ପ୍ଲାନର ଡିଟେଲସ ।
ଏୟାରଟେଲର ୨୦୯ ଟଙ୍କା ପ୍ଲାନ୍ :
ଏୟାରଟେଲ ନିଜ ଗ୍ରାହକଙ୍କ ପାଇଁ ୨୦୯ ଟଙ୍କା ପ୍ଲାନ୍ ଆରମ୍ଭ କରିଛି । ଏହି ନୂଆ ପ୍ଲାନର ବୈଧତା ମାତ୍ର ୨୧ ଦିନ ଅଟେ । ନୂଆ ପ୍ଲାନରେ ଗ୍ରାହକମାନେ ପ୍ରତିଦିନ ୧GB ହାଇ ସ୍ପିଡ୍ ଡାଟା ସହିତ ଅନଲିମିଟେଡ ଭଏସ କଲିଂ ପାଇପାରିବେ । ଏହି ପ୍ଲାନରେ ଆପଣ ୧୦୦ଟି SMS ପଠାଇ ପାରିବେ । ଏଥିରେ କମ୍ପାନୀ ଗ୍ରାହକଙ୍କୁ ଫ୍ରି ହେଲୋ ଟ୍ୟୁନ୍ସ ଏବଂ ୱିଙ୍କ୍ ମ୍ୟୁଜିକ୍ ର ସବସ୍କ୍ରିପସନ ମଧ୍ୟ ଦେଉଛି ।
ଏୟାରଟେଲର ୨୩୯ ପ୍ଲାନ୍ :
ବର୍ତ୍ତମାନ ଏୟାରଟେଲ ୨୩୯ ଟଙ୍କାର ପ୍ଲାନ ଆରମ୍ଭ କରିଛି । ଏହି ପ୍ଲାନର ବୈଧତା ୨୮ ଦିନ ଅଟେ । ନୂଆ ପ୍ଲାନରେ ଗ୍ରାହକମାନେ ପ୍ରତିଦିନ ୧.୫ GB ହାଇ ସ୍ପିଡ୍ ଡାଟା ସହିତ ଅନଲିମିଟେଡ ଭଏସ୍ କଲିଂ ପାଇପାରିବେ । ଏହା ବ୍ୟତୀତ ଏହି ପ୍ଲାନରେ ପ୍ରତିଦିନ ୧୦୦ଟି SMS ମଧ୍ୟ ଦିଆଯାଉଛି ।
ଏୟାରଟେଲର ୨୬୫ ଟଙ୍କା ପ୍ଲାନ୍ :
ଗ୍ରାହକଙ୍କୁ ଧ୍ୟାନରେ ରଖି ଏୟାରଟେଲ ୨୬୫ ଟଙ୍କାର ପ୍ଲାନ୍ ଆରମ୍ଭ କରିଛି । ଏହି ପ୍ଲାନର ବୈଧତା ୩୦ ଦିନ ପର୍ଯ୍ୟନ୍ତ ଅଟେ । ନୂଆ ପ୍ଲାନରେ ଗ୍ରାହକମାନେ ପ୍ରତିଦିନ ୧.୫ GB ହାଇ ସ୍ପିଡ୍ ଡାଟା ସହିତ ଅନଲିମିଟେଡ ଭଏସ୍ କଲିଂ ପାଇ ପାରିବେ । ଏହା ବ୍ୟତୀତ ଏହି ପ୍ଲାନରେ ପ୍ରତିଦିନ ୧୦୦ଟି SMS ମଧ୍ୟ ଫ୍ରିରେ ଦିଆଯାଉଛି ।