fbpx

Singham 3ର ସୁଟିଂ ସେଟରେ ଆହତ ହେଲେ ଅଜୟ ଦେବଗନ୍‌

ମୁମ୍ବାଇ: ବଲିଉଡ଼ର ସିଙ୍ଘମ ଭାବରେ ଜଣାଶୁଣା ଅଜୟ ଦେବଗନ୍ । ବର୍ତ୍ତମାନ ସେ ତାଙ୍କ ଆଗାମୀ ଫିଲ୍ମ ‘ସିଙ୍ଘମ ୩’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏଥିମଧ୍ୟରେ ଅଜୟଙ୍କୁ ନେଇ ଏକ ଖବର ସାମ୍ନାକୁ ଆସିଛି ଯାହା ତାଙ୍କ ଫ୍ୟାନ୍ସମାନଙ୍କୁ ଚିନ୍ତିତ କରିଛି । ଅଜୟ ଫିଲ୍ମ ସେଟରେ ଆହତ ହୋଇଛନ୍ତି ଏବଂ ତାଙ୍କ ଆଖିରେ ଆଘାତ ଲାଗିଛି । ଏହା ପରେ ତୁରନ୍ତ ତାଙ୍କର ଚିକିତ୍ସା ଆରମ୍ଭ କରାଯାଇଥିଲା । ଏହା ପରେ ଫିଲ୍ମର ସୁଟିଂ ବାତିଲ କରାଯାଇଥିବା ସୂତ୍ରରୁ ପ୍ରକାଶ । ଅଜୟଙ୍କ ସମ୍ପୂର୍ଣ୍ଣ ସୁସ୍ଥ୍ୟ ନ ହେବା ପର୍ଯ୍ୟନ୍ତ ସୁଟିଂ ଆରମ୍ଭ ହୋଇପାରିବ ନାହିଁ । ତେବେ ଅଭିନେତାଙ୍କ ଶୀଘ୍ର ଆରୋଗ୍ୟ କାମନା ପାଇଁ ସମସ୍ତେ ପ୍ରାର୍ଥନା କରୁଛନ୍ତି । ବର୍ତ୍ତମାନ ବାତିଲ ହୋଇଥିବା ସେଡ୍ୟୁଲ ୨୦୨୪ରେ ହାଇଦ୍ରାବାଦରେ ସୁଟିଂ କରାଯିବ ।

Get real time updates directly on you device, subscribe now.