fbpx

ଅନାବଶ୍ୟକ ଶୁଳ୍କ ଆଦାୟ କରୁଥିଲା ଗୁଗୁଲ, ଗ୍ରାହକଙ୍କ ସେଟେଲମେଣ୍ଟ ପାଣ୍ଠିକୁ ଯିବ ଏତିକି ଟଙ୍କା…

ନୂଆଦିଲ୍ଲୀ: ବିଶ୍ୱର ବିଶିଷ୍ଟ ଟେକ୍ କମ୍ପାନୀ ଗୁଗୁଲକୁ ଦେବାକୁ ପଡ଼ିବ ଜୋରିମାନା । ବଜାରରେ ଆଣ୍ଡ୍ରଏଡର ସ୍ଥିତି ମଜବୁତ କରିବା ପାଇଁ ଗୁଗୁଲ ଏହାର ଗ୍ରାହକମାନଙ୍କ ଠାରୁ ଅନାବଶ୍ୟକ ଶୁଳ୍କ ଆଦାୟ କରାଯିବା ଅଭିଯୋଗ ହୋଇଥିଲା । ବର୍ତ୍ତମାନ ଆମେରିକୀୟ କୋର୍ଟର ଆଦେଶ ଅନୁଯାୟୀ ଗୁଗୁଲକୁ ୭୦ କୋଟି ଆମେରିକୀୟ ଡଲାର (୫୮୨୩ କୋଟି ଟଙ୍କା) ଜୋରିମାନା ରାଶିର କିଛି ଅଂଶ ଗ୍ରାହକଙ୍କ ସେଟେଲମେଣ୍ଟ ପାଣ୍ଠିରେ ପୈଠ କରିବାକୁ ପଡ଼ିବ ।

ସୁତ୍ରରୁ ପ୍ରକାଶ ଗୁଗୁଲ ଉପରେ ଅଭିଯୋଗ ଥିଲା ଯେ ପ୍ଲେ ଷ୍ଟୋରରେ ଉପଲବ୍ଧ ଆପ ଗୁଡ଼ିକ ପାଇଁ ଉପଭୋକ୍ତାମାନଙ୍କ ଠାରୁ ଅଧିକ ଟଙ୍କା ଆଦାୟ କରୁଥିଲା । ଏହା ସହ କମ୍ପାନୀ ଦ୍ୱାରା ବେଆଇନ୍ ଉପାୟରେ ବିଭିନ୍ନ ପ୍ରତିବନ୍ଧକ ଲଗାଯିବା ସହ ଆପ୍ ବଣ୍ଟନରେ ମଧ୍ୟ ଭେଦଭାବ ଦେଖିବାକୁ ମିଳିଥିଲା । ତେବେ ଏହି ମାମଲାର ଶୁଣାଣି କରି ସାନ୍ ଫ୍ରାନସିସ୍କୋ ସ୍ଥିତ ଏକ ଅଦାଲତ ଗୁଗୁଲକୁ ୬୩ କୋଟି ଡଲାର ରାଶି ଗ୍ରାହକଙ୍କ ସେଟେଲମେଣ୍ଟ ପାଣ୍ଠି ଏବଂ ୭ କୋଟି ଡଲାର ରାଜ୍ୟ ପାଣ୍ଠିରେ ଦେବା ପାଇଁ ଆଦେଶ ଦେଇଛନ୍ତି ।

Get real time updates directly on you device, subscribe now.