fbpx

IPLକୁ ଫେରୁଛନ୍ତି ଭାରତର ପୂର୍ବତନ ଷ୍ଟାର ଖେଳାଳି: ଦଳରେ ମହତ୍ତ୍ୱପୂର୍ଣ୍ଣ ଦାୟିତ୍ୱ ନେବେ ପେସ ବୋଲର ଅଜିତ ଅଗରକର

Advertisement

ନୂଆଦିଲ୍ଳୀ: ଭାରତର ପୂର୍ବତନ ଦ୍ରୁତ ବୋଲର ଅଜିତ ଅଗରକରଙ୍କୁ ମିଳିଛି ନୂଆ ଏକ ଦାୟିତ୍ୱ । IPLରେ ଏକ ମୁଖ୍ୟ ଦାୟିତ୍ୱ ନେବାକୁ ଯାଉଛନ୍ତି ଅଜିତ । ଦିଲ୍ଲୀ କ୍ୟାପିଟାଲ୍ସର ସହାୟକ କୋଚ ପଦବୀରେ ତାଙ୍କୁ ନିୟୋଜିତ କରାଯାଇଛି । ଋଷଭ ପନ୍ତଙ୍କ ନେତୃତ୍ୱାଧୀନ ଏହି ଦଳକୁ କୋଚିଙ୍ଗ ଦେବେ ଅଜିତ ଅଗରକର । ମୁଖ୍ୟ କୋଚ ଭାବେ ରିକି ପଣ୍ଟିଙ୍ଗ ନିଜ ଦାୟିତ୍ୱ ଚାଲୁ ରଖିଥିବା ବେଳେ ଅଗରକରଙ୍କୁ ମିଳିବ ସହାୟକ କୋଚର ଦାୟିତ୍ୱ ।

ଏହି ଦାୟିତ୍ୱକୁ ନେଇ ଖୁବ ଉତ୍ସାହିତ ଥିବା ସହିତ ନିଜକୁ ଭାଗ୍ୟଶାଳୀ ବୋଲି କହିଛନ୍ତି ଅଜିତ । କ୍ରିକେଟର ମହାନ ଖେଳାଳି ରିକି ପଣ୍ଟିଙ୍ଗ ଏହି ଦଳ ସହିତ ରହିଥିବା ବେଳେ ତାଙ୍କ ସହିତ କାମ କରିବା ଏକ ନିଆରା ଅନୁଭୂତି ହେବ ବୋଲି ଅଜିତ ଆଶାବାଦୀ ଅଛନ୍ତି । ଏହା ପୂର୍ବରୁ ମଧ୍ୟ ଦିଲ୍ଳୀ ସହିତ ଜଡିତ ଥିଲେ ଅଜିତ । ଦିଲ୍ଲୀ ଡେୟାରଡେଭିଲ୍ସ (ବର୍ତ୍ତମାନର ଦିଲ୍ଳୀ କ୍ୟାପିଟାଲ୍ସ)ତରଫରୁ ଅଗରକର IPL ଖେଳି ସାରିଛନ୍ତି ।

Get real time updates directly on you device, subscribe now.