fbpx

ମହାରାଷ୍ଟ୍ର ମହାନାଟକ: ଅଜିତ ପାୱାର NCPର ନୂଆ ଅଧ୍ୟକ୍ଷ ନିଯୁକ୍ତ, ପଦରୁ ହଟିଲେ ଶରଦ

Advertisement

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ରାଜନୀତିରେ ଦେଖାଦେଇଥିବା ମହାନାଟକରେ ଆସିଛି ନୂଆ ମୋଡ଼ । ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି)ରେ ଦେଖାଦେଇଥିବା ବିସ୍ଫୋରଣ ଏବେ ଆଉ ଗୋଟିଏ ପାଦ ଆଗେଇ ଯାଇଛି । ଆଜି ବସିଥିବା ଦଳର କାର୍ଯ୍ୟକାରିଣୀ ବୈଠକରେ ଏକ ବଡ଼ି ନିଷ୍ପତ୍ତି ନିଆଯାଇଛି । ଏନସିପିର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି ଅଜିତ ପାୱାର । ଏଥିସହିତ ଶରଦ ପାୱାରଙ୍କୁ ଅଧ୍ୟକ୍ଷ ପକ୍ଷରୁ ହଟାଇ ଦେଇଛନ୍ତି ଅଜିତ ।

ଗତ ୨ ତାରିଖରେ ଅଜିତ ତାଙ୍କର ସହଯୋଗୀ ବିଧାୟକଙ୍କ ସହିତ ବିଜେପି-ଏକନାଥ ଶିନ୍ଦେଙ୍କ ସରକାରରେ ସାମିଲ ହୋଇଥିଲେ । ଅଜିତ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଓ ଅନ୍ୟ କିଛି ବିଧାୟକ ମନ୍ତ୍ରୀମାନେ ଶପଥ ଗ୍ରହଣ କରିଥିଲେ । ତେବେ ଏହା ମଧ୍ୟରେ ଦଳ ଉପରେ କାହାର ମାଲିକାନା ରହିବ ସେ ନେଇ ଅଜିତ-ଶରଦଙ୍କ ଗୋଷ୍ଠୀ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା । ରାଜ୍ୟ ବିଧାନସଭାରେ ଏନସିପିର ମୋଟ ୫୩ ଜଣ ବିଧାୟକ ରହିଥିବା ବେଳେ ଦଳ ଉପରେ ନିଜର କର୍ତ୍ତୃତ୍ୱ ଜାହିର କରିବାକୁ ହେଲେ ୩୬ ବିଧାୟକଙ୍କର ସମର୍ଥନ ଜରୁରୀ ରହିଥିଲା ।

ତେବେ ଆଜି ଅଜିତଙ୍କ ବୈଠକରେ ୩୧ ଜଣ ବିଧାୟକ ସାମିଲ ହୋଇଥିବା ବେଳେ ଶରଦଙ୍କ ବୈଠକରେ ୧୩ ଜଣ ବିଧାୟକ ଯୋଗ ଦେଇଥିଲେ । ଅନ୍ୟ ୯ ଜଣ ବିଦାୟକ କୌଣସି ଗୋଷ୍ଠୀରେ ସାମିଲ ହୋଇନଥିଲେ । ତେବେ ଅଧିକ ସଂଖ୍ୟକ ବିଧାୟକଙ୍କ ସମର୍ଥନ ହାସଲ କରିବା ପରେ ଅଜିତଙ୍କୁ ଏନସିପିର ଅଧ୍ୟକ୍ଷ ଭାବେ ନିଯୁକ୍ତ କରିବାକୁ ନିର୍ବାଚନ ଆୟୋଗଙ୍କ ନିକଟରେ ଦାବି କରାଯାଇଛି । ଅନ୍ୟପକ୍ଷରେ ଶରଦଙ୍କ ଅଧ୍ୟକ୍ଷ ପଦରୁ ଅଜିତ ହଟାଇ ଦେଇଛନ୍ତି ।

Get real time updates directly on you device, subscribe now.