ସାଉଥ୍ ଷ୍ଟାର ଅଜିତ କୁମାରଙ୍କ କାର୍ ଦୁର୍ଘଟଣା, ରେସିଂ ଇଭେଣ୍ଟରେ ଧକ୍କା ହେଲା ଗାଡ଼ି

ସ୍ପେନରେ ଅଭିନେତା ଅଜିତ କୁମାରଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଛି । ବଡ ଅଘଟଣରୁ ସେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।

ନୂଆଦିଲ୍ଲୀ: ସାଉଥ୍ ସୁପରଷ୍ଟାର ଅଜିତ କୁମାରଙ୍କର ଆଉ ଏକ ଭୟଙ୍କର ରେସିଂ ଦୁର୍ଘଟଣା ଘଟିଛି । ନିକଟରେ ସ୍ପେନର ଭାଲେନ୍ସିଆରେ ଏକ ହାଇ-ସ୍ପିଡ୍ ରେସିଂ ଇଭେଣ୍ଟ ସମୟରେ ତାଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବର୍ତ୍ତମାନ ପୁଣିଥରେ ତାଙ୍କ ଗାଡି ଦୁର୍ଘଟଣା ହୋଇଛି ।

ଅଜିତ କୁମାରଙ୍କୁ ତାଙ୍କ ଅଭିନୟ ପାଇଁ ଯେତିକି ଭଲ ପାଆନ୍ତି, ସେ ମୋଟରସ୍ପୋର୍ଟ୍ସ ପ୍ରତି ମଧ୍ୟ ସେତିକି ଆଗ୍ରହୀ । ଅଭିନୟ ସହିତ ଦୌଡ଼ରେ ମଧ୍ୟ ସକ୍ରିୟ ଥିବା ଏହି 53 ବର୍ଷୀୟ ଅଭିନେତା ସ୍ପେନରେ ଏକ ଦୌଡ଼ ଇଭେଣ୍ଟରେ ସାମିଲ ଥିଲେ ।

ଭିଡିଓରେ, ଦୁର୍ଘଟଣା ପରେ ସେ ତାଙ୍କ କାରରୁ ବାହାରକୁ ଆସୁଥିବାର ଦେଖାଯାଇଛି । ଯଦିଓ ସେ ସମ୍ପୂର୍ଣ୍ଣ ସୁରକ୍ଷିତ ଥିଲେ ଏବଂ କୌଣସି ଗୁରୁତର ଆଘାତ ପାଇ ନଥିଲେ, କିନ୍ତୁ ଏହି ଘଟଣା ତାଙ୍କ ପ୍ରଶଂସକମାନଙ୍କ ପାଇଁ ବହୁତ ଚିନ୍ତାର ବିଷୟ ପାଲଟିଛି ।

ଏହି ଦୁର୍ଘଟଣାର ଭିଡିଓ ସୋସିଆଲ ମିଡିଆରେ ଅଧିକ ଭାଇରାଲ ହେବାରେ ଲାଗିଛି  । ଯେଉଁଥିରେ ତାଙ୍କ କାର ରେସିଂ ଟ୍ରାକରେ ଖରାପ ଭାବରେ ଦୁର୍ଘଟଣାଗ୍ରସ୍ତ ହେଉଥିବା ଦେଖିବାକୁ ମିଳୁଛି । କିନ୍ତୁ ଅଜିତ ସୁରକ୍ଷିତ ରହିଥିବା ଦେଖାଯାଇଛି ।

ଚଳିତ ମାସ ଆରମ୍ଭରେ ପର୍ତ୍ତୁଗାଲର ଏଷ୍ଟୋରିଲରେ ଏକ ଦୁର୍ଘଟଣାର କିଛି ଦିନ ପରେ ପୁଣିଥରେ ଦୁର୍ଘଟଣା ହୋଇଛି ।