fbpx

ଆହୁରୀ ଶକ୍ତିଶାଳୀ ହେଲେ ଗରୁଡ଼ କମାେଣ୍ଡାେ, ପ୍ରଥମ ପର୍ଯ୍ୟାୟରେ ମିଳିଲା ଋଷର ଅତ୍ୟାଧୁନିକ ଏକେ-୧୦୩ ଆସଲ୍ଟ ରାଇଫଲ୍

ନୂଆଦିଲ୍ଲୀ : ଦେଶକୁ ଆତଙ୍କବାଦୀ ଆକ୍ରମଣରୁ ସୁରକ୍ଷା ଦେବା ଲାଗି ଭାରତୀୟ ବାୟୁସେନା ବା (ଆଇଏଏଫ୍‌)ର ସ୍ୱତନ୍ତ୍ର ତାଲିମପ୍ରାପ୍ତ ଗରୁଡ଼ କମାଣ୍ଡୋଙ୍କୁ ମିଳିଛି ଋଷ ନିର୍ମିତ ଅତ୍ୟାଧୁନିକ ଏକେ-୧୦୩ ଆସଲ୍ଟ ରାଇଫଲ୍‌ । ଏହି ଅତ୍ୟାଧୁନିକ ଆସଲ୍ଟ ରାଇଫଲର କ୍ରୟ ନିମନ୍ତେ ଭାରତ ଓ ଋଷ ମଧ୍ୟରେ ଗତ ବର୍ଷ ପ୍ରତିରକ୍ଷା ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା । ଭାରତ ତା’ର ସେନା ପାଇଁ ଋଷ ଠାରୁ ପ୍ରାୟ ୭୨ ହଜାର ଏକେ- ୧୦୩ ଆସଲ୍ଟ ରାଇଫଲ କ୍ରୟ କରିବାକୁ ଚୁକ୍ତି କରିଛି । ତଦନୁଯାୟୀ ଏହି ରାଇଫଲର ପ୍ରଥମ ଖେପ ଭାରତରେ ପଞ୍ଚିଛି ।

ସୂଚନାଥାଉ କି, ୨୦୧୬ରେ ପଠାନକୋଟ୍‌ସ୍ଥିତ ଭାରତୀୟ ବାୟୁସେନା ଘାଟି ଉପରକୁ ପାକ୍‌ ପ୍ରଶିକ୍ଷିତ ଆତଙ୍କୀ ସଂଗଠନ ହମ୍‌ଲା କରିଥିଲା ଯାହାକୁ ସୁରକ୍ଷାକର୍ମୀମାନେ ପଣ୍ଡ କରିଦେଇଥିଲେ । ଏହାପର ଠାରୁ ଭାରତୀୟ ବାୟୁସେନା ତା’ର ସ୍ୱତନ୍ତ୍ର ଭାବେ ପ୍ରଶିକ୍ଷିତ ଗରୁଡ଼ କମାଣ୍ଡୋଙ୍କ ଲାଗି ଋଷ ଠାରୁ ୩୦୦ କୋଟି ଟଙ୍କା ବିନିମୟରେ ୭୨ ହଜାର ଏକେ-୧୦୩ ଆସଲ୍ଟ ରାଇଫଲ କ୍ରୟ କରିବାକୁ ଇଚ୍ଛା ପ୍ରକାଶ କରି କେନ୍ଦ୍ର ସରକାରଙ୍କୁ ଅବଗତ କରାଇଥିଲା । ଋଷ ନିର୍ମିତ ଏହି ଅତ୍ୟାଧୁନିକ ଏକେ-୧୦୩ ଆସଲ୍ଟ ରାଇଫଲ ମାତ୍ର ୩.୬ କେଜି ହୋଇଥିଲାବେଳେ ଏଥିରେ ୭.୬୨ ଏମ୍‌ଏମ୍‌ କାଲିବରର ୩୦ ରାଉଣ୍ଡ ବିଶିଷ୍ଟ ମାଗାଜିନ୍‌ ଲାଗିଛି । ଏହାର ଫାୟାର କ୍ଷମତା ମିନିଟ୍‌ ପ୍ରତି ୬୦୦ ରାଉଣ୍ଡ ଥିବାବେଳେ ଏହା ୫୦୦ ମିଟର ପର୍ଯ୍ୟନ୍ତ ଟାର୍ଗେଟକୁ ଲକ୍ଷ୍ୟଭେଦ କରିାରିବ । ଏଥିରେ ନାଇଟ୍‌ ଭିଜନ ଉପକରଣକୁ ମଧ୍ୟ ଲଗାଯାଇପାରିବ ।

Get real time updates directly on you device, subscribe now.