ସ୍ୱର୍ଣ୍ଣ ମନ୍ଦିରକୁ ଜଗିବସିଥିଲା ଆକାଶ ମିଶାଇଲ, ପାକିସ୍ତାନର ଡ୍ରୋନକୁ କଲା ଖଣ୍ଡ ବିଖଣ୍ଡ

ପାକିସ୍ତାନର ଚାଲ ହେଲା ଭଣ୍ଡୁର । ଆକାଶ ବଞ୍ଚାଇ ଦେଲା ଭାରତର ଐତିହ୍ୟ ।

ନୂଆଦିଲ୍ଲୀ: ପାକିସ୍ତାନ ନଜରରେ ଥିଲା ଅମୃତସରର ଗୋଲ୍ଡେନ ଟେମ୍ପୁଲ । କିନ୍ତୁ ଏହାକୁ ଧ୍ୱଂସ କରିବା ପାକିସ୍ତାନ ପାଇଁ ସହଜ ନ ଥିଲା । କାରଣ ସ୍ୱର୍ଣ୍ଣ ମନ୍ଦିରର ରକ୍ଷକ ସାଜିଥିଲା ଆକାଶ ମିସାଇଲ ।

ଚାଲ୍ ବିଫଳ: ପାକିସ୍ତାନ ଡ୍ରୋନ୍ ଏବଂ ଲଙ୍ଗ-ରେଞ୍ଜ ମିଶାଇଲ ଦ୍ୱାରା ଗୋଲ୍ଡେନ ଟେମ୍ପୁଲକୁ ନଷ୍ଟ କରିବାର ଷଡ଼ଜନ୍ତ୍ର କରିଥିଲା । ହେଲେ ଆକାଶ ମିଶାଇଲ ପାଇଁ ଏହା ବିଫଳ ହୋଇଥିବା ଏବେ ଚର୍ଚ୍ଚା ହେଉଛି ।

ପାକିସ୍ତାନ ନିଜ ଚାଲ୍ ଅନୁସାରେ ମିଶାଇଲ ଓ ଡ୍ରୋନ୍ ଛାଡ଼ିଥିଲା କିନ୍ତୁ, ଆକାଶ ମିଶାଇଲ ଓ ଏଲ୍୭୦ ଗନ୍ ସଫଳତାର ସହିତ ଏସବୁକୁ ନିସ୍କ୍ରିୟ କରିଦେଇଥିଲେ । ତେବେ ଚାଲନ୍ତୁ ଜାଣିବା ଆକାଶ ମିଶାଇଲ ବିଷୟରେ ଅଧିକ;

ଖଣ୍ଡ ଖଣ୍ଡ ହେଲା ଡ୍ରୋନ୍: ଏହି ମିଶାଇଏ କେବଳ ସ୍ୱର୍ଣ୍ଣ ମନ୍ଦିର ସୁରକ୍ଷାରେ ନ ଥିଲା ବରଂ ଅପରେଶନ୍ ସିନ୍ଦୂରରେ ମଧ୍ୟ ଶତ୍ରୁକୁ ମାତ୍ ଦେବା ଲାଗି ବଡ଼ ଭୂମିକା ଗ୍ରହଣ କରିଥିଲା ।

ଏହା ଏକ ସରଫେସ୍ ଟୁ- ଏୟାର ମିଶାଇଲ୍ । ଡିଆରଡିଓ ଦ୍ୱାରା ସ୍ୱଦେଶୀ ଜ୍ଞାନ କୌଶଳରେ ଏହା ନିର୍ମିତ । ଭାରତ ଛଡ଼ା ଆମେରିକା ମଧ୍ୟ ଆକାଶର ବ୍ୟବହାର କରୁଛି ।

ଉଭୟ ଆର୍ମି ଏବଂ ବାୟୁସେନାରେ ଆକାଶର ବ୍ୟବହାର କରାଯାଉଛି । ଗୋଟିଏ ଆକାଶ ମିଶାଇଲର ଦାମ୍ ୨.୫ କୋଟି ଟଙ୍କା । ଡିଆରଡିଓର ପ୍ରହଲାଦ ରାମାରାଓ ଏହାକୁ ଡିଜାଇନ୍ କରିଥିଲେ ।

୩୦ କି.ମି ପର୍ଯ୍ୟନ୍ତ ଯିବ: ନିକଟରେ ପାକିସ୍ତାନ ଓ ଭାରତ ମଧ୍ୟରେ ହୋଇଥିବା ସଂଘର୍ଷରେ ଆକାଶର ବ୍ୟବହାର କରାଯାଇଛି । ୨୦୦୯ରେ ଏହାକୁ ନିର୍ମାଣ କରାଯାଇଥିଲା । ଏହି ମିଶାଇଲର ଓଜନ ୭୨୦ କିଲୋଗ୍ରାମ ହୋଇଥିବାବେଳେ ଏହାର ଲମ୍ବ ୫୭୮ ସେଣ୍ଟିମିଟର ।

୨୫ରୁ ୩୦ କିଲୋମିଟର ଦୂର ପର୍ଯ୍ୟନ୍ତ ଏହାର ଲକ୍ଷ୍ୟଭେଦ କ୍ଷମତା ରହିଛି । ଅପରେଶନ୍ ସିନ୍ଦୂରରେ ଆକାଶର ଖବ୍ ଗୁରୁତ୍ୱ ବହନ କରିଥିବାବେଳେ ବିଦେଶରେ ମଧ୍ୟ ଏହାର ଚାହିଦା ବଢ଼ିଛି ।