ମୁମ୍ବାଇ,୨୫ ।୪ (ଓଡିଶା ଭାସ୍କର) : ଦେଶରେ କରୋନା ମହାମାରୀ ସମୟରେ ପୁର୍ବତନ କ୍ରିକେଟର୍ ତଥା ସାଂସଦ ଗୌତମ ଗମ୍ଭୀରଙ୍କ ସଂସ୍ଥା ଲଗାତର ଲୋକଙ୍କୁ ସାହାଯ୍ୟ କରିବା ଉଦ୍ଦେଶ୍ୟରେ ପ୍ରୟାସରତ ରହିଛି । ତେବେ ଏଭଳି ପରିସ୍ଥିତିରେ ଅଭିନେତା ଅକ୍ଷୟ କୁମାର ସାହାଯ୍ୟର ହାତ ବଢ଼ାଇଛନ୍ତି । ସେ ଗୌତମ ଗମ୍ଭୀର ଫାଉଣ୍ଡେସନ୍ କୁ ୧ କୋଟି ଟଙ୍କା ପ୍ରଦାନ କରିଛନ୍ତି । ଏନେଇ ଗୌତମ ଟୁଇଟ୍ କରି ସୁଚନା ଦେଇଛନ୍ତି । ଟୁଇଟ୍ କରି ସେ ଅକ୍ଷୟ କୁମାରଙ୍କୁ ଏହି ଅସମୟରେ ସାହାଯ୍ୟ କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି ।
These are really tough times, @GautamGambhir. Glad I could help. Wish we all get out of this crisis soon. Stay Safe ??
— Akshay Kumar (@akshaykumar) April 24, 2021
ସେ ଟୁଇଟ୍ କରି ଲେଖିଛନ୍ତି ଯେ, “ଏହି ସମୟରେ ସବୁ ସାହଯ୍ୟ ଏକ ଆଶା ଭାବରେ ଆସିଥାଏ । ତେଣୁ ଗୌତମ ଗମ୍ଭୀର ଫାଉଣ୍ଡେସନ୍ କୁ ୧ କୋଟି ଦେଇଥିବାରୁ ଧନ୍ୟବାଦ । ଏଥିରେ ଆବଶ୍ୟକ ଥିବା ଲୋକମାନଙ୍କୁ ଖାଇବା, ଅକ୍ସିଜେନ୍ ଏବଂ ଔଷଧ ଦିଆଯିବ” । ଏହାର ପ୍ରତିକ୍ରିୟାରେ ଅକ୍ଷୟ ଲେଖିଛନ୍ତି ଯେ, “ଏହା ବାସ୍ତବରେ ଗୋଟିଏ କଠିନ ମୁହୁର୍ତ୍ତ । ମୋତେ ଖୁସି ଲାଗୁଛି ଯେ ମୁଁ ସାହାଯ୍ୟ କରିପାରୁଛି । ଆମେ ସମସ୍ତେ ଖୁବ୍ ଶୀଘ୍ର ଏହି ସଙ୍କଟରୁ ମୁକ୍ତି ପାଇବା” । ତେବେ ଖାଲି ଏବେ ନୁହେଁ ଆଗରୁ ମଧ୍ୟ ଦେଶର ଘଡିସନ୍ଧି ମୁହୁର୍ତ୍ତରେ ଅକ୍ଷୟ କୁମାର ଠିଆ ହୋଇଛନ୍ତି ଏବଂ ସରକାରକୁ ସାହାଯ୍ୟ କରିଛନ୍ତି । ପୁର୍ବବର୍ଷ ସେ ପ୍ରଧାନମନ୍ତ୍ରୀଙ୍କ ପିଏମ୍ କେୟାର ଫଣ୍ଡକୁ ୨୫ କୋଟି ଟଙ୍କା ଦେଇଥିଲେ ଏବଂ ମୁମ୍ବାଇ ପୋଲିସ୍ ଫାଉଣ୍ଡେସନ୍ କୁ ୨ କୋଟି ଟଙ୍କା ଦାନ କରିଥିଲେ ।